କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ହାସିମ ଆମଲା


ଦକ୍ଷିଣ ଆଫ୍ରିକା (South African All-Rounder) ର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ହାସିମ ଆମଲା (Hashim Amla) ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଜଣାଇଛନ୍ତି । ୩୯ ବର୍ଷୀୟ ହାସିମ ଆମଲା (Hashim Amla) କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ହାସିମ୍ ଆମଲା କହିଛନ୍ତି ଯେ, “ମୁଁ ସମସ୍ତ ଖେଳାଳି ଓ ଦଳ (South African Cricket Team) ର ସଦସ୍ୟମାନଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି । ଆହୁରି ମଧ୍ୟ, ମୁଁ ଆହୁରି ଅନେକ ସଫଳତା ପାଇଁ ଦଳକୁ ଶୁଭେଚ୍ଛା ଜଣାଉଛି ।” ଏଠାରେ କହି ରଖୁଛୁ ଯେ, ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ ଟେଷ୍ଟ ରନ୍ ସ୍କୋର କରିବାରେ ହାସିମ ଆମଲା ହେଉଛନ୍ତି ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ।

ହାସିମ ଆମଲା (Hashim Amla) ଦକ୍ଷିଣ ଆଫ୍ରିକା ପାଇଁ ୧୨୪ ଟେଷ୍ଟ ମ୍ୟାଚ ଖେଳି ୪୬.୬୪ ଏଭେରେଜରେ ୯,୨୮୨ ରନ୍ ସ୍କୋର କରିଛନ୍ତି । ହାସିମ ଆମଲା (Hashim Amla) ଜ୍ୟାକ୍ କଲିସଙ୍କ ୧୩,୨୦୬ ରନ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ହାସିମ ଆମଲା (Hashim Amla) ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ପାଇଁ ସମସ୍ତ ଫର୍ମାଟରେ ୧୮,୬୭୨ ରନ୍ ସ୍କୋର କରିଥିଲେ । ଏହି ସମୟରେ ହାସିମ ଆମଲା (Hashim Amla) ୨୭ଟି ଦିନିକିଆ ଶତକ ହାସଲ କରିଛନ୍ତି । କୌଣସି ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ୍ ଏପର୍ଯ୍ୟନ୍ତ ଏହି ରେକର୍ଡକୁ ଭାଙ୍ଗିବାରେ ସକ୍ଷମ ହୋଇନାହାଁନ୍ତି । ହାସିମ ଆମଲା (Hashim Amla) ଆଇପିଏଲରେ କିଙ୍ଗସ ଇଲେଭେନ୍ ପଞ୍ଜାବ ପାଇଁ ଖେଳିସାରିଛନ୍ତି । ସୂଚନାଯୋଗ୍ୟ, ୨୦୧୨ରେ ହାସିମ ଆମଲା (Hashim Amla) ଦି ଓଭାଲରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୩୧୧ ରନର ଇନିଂସ ଖେଳିଥିଲେ । ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଏହା ସର୍ବାଧିକ ଟେଷ୍ଟ ସ୍କୋର ଥିଲା । ହାସିମ ଆମଲା (Hashim Amla) ସୁରେ ଦଳର ସଦସ୍ୟ ଥିଲେ, ଯିଏ ୨୦୨୨ରେ କାଉଣ୍ଟି ଚାମ୍ପିଅନସିପ୍ ଜିତିଥିଲା । ହାସିମ ଆମଲା (Hashim Amla) ୧୮୧ ଦିନିକିଆ ଅନ୍ତର୍ଜାତୀୟରେ ୪୯.୪୬ ଏଭେରେଜରେ ୮,୧୧୩ ରନ୍ କରିଛନ୍ତି । ଏଥି ସହିତ ୪୪ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚରେ ୩୩.୬୦ର ଏଭେରେଜରେ ୧,୨୭୭ ରନ୍ ସ୍କୋର କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟ୍ କ୍ୟାରିୟରରେ ହାସିମ ଆମଲା (Hashim Amla) ୧୯,୫୨୧ ରନ୍ ସ୍କୋର କରିଥିଲେ ।

୨୦୧୯ ODI ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ଅଭିଯାନ ଶେଷ ହେବା ପରେ ହାସିମ ଆମଲା ODI କ୍ରିକେଟରୁ ଅବସର ନେଇଥିଲେ । ବୁଧବାର ସେ ଆନୁଷ୍ଠାନିକ ଭାବରେ ସୁରେକୁ ସୂଚନା ଦେଇଛନ୍ତି ଯେ, ସେ ୨୦୨୨ରେ ଜିତିଥିବା ଟାଇଟଲକୁ ରକ୍ଷା କରିବାରେ ସେମାନଙ୍କୁ ସାହାଯ୍ୟ କରିବାକୁ ଫେରିବେ ନାହିଁ ।


Share It

Comments are closed.