ଫ୍ଲିପ୍‌କାର୍ଟର ବିବିଡ଼ି ସେଲ ଏବଂ ଆମାଜନ୍‌ର ଗ୍ରେଟ ଇଣ୍ଡିଆନ୍ ଫେଷ୍ଟିବାଲରେ ସାମସଙ୍ଗ ପକ୍ଷରୁ ଆକର୍ଷଣୀୟ ଅଫର


ଭୁବନେଶ୍ୱର:ଭାରତର ସର୍ବବୃହତ୍ ଓ ସର୍ବାଧିକ ବିଶ୍ୱସନୀୟ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ ସାମ୍‌ସଙ୍ଗ ଆଜି ବହୁପ୍ରତିକ୍ଷୀତ ଫ୍ଲିପ୍‌କାର୍ଟ ବିଗ୍ ବିଲିୟନ ଡେଜ୍ ଓ ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲରେ ଏହାର ବ୍ୟାପକ ଶୃଙ୍ଖଳାର ସାମ୍‌ସଙ୍ଗ ଟିଭି ଓ ଡିଜିଟାଲ ଆପ୍ଲାଏନ୍ସଗୁଡିକ ଉପରେ ମେଗା ଡିଲ୍ ଘୋଷଣା କରିଛି । ପାର୍ବଣ ଋତୁରେ ଅଧିକ ଉତ୍ସାହ ସାମିଲ କରି ବିଭିନ୍ନ ଉତ୍ପାଦରେ ଏହି ଆକର୍ଷଣୀୟ ଅଫର୍‌ଗୁଡିକ ସହିତ ଉନ୍ନତ ରିହାତି, ଗ୍ୟାଲାକ୍ସି ନୋଟ୍‌୧୦ ଲାଇଟ୍ ଭଳି ନିଶ୍ଚିତ ଉପହାର, ଆକର୍ଷଣୀୟ ଫାଇନାନ୍ସ ସ୍କିମ୍‌, ଏକ୍ସଚେଞ୍ଜ ଅଫର୍‌, ୮୦୫ ଟଙ୍କାରୁ ଆରମ୍ଭ ହେଉଥିବା ସର୍ବନିମ୍ନ ଅଫର୍ ସହିତ ୨୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ସହିତ ଆସୁଛି । ଫ୍ଲିପ୍‌କାର୍ଟ ବିଗ୍ ବିଲିୟନ ଡେଜ୍ ସେଲ୍ ଆସନ୍ତା ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେଉଥିବା ବେଳେ ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ଆସନ୍ତା ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେଉଛି ।
ଏସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆର ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବିଭାଗର ଅନ୍‌ଲାଇନ୍ ବିଜ୍‌ନେସର ନିର୍ଦ୍ଦେଶକ ପିୟୁଷ କୁନାପାଲିଲ୍ କହିଛନ୍ତି, ଉପଭୋକ୍ତାମାନେ ଘରେ ଅଧିକ ସମୟ ବିତାଉଥିବାରୁ, ଚଳିତ ପାର୍ବଣ ଋତୁରେ ସେମାନେ ନୁଆ ନର୍ମାଲ ଅନୁଯାୟୀ ଏବଂ ଘରେ ପାର୍ବଣକୁ ପାଳନ କରିବା ପାଇଁ ନିଜ ଘରକୁ ଅପ୍‌ଗ୍ରେଡ୍ ଓ ପୁନଃପରିଭାଷିତ କରିବାକୁ ଚାହୁଁଛନ୍ତି । ଆମେ ଫ୍ଲିପ୍‌କାର୍ଟ ଓ ଆମାଜନ୍ ସହ ସହଭାଗିତାରେ ଆମର ଆକର୍ଷଣୀୟ ରେଞ୍ଜର ଟେଲିଭିଜନ ଓ ହୋମ୍ ଆପ୍ଲାଏନ୍ସେସ୍ ଉପରେ ସ୍ୱତନ୍ତ୍ର ଅଫର୍ ମାଧ୍ୟମରେ ପାର୍ବଣ ଉତ୍ସାହକୁ ବୃଦ୍ଧି କରିବା ପାଇଁ ପ୍ରତିବଧ୍ୟ ରହିଛୁ । ଆମେ ନିଶ୍ଚିତ ଯେ, ଆମର ସ୍ୱତନ୍ତ୍ର ଅଫର୍‌ଗୁଡିକ ଚଳିତ ପାର୍ବଣ ଋତୁରେ ଅଧିକ ଖୁସି ଭରିବା ସହିତ ସେମାନଙ୍କ ଜୀବନଶୈଳୀକୁ ଆହୁରି ସମୃଦ୍ଧି କରିବ ।
