ରିଅଲ୍‌ମି ପକ୍ଷରୁ ନୂତନ ସ୍ମାର୍ଟ ଲାଇଫଷ୍ଟାଇଲ ଉତ୍ପାଦଗୁଡିକର ଶୁଭାରମ୍ଭ


ଭୁବନେଶ୍ୱର: ରିଅଲ୍‌ମି ପକ୍ଷରୁ ନୂତନ ସ୍ମାର୍ଟ ଲାଇଫ୍‌ଷ୍ଟାଇଲ୍ ଉତ୍ପାଦଗୁଡିକର ଶୁଭାରମ୍ଭ କରାଯାଇଛି । ବିଶ୍ୱର ପ୍ରଥମ ଏସ୍‌ଏଲ୍‌ଇଡି ୪କେ- ରିଅଲ୍‌ମି ସ୍ମାର୍ଟ ଟିଭି ଏସ୍‌ଏଲ୍‌ଇଡି ୪କେ (୫୫ ଇଂଚ୍‌), ରିଅଲ୍‌ମି ୧୦୦ ୱାଟ୍ ସାଉଣ୍ଡବାର୍‌, ରିଅଲ୍‌ମି ୭ଆଇ, ସର୍ବୋତମ ୬୪ଏମ୍‌ପି କ୍ୱାଡ୍‌-କ୍ୟାମେରା ଫୋନ୍ ଓ ରିଅଲ୍‌ମି ୭ ପ୍ରୋ ସନ୍ କିସ୍‌ଡ ଏଡିସନକୁ ଉନ୍ମୋଚିତ କରାଯାଇଛି । ଏହାଛଡ଼ା ରିଅଲ୍‌ମି ପକ୍ଷରୁ ସ୍ମାର୍ଟ ଏଆଇଓଟି ଉତ୍ପାଦ ଯେପରିକି ରିଅଲ୍‌ମି ବଡ୍‌ସ ଏୟାର ପ୍ରୋ, ରିଅଲ୍‌ମି ବଡ୍‌ସ ୱାୟାରଲେସ୍ ପ୍ରୋ, ରିଅଲ୍‌ମି ସ୍ମାର୍ଟ କ୍ୟାମେରା ୩୬୦ ଡିଗ୍ରୀ, ରିଅଲ୍‌ମି ସ୍ମାର୍ଟ ପ୍ଲଗ୍‌, ରିଅଲ୍‌ମି ଏନ୍‌୧ ସୋନିକ୍ ଇଲେକ୍‌ଟ୍ରିକ୍ ଟୁଥ୍‌ବ୍ରଶ, ରିଅଲ୍‌ମି ସେଲ୍‌ଫି ଟ୍ରାଇପଡ୍ ଓ ରିଅଲ୍‌ମି ୨୦୦୦୦ ମେଗାହର୍ଜ ପାୱାର ବ୍ୟାଙ୍କର ଶୁଭାରମ୍ଭର ଘୋଷଣା କରାଯାଇଛି ।
ରିଅଲ୍‌ମି ଏସ୍‌ଏଲ୍‌ଇଡି ୪କେ (୫୫ ଇଂଚ୍‌) ସ୍ମାର୍ଟ ଟିଭି ୪କେ ସିନେମାଟିକ୍ ଏସ୍‌ଏଲ୍‌ଇଡି ଡିସ୍‌ପ୍ଲେ, ଡଲ୍‌ବି ଅଡିଓ ସହିତ ୨୪ ୱାଟ୍ କ୍ୱାଡ୍ ଷ୍ଟେରିଓ ସ୍ପିକର ଓ ପ୍ରିମିୟମ ବେଜେଲ୍‌-ଲେସ୍ ଡିଜାଇନ୍‌ରେ ସୁସଜ୍ଜିତ ହୋଇଥିବା ବେଳେ ଏହାର ମୂଲ୍ୟ ୪୨,୯୯୯ଟଙ୍କା ରହିଛି; ଏହାର ପ୍ରି-ବୁକିଙ୍ଗ୍ ଆସନ୍ତା ଅକ୍ଟୋବର ୧୬ ତାରିଖ ମଧ୍ୟ ରାତ୍ରିରୁ ରିଅଲ୍‌ମି ଡଟ୍ କମ୍ ଓ ଫ୍ଲିପ୍‌କାର୍ଟରେ ଆରମ୍ଭ ହେବ । ଏହା ଫେଷ୍ଟିଭ୍ ଫାର୍ଷ୍ଟ ସେଲ୍ ଅଫର୍ ପାଇଁ ୩୯,୯୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ । ରିଅଲ୍‌ମି ୧୦୦ ୱାଟ୍ ସାଉଣ୍ଡବାର୍ ୪ଟି ସ୍ପିକର୍ ସହିତ ଆସୁଛି ଯାହାକି ଏକ ୪୦ୱାଟ୍‌ର ସବ୍‌ଉଫର୍ ସହିତ ୬୦ ୱାଟ୍‌ର ଆଉଟ୍‌ପୁଟ୍ ପ୍ରଦାନ କରୁଛି ।
