ରାକ୍ଷୀ ସାୱନ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ


ବିଗ୍ ବସ୍ ଛାଡିବା ପରେ ନିଜ ବିବାହ ପାଇଁ ହେଡଲାଇନରେ ଥିବା ରାକ୍ଷୀ ସାୱନ୍ତଙ୍କ ବର୍ତ୍ତମାନ ଏକ ବଡ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ରାକ୍ଷୀ ସାୱନ୍ତଙ୍କୁ ପୋଲିସ ଗିରଫ କରିଛି । କିଛି ସମୟ ପରେ ପୋଲିସ ସାୱନ୍ତଙ୍କୁ ଆନ୍ଧେରି କୋର୍ଟରେ ହଜାର କରିବ । ରାକ୍ଷୀ ସାୱନ୍ତ ଉପରେ କିଛି ସମୟ ପୂର୍ବରୁ ଜଣେ ମହିଳା ମଡେଲର ଆପତ୍ତିଜନକ ଭିଡିଓ ଓ ଫଟୋ ଭାଇରାଲ କରିଥିବା ଅଭିଯୋଗ ରହିଛି । ଏହା ପରେ ଆମ୍ବୋଲି ପୋଲିସ ଅଭିଯୋଗକାରୀ ମଡେଲଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ କରିଛି । ମଡେଲ ଶେର୍ଲିନ୍ ଚୋପ୍ରା ମଧ୍ୟ ଏହି ପ୍ରସଙ୍ଗରେ ଏକ ପୋଷ୍ଟ ସେୟାର କରିଛନ୍ତି ଓ ଟ୍ୱିଟରେ ପୂରା ମାମଲା ବିଷୟରେ ସୂଚନା ଦେଇଛନ୍ତି । ସର୍ବଶେଷ ଟ୍ୱିଟରେ ଏହି ପୋଷ୍ଟକୁ ଶେର୍ଲିନ୍ ଚୋପ୍ରା ଲେଖିଛନ୍ତି ଯେ ‘ବ୍ରେକିଙ୍ଗ୍ ନ୍ୟୁଜ୍ !!! ଏଫଆଇଆର ପରେ ଆମ୍ବୋଲି ପୋଲିସ ରାକ୍ଷୀ ସାୱନ୍ତଙ୍କୁ ଗିରଫ କରିଛି । ଗତକାଲି ମୁମ୍ବାଇ ସେସନ କୋର୍ଟ ଦ୍ୱାରା ରାକ୍ଷୀ ସାୱନ୍ତଙ୍କ ABA 1870/2022 ଖାରଜ ହୋଇଥିଲା । ଏହାପୂର୍ବରୁ ଶେର୍ଲିନ୍ ଚୋପ୍ରା ଓ ରାକ୍ଷୀ ସାୱନ୍ତଙ୍କ ମଧ୍ୟରେ ଏକ ଝଗଡା ଦେଖିବାକୁ ମିଳିଥିଲା । ଦୁହିଁଙ୍କ ମଧ୍ୟରେ ଝଗଡା ବେଳେ ରାକ୍ଷୀ ସାୱନ୍ତ ମଧ୍ୟ ପାପାରାଜି ସାମ୍ନାରେ ଶେର୍ଲିନଙ୍କ ଏକ ବ୍ୟକ୍ତିଗତ ଭିଡିଓ ଦେଖାଇଥିଲେ । ଏହା ପରେ ଶେର୍ଲିନ୍ ରାକ୍ଷୀଙ୍କ ବିରୋଧରେ ପୋଲିସ ପାଖରେ ପହଞ୍ଚିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାକ୍ଷୀ ସାୱନ୍ତ (Rakhi Sawat) ବହୁତ ଦୁଃଖ ଓ ଯନ୍ତ୍ରଣାରେ ଅଛନ୍ତି । ନିକଟ ଅତୀତରେ ତାଙ୍କର ମିସକ୍ୟାରେଜ (Rakhi Sawant Miscarriage) ହୋଇଛି, ଯେଉଁଥିପାଇଁ ସେ ବହୁତ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି । ଫୋନରେ ଏକ ମିଡିଆ ହାଉସ୍ ସହିତ କଥାବାର୍ତ୍ତା କରୁଥିବାବେଳେ ରାକ୍ଷୀ ସାୱନ୍ତ (Rakhi Sawat) ନିଜେ ସ୍ୱୀକାର କରିଛନ୍ତି ଯେ, ସେ ମା’ ହେବାକୁ ଯାଉଥିଲେ । ରାକ୍ଷୀ ସାୱନ୍ତ (Rakhi Sawat) ପୂର୍ବରୁ ସମସ୍ତଙ୍କ ସହ ଭଲ ଖବର ସେୟାର କରୁଥିଲେ । ତାଙ୍କ ଖୁସି ଦୁଃଖରେ ପରିଣତ ହୋଇଛି ।
ରାକ୍ଷୀ ଓ ଆଦିଲଙ୍କ ସମ୍ପର୍କ ସର୍ବଦା ଚର୍ଚ୍ଚାରେ ରହିଆସିଛି । ସର୍ବସାଧାରଣରେ, ଉଭୟ ଖୋଲାଖୋଲି ଭାବରେ ପରସ୍ପର ପ୍ରତି ପ୍ରେମ ଦେଖାଉଥିବା ନିକଟରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ରାକ୍ଷୀ ନିଜ ସମ୍ପର୍କକୁ ଏକ ନୂଆ ନାମ ଦେଇଥିଲେ । ରାକ୍ଷୀ ସାୱନ୍ତ ଓ ଆଦିଲ ଦୁରାନୀ ଦୁନିଆର ଆଖିରୁ ଲୁଚିଛପି ଦ୍ୱିତୀୟ ବିବାହ କରିଥିଲେ । ଏହି ଦମ୍ପତି ଏକ କୋର୍ଟ ବିବାହ କରିଥିଲେ ଓ କୋର୍ଟ ବିବାହ ପରେ ଉଭୟଙ୍କ ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଉଭୟଙ୍କ ବେକରେ ଫୁଲମାଳ ମଧ୍ୟ ନଜର ଆସିଥିଲା ।

