ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ସୁଇଟ ପଟାଟୋ, ଜାଣନ୍ତୁ ଏହାର ଫାଇଦା


ଶୀତଦିନେ ନିଜ ଖାଦ୍ୟରେ କିଛି ସ୍ୱତନ୍ତ୍ର ଖାଦ୍ୟ ସାମିଲ କରିବା ଆବଶ୍ୟକ। ଏହିଦିନେ କନ୍ଦମୂଳର ସେବନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହାକୁ ଶୀତଦିନିଆ ଆଳୁ ମଧ୍ୟ କୁହାଯାଏ। ଏଥିରେ ଅନେକ ପୋଷକ ତତ୍ତ୍ୱ ଭରପୁର ପରିମାଣରେ ରହିଛି। ଯାହା ଶରୀରକୁ ଉଷ୍ଣ ରଖିବାରେ ସହାୟକ ହୋଇଥାଏ। ଏହି କାରଣରୁ ଏହାକୁ ଶୀତଦିନେ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ନିଜ ଖାଦ୍ୟରେ ଏହାକୁ ବିଭିନ୍ନ ଉପାୟରେ ସାମିଲ କରି ପାରିବେ। ଏହାକୁ ସିଝାଇ କିମ୍ବା ଫ୍ରାଏ କରି ଖାଇପାରିବେ। ମାତ୍ର ଶୀତରେ ଲୋକେ ଏହାର ହାଲୱା କରି ଖାଇବାକୁ ପସନ୍ଦ କରିଥାଆନ୍ତି।

ଏହାର ଗୁଣ ଉଷ୍ଣ। ଏହାର ସେବନ ଦ୍ୱାରା ଶରୀରକୁ ଭିତରୁ ଉଷ୍ଣ ରଖିଥାଏ। କନ୍ଦମୂଳ ହାଲୱାରେ ଡ୍ରାଏ ଫ୍ରୁଟ୍ସ, ଗୁଡ ଓ ଦେଶୀ ଘିଅର ବ୍ୟବହାର କରାଯାଏ। ଶୀତଦିନେ ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ଓ ବୃଦ୍ଧି ହୋଇଥାଏ। ଫଳରେ ଏହା ଶରୀରକୁ ଅନ୍ୟ ରୋଗ ଓ ସଂକ୍ରମଣରୁ ରକ୍ଷା କରିଥାଏ। ଏହା ଶକ୍ତି ଯୋଗାଇବାରେ ମଧ୍ୟ ସହାୟକ ହୋଇଥାଏ।

ଏହା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ। ଏହାର ସେବନ ଦ୍ୱାରା ଶର୍କରାର ସ୍ତର ବୃଦ୍ଧି ହୋଇନଥାଏ। ଆପଣଙ୍କର ମଧୁମେହ ଥିଲେ ସୀମିତ ମାତ୍ରାରେ କନ୍ଦମୂଳର ହାଲୱା ଖାଇପାରିବେ। ହାଲୱା ପ୍ରସ୍ତୁତି ସମୟରେ ଚିନି ବଦଳରେ ଗୁଡର ବ୍ୟବହାର କରନ୍ତୁ।

କନ୍ଦମୂଳ ହାଲୱା ଫାଇବରରେ ଭରପୁର। ଯାଦ୍ୱାରା ଏହା ସହଜରେ ହଜମ ହୋଇଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପେଟକୁ ସୁସ୍ଥ ରଖିବାରେ ସହାୟକ ହେବା ସହ ପେଟ ଜନିତ ଅନେକ ସମସ୍ୟା ଦୂର କରିଥାଏ। ଖାଦ୍ୟହଜମ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ।
ଏମିତି କରନ୍ତୁ ପ୍ରସ୍ତୁତ..

ଆବଶ୍ୟକ ସାମଗ୍ରୀ ୨୫୦ ଗ୍ରାମ କନ୍ଦମୂଳ, ଗୁଡ ସ୍ୱାଦନୁସାରେ, ଲୁଣ (ସାମାନ୍ୟ)

୨ ଚାମଚ – ଦେଶୀ ଘିଅ, କାଜୁ, ବାଦାମ, ପିସ୍ତା – ୫ଟି ଲେଖାଏଁ
ପ୍ରଥମେ କନ୍ଦମୂଳକୁ ସିଝାଇ ଏହାର ଚୋପା ଛଡାଇ ଦିଅନ୍ତୁ। ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ଘିଅ ଗରମ କରନ୍ତୁ। ଏବେ ରଖିଥିବା କନ୍ଦମୂଳକୁ ପକାଇ ଗୋଳାନ୍ତୁ। ଏଥିରେ ଗୁଡ, ଲୁଣ ଭଲ ଭାବେ ମିଶାଇ ଗୋଳାନ୍ତୁ। ଏହାପରେ ଏଥିରେ ଡ୍ରାଏ ଫ୍ରୁଟ୍ସ ପକାଇ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା କନ୍ଦମୂଳ ହାଲୱା।


Share It

Comments are closed.