ରିଅଲ୍‌ମି ପକ୍ଷରୁ ଆକ୍ଟିଭ୍ ନଏଜ୍ କ୍ୟାନ୍ସେଲେସନ ସହିତ ରିଅଲ୍‌ମି ବଡ୍‌ସ ଏୟାର ପ୍ରୋ ଓ ରିଅଲ୍‌ମି ବଡ୍‌ସ ୱାୟାରଲେସ୍ ପ୍ରୋ ଲଂଚ୍ କରାଯାଇଛି ଯାହାର ମୂଲ୍ୟ ଯଥାକ୍ରମେ ୪,୯୯୯ଟଙ୍କା ଏବଂ ୩,୯୯୯ଟଙ୍କା ରହିଛି । ୬୪ଏମ୍‌ପି ଏଆଇ କ୍ୱାଡ୍‌-କ୍ୟାମେରା, ୯୦ଏଚ୍‌ଜେଡ୍ ଅଲ୍ଟ୍‌ା-ସ୍ମୁଥ୍ ଡିସ୍‌ପ୍ଲେ, ୫୦୦୦ ଏମ୍‌ଏଏଚ୍ ମେଗା ବ୍ୟାଟେରୀ, ସ୍ନାପ୍‌ଡ୍ରାଗନ ୬୬୨ ପ୍ରୋସେସର୍ ଓ ୧୮ ୱାଟ୍ କ୍ୱିକ୍ ଚାର୍ଜ ଦ୍ୱାରା ପରିଚାଳିତ ରିଅଲ୍‌ମି ୭ଆଇ ୪ଜିବି+୬୪ଜିବି ଭାରିଆଂଟ୍ ପାଇଁ ୧୧,୯୯୯ ଟଙ୍କାର ଓ ୪ଜିବି+୧୨୮ଜିବି ଭାରିଆଂଟ୍ ପାଇଁ ୧୨,୯୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ । ଏହାର ସେଲ୍ ଆସନ୍ତା ଅକ୍ଟୋବର ୧୬ ତାରିଖ ମଧ୍ୟରାତ୍ରିରୁ ରିଅଲ୍‌ମି ଡଟ୍ କମ୍‌, ଫ୍ଲିପ୍‌କାର୍ଟ ଓ ଅନ୍‌ଲାଇନ୍ ଷ୍ଟୋର୍‌ଗୁଡିକରେ ଆରମ୍ଭ ହେବ ।ରିଅଲ୍‌ମି ୭ ପ୍ରୋ ସନ୍ କିସ୍‌ଡ ଏଡିସନର ମୂଲ୍ୟ ୬ଜିବି+୧୨୮ଜିବି ପାଇଁ ୧୯,୯୯୯ଟଙ୍କା ଏବଂ ୮ଜିବି+୧୨୮ଜିବି ପାଇଁ ୨୧,୯୯୯ଟଙ୍କା ରହିଥିବା ବେଳେ ଏହାର ସେଲ୍ ଆସନ୍ତା ଅକ୍ଟୋବର ୧୬ ତାରିଖ ମଧ୍ୟରାତ୍ରିରୁ ରିଅଲ୍‌ମି ଡଟ୍ କମ୍‌, ଫ୍ଲିପ୍‌କାର୍ଟ ଓ ଅନ୍‌ଲାଇନ୍ ଷ୍ଟୋର୍‌ଗୁଡିକରେ ଆରମ୍ଭ ହେବ ।
ଏହି ମେଗା ଶୁଭାରମ୍ଭ ସମ୍ପର୍କରେ ମତ ରଖି ରିଅଲ୍‌ମି ଇଣ୍ଡିଆ ଓ ୟୁରୋପ୍‌ର ସିଇଓ ଏବଂ ରିଅଲ୍‌ମିର ଉପାଧ୍ୟକ୍ଷ ମାଧବ ସେଠ୍ କହିଛନ୍ତି, ରିଅଲ୍‌ମି ଭାରତୀୟ ଉପଭୋକ୍ତାଙ୍କ ପାଇଁ ସର୍ବୋତମ ଟେକ୍‌-ଲାଇଫ୍‌ଷ୍ଟାଇଲ ଅଭିଜ୍ଞତା ଆଣିବାକୁ ଲକ୍ଷ୍ୟ ରଖିଛି ଏବଂ ଏଆଇଓଟି ଉତ୍ପାଦଗୁଡିକର ଏକ ବହୁମୂଖୀ ଓ ବିସ୍ତୃତ ଶୃଙ୍ଖଳାର ଶୁଭାରମ୍ଭ ଆମର ପ୍ରତିବଦ୍ଧତାକୁ ପୁଣିଥରେ ପ୍ରମାଣିତ କରିଛି ।”


Share It

Comments are closed.