ସୋସିଆଲ ମିଡିଆରେ ଆଦିଲ ଓ ରାକ୍ଷୀଙ୍କ କିଛି ଫଟୋ ସାମ୍ନାକୁ ଆସିଥିଲା । ଏହି ଫଟୋଗୁଡ଼ିକରେ ରାକ୍ଷୀ ଏକ ଧଳା ଓ ଗୋଲାପି ରଙ୍ଗର ଶାଢୀ ପିନ୍ଧିଛନ୍ତି ଓ ଅନ୍ୟପଟେ ଆଦିଲଙ୍କୁ ନିଜର ସରଳ ଲୁକରେ ଦେଖିବାକୁ ମିଳିଥିଲା । ସାମ୍ନାକୁ ଆସିଥିବା ଫଟୋର ଦୁହେଁ ନିଜ କୋର୍ଟରେ ମେରେଜ ସାର୍ଟିଫିକେଟ ସହ ନଜର ଆସିଥିଲେ । ଏହା ସହିତ ଆଉ ଏକ ଫଟୋରେ ଉଭୟ ନିଜ ବିମେରେଜ ସାର୍ଟିଫିକେଟରେ ଦସ୍ତଖତ କରୁଥିବା ଦେଖାଯାଇଥିଲା । ଏହି ଫଟୋ ସେମାନଙ୍କ ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆମେ ଆପଣଙ୍କୁ କହିବୁ ଯେ ଆଦିଲ ଖାନ ଦୁରାନୀ ରାକ୍ଷୀ ସାୱନ୍ତଙ୍କଠାରୁ ୬ ବର୍ଷ ସାନ ଓ ସେ ଜଣେ ବ୍ୟବସାୟୀ ଅଟନ୍ତି ।


Share It

Comments are closed.