ଘରେ କ୍ୟାଲେଣ୍ଡର କିମ୍ବା ଛବି ଲଗାଇଥିଲେ, ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ


ଜ୍ୟୋତିଶ ବିଦ୍ୟାରେ ବାସ୍ତୁ ନିୟମର ଅନେକ ମହତ୍ୱ ରହିଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଲଗାଯାଉଥିବା ବିଭିନ୍ନ ଛବି ମଧ୍ୟ ଆପଣଙ୍କ ଜୀବନକୁ ଅନେକ ଉପାୟରେ ପ୍ରଭାବିତ କରିଥାଏ । ଘରେ ଲଗାଯାଇଥିବା ଛବି ଯଦି ଠିକ ଦିଗରେ ଲାଗିଥାଏ ତେବେ ଏହା ଜୀବନରେ ସକରାତ୍ମକ ପ୍ରଭାବ ପକାଇଥାଏ, କିନ୍ତୁ ଯଦି ଏହା ଭୁଲ ଦିଗରେ ଲାଗିଥାଏ ତେବେ ଏହା ଘରକୁ ନକରାତ୍ମକ ଚିନ୍ତାଧାରାରେ ଭରି ଦେଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସମ୍ବନ୍ଧିତ କିଛି ଅଧିକ ତଥ୍ୟ ।

ବାସ୍ତୁଶାସ୍ତ୍ର ଅନୁଯାୟୀ ପରିବାରର ସଦସ୍ୟ ମାନଙ୍କର ଛବି ଘରର ଉତ୍ତର ଦିଗରେ, ପୂର୍ବ ଦିଗରେ କିମ୍ବା ଉତ୍ତର-ପୂର୍ବ ଦିଗରେ ରହିବା ଦରକାର । କାରଣ ଏହି ତିନି ଦିଗ ହିଁ ଏହି ଛବି ପାଇଁ ଉପଯୁକ୍ତ ଅଟେ । କାରଣ ଅନ୍ୟ କୌଣସି ବି ଦିଗରେ ପରିବାର ସଦସ୍ୟ ମାନଙ୍କର ଛବି ରହିବା ଉଚିତ ନୁହେଁ । ଭଗବାନଙ୍କର ଉଗ୍ର ରୂପ କିମ୍ବା ଯୁଦ୍ଧ କରୁଥିବାର ଛବି ଘରେ ଲଗାଇବା ଉଚିତ ନୁହେଁ । ଘରର କୌଣସି କବାଟରେ ଆଗରେ କିମ୍ବା ପଛରେ କ୍ୟାଲେଣ୍ଡର ଲଟକାଇବା ଠିକ ନୁହେଁ । ଏପରି କରିବା ପରିଜନଙ୍କର ଆୟୁଶ ପାଇଁ ଅଶୁଭକର ଅଟେ । କିଛି ଲୋକ କ୍ୟାଲେଣ୍ଡର ତ ଲଗାଇଥାନ୍ତି କିନ୍ତୁ ପୁରୁଣା କ୍ୟାଲେଣ୍ଡର ଉପରେ, କାରଣ ସେହି ପୁରୁଣା କ୍ୟାଲେଣ୍ଡର ପ୍ରତି ସେମାନଙ୍କର ଭାବନାତ୍ମକ ସଂଯୋଗ ରହିଥାଏ । ଯେଉଁ କାରଣରୁ ସେମାନେ ତାକୁ ବାହାର କରନ୍ତି ନାହିଁ । କିନ୍ତୁ ବାସ୍ତୁ ଅନୁଯାୟୀ ଦେଖିବାକୁ ଗଲେ ଏହା ଘରେ ଅଶୁଭତାର ସଂଚାର କରିଥାଏ ।


Share It

Comments are closed.