ବିବାହରେ ଅତିଥିଙ୍କ ସାମ୍ନାରେ ନିଜ ପତ୍ନୀଙ୍କୁ ଲିପ୍-ଲକ୍ କିସ୍ କଲେ ଅଭିନେତା ଭଲ୍ଳାଲ୍‌ଦେବ, ଭିଡିଓ ଦେଖନ୍ତୁ


ଟଲିଉଡର ସୁପରଷ୍ଟାର ଭଲ୍ଲାଲଦେବ ତଥା ରାଣା ଦଗ୍ଗୁବତୀ ୮ ଅଗଷ୍ଟ ୨୦୨୦ରେ ଗର୍ଲଫ୍ରେଣ୍ଡ ମିହିକା ବାଜାଜଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଏହି ବିବାହର ଏକ ଅଦୃଶ୍ୟ ଭିଡିଓ ମିହିକା ବାଜାଜ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଉଭୟ ରାଣା ଏବଂ ମିହିକା ପରସ୍ପର ଉପରେ ପ୍ରେମ ବର୍ଷା କରୁଥିବା ନଜର ଆସିଛନ୍ତି। ଦୁହିଁଙ୍କ କେମେଷ୍ଟ୍ରି ଖୁବ୍‌ ଜମୁଛି ।

 

View this post on Instagram

 

A post shared by miheeka (@miheeka)

ଏହି ଭିଡିଓ ବିଷୟରେ କହିବାକୁ ଗଲେ ମିହିକା ସୋସିଆଲ ମିଡିଆରେ ହଳଦୀ ରସମ୍‌ ଠାରୁ ଆରମ୍ଭ କରି ସଂଗୀତ୍‌ ,ବିବାହ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ରାଣା ତାଙ୍କ କନ୍ୟା ମିହିକାଙ୍କ ସହ ପୋଜ୍ ଦେଇଥିବା ବେଳେ ନିଜ ଖୁସି ଜାହିର କରି ପାରୁନାହାନ୍ତି । ଏହା ପରେ ଦୁହେଁ ପରସ୍ପରକୁ ଚୁମ୍ବନ ଦେଉଥିବାର ଏକ କ୍ଲିକ୍‌ ରହିଛି । ଯାହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏହି ଭିଡିଓ ସେୟାର କରି ମିହିକା ଲେଖିଛନ୍ତି, ପରଫେକ୍ଟ ମ୍ୟାଚ୍ । ଏହି ଦମ୍ପତିଙ୍କ ପ୍ରଶଂସକମାନେ ସେମାନଙ୍କ ବିବାହର ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି


Share It

Comments are closed.