ସାମନାକୁ ଆସିଲା ରାନୁ ମଣ୍ଡଳଙ୍କ ଅନ୍ୟ ଏକ ସଙ୍ଗୀତର ଭିଡିଓ


ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ହିମେଶ ରେସମିଆ ତାଙ୍କର ଆଗାମୀ ଆଲବମ ‘ହାପି ହାର୍ଡି ଏଣ୍ଡ ହୀର’ର ସଙ୍ଗୀତ ‘ତେରି ମେରି କାହାନୀ’ ପରେ ବର୍ତ୍ତମାନ ରାନୁ ମଣ୍ଡଳଙ୍କର ଅନ୍ୟ ଏକ ସଙ୍ଗୀତ ସାମନାକୁ ଆସିଛି । ଯେଉଁଥିରେ ସେ ପୁଣିଥରେ କିମ୍ବଦନ୍ତୀ ଗାୟିକା ‘ଲତା ମଙ୍ଗେସକର’ଙ୍କ ଲୋକପ୍ରିୟ ସଙ୍ଗୀତ ‘ଡଫଲୀ ବାଲେ ଡଫଲୀ ବଜା’ ଗୀତ ଗାଉଥିବାର ଦେଖିବାକୁ ମିଳିବ ।
ପ୍ରକାଶ ଥାଉକି, ଏହି ସଙ୍ଗୀତଟି ଫିଲ୍ମ ‘ସରଗମ’ର ଅଟେ ଯାହାକି ୧୯୭୯ରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ବିଶିଷ୍ଟ ଅଭିନେତା ରିଷି କପୁର ଏବଂ ଜୟପ୍ରଦଙ୍କୁ ଦେଖିବାକୁ ମିଳିଥିଲା । ମହମ୍ମଦ ରଫୀ ଏବଂ ଲତା ମଙ୍ଗେସକର ଏହି ଲୋକପ୍ରିୟ ସଙ୍ଗୀତଟିରେ କଣ୍ଠଦାନ କରିଥିଲେ । ବର୍ତ୍ତମାନ ରାନୁ ମଣ୍ଡଳ ପୁଣିଥରେ ତାଙ୍କ ସୁମଧୁର ସ୍ୱରରେ ଏହି ଗାଇ ଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


Share It

Comments are closed.