ଟାଟା ପ୍ଲେ’ର ନୂଆ ସୁଲଭ ପ୍ୟାକ୍ ସହିତ ଏବେ ଟିଭି ବିଲ୍ ଉପରେ ଅଧିକ ସଂଚୟ


ଭୁବନେଶ୍ୱର: ଟାଟା ପ୍ଲେ (ପୂର୍ବରୁ ଟାଟା ସ୍କାଏ ଭାବରେ ପରିଚିତ) ପକ୍ଷରୁ ଏହାର ସବ୍‌ସ୍କ୍ରାଇବରଙ୍କ ପାଇଁ ନୂଆ ସୁଲଭ ମୂଲ୍ୟର ପ୍ୟାକ୍ ଘୋଷଣା କରାଯାଇଛି । ଏହି ନୂଆ ପ୍ୟାକ୍ ଓ ମୂଲ୍ୟଗୁଡିକ ଭାରତର ସମସ୍ତ ବିଦ୍ୟମାନ ଓ ନୂଆ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି । ସବ୍‌ସ୍କ୍ରାଇବର୍‌ମାନେ ନିଜର ନିକଟସ୍ଥ ଟାଟା ପ୍ଲେ ଡିଲର୍‌କୁ ଯାଇ କିମ୍ବା www.Tataplay.comରେ ଲଗ୍‌ଇନ୍ କରି ନୂଆ ସୁପର୍ ସେଭର୍ ପ୍ୟାକ୍‌ଗୁଡିକୁ ପାଇପାରିବେ । ବିଦ୍ୟମାନ ସବ୍‌ସ୍କ୍ରାଇବରମାନେ ନୂଆ ସୁପର୍ ସେଭର୍ ପ୍ୟାକ୍‌ଗୁଡିକୁ ଟାଟା ପ୍ଲେ ମୋବାଇଲ ଆପ୍‌ରେ ମ୍ୟାନେଜ୍ ପ୍ୟାକ୍‌ସ ଟ୍ୟାବ୍ ଅଧିନରେ ପାଇପାରିବେ । ଏହି ଓଡିଆ ସୁପର୍ ସେଭର୍ ପ୍ୟାକ୍‌ରେ ଜୀ ସାର୍ଥକ, ତରଙ୍ଗ ଟିଭି, କଲର୍ସ ଓଡିଆ, ସିଦ୍ଧାର୍ଥ ଟିଭି, ଷ୍ଟାର୍ କିରନ, ଅଳଙ୍କାର, ନ୍ୟୁଜ୍ ୧୮ ଓଡିଆ ସମେତ ୨୦୩ରୁ ଅଧିକ ଚ୍ୟାନେଲ କେବଳ ୧୯୯ ଟଙ୍କାରେ ସାମିଲ ରହିଛି । ଏହି ଭାଲ୍ୟୁ ପ୍ୟାକ୍‌ଗୁଡିକ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଟାଟା ପ୍ଲେ ଏକ ମାସ୍ କ୍ୟାମ୍ପେନ୍‌ର ଶୁଭାରମ୍ଭ କରିବ ଯେଉଁଥିରେ ହିନ୍ଦୀ ଭାଷା ବଜାରରେ କରୀନା କପୁର ଓ ସୈଫ୍ ଅଲ୍ଲୀ ଖାନ୍ ଏବଂ ଦକ୍ଷିଣ ବଜାରରେ ଆର୍ ମାଧବନ ଓ ପ୍ରିୟାମଣି ଅଭିନୟ କରିଛନ୍ତି ।


Share It

Comments are closed.