ରାତିରେ ଏହି ଉପାୟରେ କରନ୍ତୁ ତ୍ରିଫଳାର ସେବନ, ଅନେକ ସମସ୍ୟାରୁ ପାଇବେ ମୁକ୍ତି


ବର୍ତ୍ତମାନ ଲାଇଫ ଷ୍ଟାଇଲ୍‌କୁ ନେଇ ଏଭଳି ଏକ ଧାରଣା ଆସିଗଲାଣି ଯେ ସବୁ ନିଜର ଓଜନ କମାଇବାରେ ଲାଗିଛନ୍ତି । ସାଧାରଣତଃ ଖାଇବାକୁ ତ ସସ୍ତେ ପସନ୍ଦ କରନ୍ତି । ଏଥିପାଇଁ ପ୍ରାୟତଃ ଆଜିକା ଯୁବବର୍ଗ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଏଁ ଭିନ୍ନ ଖାଦ୍ୟ ଖାଇଥାନ୍ତି ।. ହେଲେ ଏଥିପାଇଁ ଅଧିକାଂଶ ବ୍ୟକ୍ତିଙ୍କ ଓଜନ ବଢି ଯାଇଥାଏ । ଖାଲି ଓଜନ ନୁହେଁ ସ୍ବାସ୍ଥ୍ୟ ପ୍ରତି ରୋଗ ମଧ୍ୟ ଆଣି ଥାଏ । ପେଟ ବଢିବା ସହିତ ଚର୍ବି ମଧ୍ୟ ବଢି ଥାଏ । ତେବେ ଏହି ସମସ୍ୟାର ସମାଧାନ ପାଇଁ ଆପଣାନ୍ତୁ ତ୍ରିଫଳା । ତ୍ରିଫଳା ଏପରି ଏକ ଫଳ ଯାହା ସ୍ବାସ୍ଥ୍ୟ ପ୍ରତି ବହୁତ ଫଳପ୍ରଦ । ତେବେ ଏହାକୁ ନିଜର ଡାଏଟ୍ ରେ ସାମିଲ କରନ୍ତୁ ।

ଓଜନ ହ୍ରାସ କରିଥାଏ- ଯଦି ଆପଣଙ୍କ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ତେବେ ପେଟର ଚର୍ବି ବହୁତ ପରିମାଣରେ ବଢୁଛି ତାହାଲେ ଆପଣାନ୍ତୁ ତ୍ରିଫଳା । ଏହା ମୋଟାପକୁ କମ୍‌ କରିବାରେ ସାହାର୍ଯ୍ୟ କରେ । ତେବେ ଏହାକୁ ଯଦି ଡାଏଟ୍‌ ପ୍ଲାନରେ ସାମିଲ କରନ୍ତୁ । ଏହା ପ୍ରଥମେ ତ୍ରିଫଳାକୁ କାଢାରେ ମହୁ ଓ ଗୋଲମରିଚ ଗୁଣ୍ଡ ଗୋଳାଇ ପିଅନ୍ତୁ । ଏହା ବ୍ୟତୀତ ତ୍ରିଫଳାକୁ ଗୁଣ୍ଡ କରି ପାଣିରେ ଗୋଳାଇ ମଧ୍ୟ ପିଇ ପାରିବେ । ଏହା ଦ୍ବାରା ପେଟ କମାଇବା ସହ ଚର୍ବି ମଧ୍ୟ କମାଇବାରେ ସାହାଯ୍ୟ କରିଥାଏ ।

ମଧୁମେହ ରୋଗୀ ପାଇଁ ଲାଭଦାୟକ- ଯଦି ଆପଣ ମଧୁମେହ ରୋଗରେ ପୀଡିତ ତେବେ ତ୍ରିଫଳା ସେବନ କରିଲେ ଏହା ବହୁତ ଫାଇଦା ହୋଇଥାଏ । ଏହାକୁ ପ୍ରତିଦିନ ସେବନ କରିବା ଦ୍ବାରା ବ୍ଲେଡ ଓ ରକ୍ତଚାପର ସ୍ତର ଠିକ୍‌ ରଖିଥାଏ । ଏହାକୁ ସାଧାରଣତଃ ଉଷୁ ପାଣିରେ ଗୋଳାଇ ପିଇବା ଦ୍ବାରା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ହୋଇଥାଏ ।

କୋଷ୍ଠ କାଠିନ୍ୟ ସମସ୍ୟା- ତ୍ରିଫଳା ଏପରି ଏକ ଯାହା ଶରୀର ଅନେକ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ । ଏହା ଖାଇବା ଦ୍ବାରା ପେଟ ଜନିତ ସମସ୍ୟାର ମଧ୍ୟ ଦୂର ହୋଇଥାଏ । ଏହାକୁ ସବୁ ଦିନ ତ୍ରିଫଳା ଗୁଣ୍ଡକୁ ଉଷୁମ ପାଣିରେ ଗୋଳାଇ ପିଇବା ଦ୍ବାରା ପେଟର ସମସ୍ତ ସମସ୍ୟା ଦୂର ହୋଇଥାଏ । ଏବଂ ପେଟ ସଫା ମଧ୍ୟ ରଖି ଥାଏ ।

(ଏହା କେବଳ ଆପଣଙ୍କୁ ସାମାନ୍ୟ ସୂଚନା ଦେବା ପାଇଁ ଉଦ୍ଦିଷ୍ଟ । କୌଣସି ଜିନିଷର ସେବନ କିମ୍ବା ବ୍ୟବହାର ପୂର୍ବରୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଜରୁରୀ ।)


Share It

Comments are closed.