ଏହି ଅବଧି ସମୟରେ ସାମ୍‌ସଙ୍ଗର ବୈପ୍ଳବିକ ଲାଇଫ୍‌ଷ୍ଟାଇଲ ଟିଭି ଦି ଫ୍ରେମ୍ ଫ୍ଲିପ୍‌କାର୍ଟରେ ୫୦ ଇଂଚ୍‌, ୫୫ ଇଂଚ୍ ଓ ୬୫ ଇଂଚ୍ ମଡେଲ୍ ପାଇଁ ଯଥାକ୍ରମେ ୭୨,୯୯୦ ଟଙ୍କା, ୮୧,୯୯୦ ଟଙ୍କା ଓ ୧,୨୯,୯୯୦ ଟଙ୍କାରେ ଉପଲବ୍ଧ ହେବ । ସେହିପରି ଦ ସେରିଫ୍ ଟିଭି ପାରମ୍ପରିକ କନ୍‌ଷସପ୍ଟର ଏକ ଟିଭିଠାରୁ ଆଗକୁ ଯାଇ ହୋମ୍ ଡେକର୍‌ର ଏକ ପିସ୍‌ରେ ପରିଣତ ହୋଇଛି ଏବଂ ଏହା ଆମାଜନ୍‌ରେ ୪୩ ଇଂଚ୍‌, ୪୯ ଇଂଚ୍ ଓ ୫୫ ଇଂଚ୍ ମଡେଲ୍ ପାଇଁ ଯଥାକ୍ରମେ ୬୪,୯୯୦ ଟଙ୍କା, ୮୪,୯୯୦ ଟଙ୍କା ଓ ୯୯,୯୯୦ ଟଙ୍କାରେ ଉପଲବ୍ଧ ହେବ । ଉପଭୋକ୍ତାମାନେ ୨୪ ମାସର ଆକର୍ଷଣୀୟ ଇଏମ୍‌ଆଇ, ଏକ୍ସଚେଞ୍ଜ ଅଫର୍ ଓ ୨୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ପାଇପାରିବେ ।
ଫ୍ଲିପ୍‌କାର୍ଟରେ ସାମ୍‌ସଙ୍ଗର ଫ୍ଲାଗ୍‌ସିପ୍ ସ୍ପେସ୍‌ମ୍ୟାକ୍ସ ଫ୍ୟାମିଲିହବ୍ ରେଫ୍ରିଜରେଟର୍ କ୍ରୟ ଉପରେ ଉପଭୋକ୍ତାମାନେ ୧୦% ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ସହିତ ୩୭,୯୯୯ ଟଙ୍କା ମୂଲ୍ୟର ଗ୍ୟାଲାକ୍ସି ନୋଟ୍‌୧୦ ଲାଇଟ୍ ସ୍ମାର୍ଟଫୋନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ । ସାମ୍‌ସଙ୍ଗ୍‌ର କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ (୨୪୪ଲିଟର) ସର୍ବନିମ୍ନ ୨୧୬୬ ଟଙ୍କାରୁ ଆରମ୍ଭ ହେଉଥିବା ସହଜ ଇଏମ୍‌ଆଇ ବିକଳ୍ପ ସହିତ ୫୦୦୦ ଟଙ୍କାର ରିହାତି ପରେ ୨୫,୯୯୦ ଟଙ୍କାରେ ଉପଲବ୍ଧ ହେବ । ବୃହତ୍ କ୍ଷମତାର ସାଇଡ୍‌-ବାଏ-ସାଇଡ୍ (୭୦୦ଲିଟର) ଓ ଫ୍ରଷ୍ଟ୍ ଫ୍ରି (୪୧୫ ଲିଟର୍‌) ରେଫ୍ରିଜରେଟର କିଣିବାକୁ ଚାହୁଁଥିବା ଉପଭୋକ୍ତାମାନେ ଯଥାକ୍ରମେ ୨୨,୧୦୦ ଟଙ୍କା ଓ ୧୧,୫୦୦ ଟଙ୍କାର ରିହାତି ସହିତ ଏହାକୁ ୬୭,୪୯୦ ଟଙ୍କା ଓ ୪୧,୪୯୦ ଟଙ୍କାରେ କିଣିପାରିବେ । ଏଥିସହିତ ୩୪୫ ଲିଟର ଓ ୨୫୩ ଲିଟର କ୍ଷମତାର ଫ୍ରଷ୍ଟ୍‌-ଫ୍ରି ରେଫ୍ରିଜରେଟର୍ ବିଭିନ୍ନ ମଡେଲ୍‌ରେ ଉପଲବ୍ଧ ସହଜ ଇଏମ୍‌ଆଇ ବିକଳ୍ପ ସହିତ ଯଥାକ୍ରମେ ୧୧,୫୦୦ ଟଙ୍କା ଓ ୫,୯୦୦ ଟଙ୍କାର ରିହାତି ପରେ ୩୩,୪୯୦ ଟଙ୍କା ଓ ୨୩,୦୯୦ ଟଙ୍କାରେ ଉପଲବ୍ଧ ହେବ । ଏହି ଅଫର୍‌ଗୁଡିକ ଉଭୟ ପୋର୍ଟାଲରେ ଉପଲବ୍ଧ ହେବ ।


Share It

Comments are closed.