ଲକଡାଉନ ସମୟରେ ଜନ୍ମିତ ଦୁଇ ନବଜାତଙ୍କ ନାମ କୋଭିଡ ଓ କରୋନା


କୋରୋନାକୁ ନେଇ ସାରା ବିଶ୍ୱରେ ଆତଙ୍କ। ଭାରତ ସମେତ ସାରା ବିଶ୍ୱରେ କରୋନା ମେଲାଇଛି କାୟା । କରୋନା ନା ଶୁଣିଲେ ଲୋକେ ଆତଙ୍କିତ ହୋଇପଡୁଛନ୍ତି। ହେଲେ ରାୟପୁରର ଏକ ଡାକ୍ତରଖାନାରେ ଜନ୍ମିତ ନିଜର ଦୁଇ ଯମଜ ସନ୍ତାନଙ୍କ ନାମ ରଖିଛନ୍ତି କରୋନା ଓ କୋଭିଡ଼ । ଏ ନେଇ ଯମଜ ଶିଶୁଙ୍କ  ବାପ- ମାଆଙ୍କ ଯୁକ୍ତିବି ଅଦ୍ଭୁତ। କଷ୍ଟକର ସମୟରେ ଦୁଇ ଶିଶୁଙ୍କ ସ୍ୱାଭାବିକ ପ୍ରସବ ସେମାନଙ୍କୁ ଖୁସି ଦେଇଛି। ଆଉ ସେହି ଅସୁବିଧା ସମୟର ଖୁସିକୁ ମନେରଖିବାକୁ ହିଁ ସେମାନେ ଏପରି ନାମକରଣ କରିଥିବା କହିଛନ୍ତି । ଦୁଇ ଶିଶୁଙ୍କୁ ଜନ୍ମ ଦେଇଥିବା ପ୍ରୀତି ବର୍ମା କହିଛନ୍ତି ଯେ, ଦୁଇ ଶିଶୁଙ୍କୁ ଜନ୍ମଦେବା ପୂର୍ବରୁ ସେ ଏବଂ ତାଙ୍କ ସ୍ବାମୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ।  ବହୁ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା ସେମାନଙ୍କୁ । ତେଣୁ ସେମାନେ ସେହି କଷ୍ଟ ଓ ତାପର ଆନନ୍ଦକୁ ମନେ ରଖିବାକୁ କରୋନା ଏବଂ କୋଭିଡ୍ ଶବ୍ଦକୁ ନେଇ ଦୁଇ ଶିଶୁଙ୍କ ନାମକରଣ କରିଛନ୍ତି ।


Share It

Comments are closed.