ନିଜ ପ୍ରଥମ ମ୍ୟାଚରେ ଭାରତୀୟ ଖେଳାଳୀଙ୍କୁ ଅସ୍ତବ୍ୟସ୍ତ କଲେ ୧୪୩ କିଲୋ ବିଶିଷ୍ଟ ଏହି ୱେଷ୍ଟଇଣ୍ଡିଜ ସ୍ପିନର


ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜମାଇକାସ୍ଥିତ ‘ଶବିନୀ’ ପାର୍କରେ ଚାଲୁଥିବାବେଳେ ପ୍ରଥମଦିନର ଖେଳ ଶେଷ ହେବା ପୂର୍ବରୁ ଭାରତ ୫ ୱିକେଟ ହରାଇ ୨୬୪ ରନ ସଂଗ୍ରହ କରିଛି । ଏହି ମ୍ୟାଚରେ ମୟଙ୍କ ଅଗ୍ରାୱାଲ (୫୫), ବିରାଟ କୋହଲି (୭୬) ଅର୍ଦ୍ଧଶତକ ହାସଲ କରିଥିବାବେଳେ ଅନ୍ୟପଟେ ହନୁମା ବିହାରୀ ଏବଂ ପନ୍ତ କ୍ରମଶଃ ୪୨ ଏବଂ ୨୭ ରନ ସଂଗ୍ରହ କରି ନଟଆଉଟ ରହିଛନ୍ତି । ତେବେ ଏହି ମଧ୍ୟରେ ୬.୫ ଫୁଟ ଲମ୍ବ ତଥା ୧୪୩ କିଲୋ ଓଜନ ବିଶିଷ୍ଟ ୱେଷ୍ଟଇଣ୍ଡିଜର ଯୁବ ସ୍ପନିର ‘ରଖିମ କୋର୍ଣ୍ଣୱାଲ’ ଆଜିର ମ୍ୟାଚରେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ କ୍ରିକେଟକରେ ପାଦ ଥାପିଛନ୍ତି । କ୍ରିକେଟ ଜଗତରେ ନିଜ ବିଶାଳକାୟ ଶରୀର ପାଇଁ ଚର୍ଚ୍ଚାରେ ରହି ଆସୁଥିବା ଏହି ଖେଳାଳୀ ଜଣକ ନିଜ ବୋଲିଂର ଯାଦୁରେ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ପ୍ରଭାବିତ କରିବାରେ ସଫଳ ରହିଥିଲେ ।


ନିଜ କ୍ୟାରିୟରର ପ୍ରଥମ ମ୍ୟାଚ ଖେଳୁଥିବା କୋର୍ଣ୍ଣୱାଲ ନିଜର ପ୍ରଭାବୀ ପ୍ରଦର୍ଶନ ଦ୍ୱାରା ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅସ୍ତବ୍ୟସ୍ତ କରିଦେଇଥିବାବେଳେ ସେ ଚେତେଶ୍ୱର ପୂଜାରାଙ୍କ ଭଳି ଖେଳାଳୀଙ୍କ ୱିକେଟ ମଧ୍ୟ ହାସଲ କରନେଇଥିଲେ । ପୂଜାରା, କୋର୍ଣ୍ଣୱାଲଙ୍କ ବଲରେ କ୍ୟାଚ ଆଉଟ ହୋଇ ପାଭିଲିୟନ ଫେରିଥିବାବେଳେ ଏହି ଅବସରେ କୋର୍ଣ୍ଣୱାଲ କହିଥିଲେ ଯେ, “ପଦାର୍ପଣ ମ୍ୟାଚରେ ମୋ ଅନୁଭବ ଖୁବ ଭଲ ଥିଲା । ମୋତେ ଲାଗୁଛି କି ଆରମ୍ଭରୁ ବଲ ଖୁବ ଭଳ ପଡୁଥିଲା । ମୋତେ ବଲ ଠିକ୍ ଜାଗାରେ ଖେଳାଇବା ପାଇଁ କଷ୍ଟ କରିବାକୁ ପଡିଥିଲା ।” କେବଳ ଏତିକି ନୁହେଁ କୋର୍ଣ୍ଣୱାଲ, ନିଜ ପଦାର୍ପଣ ମ୍ୟାଚରେ ରାହୁଲ ଏବଂ ଅଗ୍ରୱାଲାଙ୍କ ଦୁଇଟି ସୁନ୍ଦର କ୍ୟାଚ ଧରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ ମଧ୍ୟ କରାଇଦେଇଥିଲେ ।


Share It

Comments are closed.