ରାହୁଲଙ୍କ ଦୃଢକ୍ତି ୨୦୧୯ରେ କଂଗ୍ରେସ ସରକାର
[vc_row][vc_column][vc_column_text]କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବର୍ତ୍ତମାନ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମନ୍ତବ୍ୟ ଦେବା ଆରମ୍ଭ କରିଦେଇଛନ୍ତି । ମଙ୍ଗଳବାର ମୁମ୍ବାଇ ଠାରେ ଅନୁଷ୍ଠିତ ଏକ ସଭାରେ ରାହୁଲ ନିଜ ଅଭିଭାଷଣରେ ମୋଦି ଉପରେ ବର୍ଷିବା ସହ କହିଛନ୍ତି ଯେ, ପିଏମ ମୋଦି ନିଜର ଗୁରୁ ଲାଲ କୃଷ୍ଣ ଆଡଭାନୀଙ୍କୁ ସମ୍ମାନ କରନ୍ତି ନାହିଁ । ସଭାରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ, ହିନ୍ଦୁ ଧର୍ମରେ ଗୁରୁଙ୍କର ବିଶେଷ ମହତ୍ତ୍ୱ ରହିଥାଏ କିନ୍ତୁ ପିଏମ ମୋଦି ତାଙ୍କ ଗୁରୁଙ୍କୁ ସମ୍ମାନ କରୁ ନଥିବା ବେଳେ, ମୁଁ ତାଙ୍କୁ ସମ୍ମାନ କରେ ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୂର୍ବରୁ ମୋଦି ସରକାରର ଅବ୍ୟବସ୍ଥା ଏବଂ ତାଙ୍କ ଦ୍ୱାର ପ୍ରଚଳିତ କାର୍ଯ୍ୟକ୍ରମ ଓ ଆଇନ ଉପରେ ମନ୍ତବ୍ୟ ଦେଉଥିବା ବେଳେ, ଏଥର ପ୍ରଥମ ଥର ପାଇଁ ସେ ମୋଦିଙ୍କ ବ୍ୟକ୍ତିଗତ ଜୀବନକୁ ନେଇକି ଭର୍ସନା କରିଛନ୍ତି ।
ରାହୁଲ ଗୋରେଗାୱଁସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏକ ସଭାରେ କହିଛନ୍ତି ଯେ, ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ମଧ୍ୟ ଆମ ବିରୋଧରେ ନିର୍ବାଚନ ଲଢି ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଅଟଳ ବିହାରୀ ବାଜେପାୟୀଙ୍କ ଦେଶ ପ୍ରତି ତାଙ୍କର ଅନେକ ଅବଦାନ ରହିଛି । ବର୍ତ୍ତମାନ ସେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ସର୍ବ ପ୍ରଥମେ ମୁଁ ତାଙ୍କୁ ସାକ୍ଷାତ କରିବାକୁ ଯିବା ସହ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ବନ୍ଧରେ ପଚାରିବୁଝିଥିଲି । ସେ ଆହୁରୀ ମଧ୍ୟ କହିଥିଲେ ସଂସଦରେ ନିଜରି ଦଳର ନେତା, ଲାଲକୃଷ୍ଣ ଆଡଭାନୀଙ୍କୁ କୌଣସି ସମ୍ମାନ ଦିଅନ୍ତି ନାହିଁ ଯାହାକୁ ଦେଖି ମୋ ବହୁତ ଦୁଃଖ ଲାଗେ ।
ରାହୁଲ କହିଛନ୍ତି ଯେ, ବିଜେପିର ଜଣେ ବରିଷ୍ଠ ନେତା ମୋତେ କହିଛନ୍ତି ଯେ ‘ମୁଁ ରାଜନିତି ଜୀବନରେ ସର୍ବଦା କଂଗ୍ରେସ ସହ ଲଢି ଆସୁଥିଲି, କିନ୍ତୁ ଏବେ ବୁଝୁଛି ଦେଶ ପାଇଁ କଂଗ୍ରେସ କେତେ ଜରୁରୀ ।’ ବିଜେପିକୁ କେବଳ କଂଗ୍ରେସ ହିଁ ହରାଇପାରିବ । ବିଜେପି ଏବଂ ଆରଏସଏସର ବିଚାରଧାରାକୁ କେବଳ କଂଗ୍ରେସ ଚିନ୍ତାଧାରା ହିଁ ହରାଇ ପାରିବ ।[/vc_column_text][vc_column_text]୨୦୧୯ରେ ବିଜେପି ପରାଜୟ ଥୟ.[/vc_column_text][vc_column_text]ରାହୁଲ କହିଛନ୍ତି ଯେ, ବିଜେପି ଗୁରୁରାଟରେ ଅଳ୍ପକେ ବିର୍ତ୍ତିଲେ । ପରବର୍ତ୍ତୀ ସମୟରେ କର୍ଣ୍ଣାଟକରେ ହାରିଲେ, ବର୍ତ୍ତମାନ ଆମେ ତାଙ୍କୁ ମଧ୍ୟ-ପ୍ରଦେଶ ଏବଂ ରାଜସ୍ଥାନରେ ହରାଇବ । କ୍ଷୁଦ୍ର ବେପାରୀ ଏବଂ ଦିନ ମଜୁରିଆଙ୍କ ସମସ୍ତ ବେପାର ଟଙ୍କାରେ ଚାଲିଥିବାବେଳେ କେନ୍ଦ୍ର ସରକାର ଦ୍ୱାରା ପ୍ରଚଳିତ ବିମୁଦ୍ରିକରଣ ସମସ୍ତଙ୍କ ବେପାରକୁ ଅନେକ ମାତ୍ରାରେ ପ୍ରଭାବିତ କରିଥିଲା । ମୋଦି ସରକାର ୪ ବର୍ଷ ମଧ୍ୟରେ ଦେଶର ଜନତାଙ୍କ ସହିତ ବିଶ୍ୱାସଘାତକ କରିଛନ୍ତି ।[/vc_column_text][vc_column_text]ଜୟ ଶାହାଙ୍କ ବାହାନାରେ ଅମିତ ଶାହାଙ୍କୁ ଆକ୍ଷେପ [/vc_column_text][vc_column_text]ରାହୁଲ ବିଜେପି ଅଧ୍ୟକ୍ଷ ଅମିତ ଶାହ ନାମ ନନେଇ କଟାକ୍ଷ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଘନିଷ୍ଟ ସାଙ୍ଗ ଜୟଶାହଙ୍କ ବାପା ଏବେ ଚାରି ଆଡେ ଭ୍ରମଣ କରୁଛନ୍ତି । ରାହୁଲ ସଭାରେ ତାଙ୍କୁ ଆକ୍ଷେପ କରି କହିଛନ୍ତି ଯେ, କୌଣସି ସାଧାରଣ ବ୍ୟବସାୟୀ ୫୦ ହଜାର ବେପାରକୁ ୮୦ ହଜାର କୋଟିରେ ପରିବର୍ତ୍ତନ କରିପାରନ୍ତି କି ?[/vc_column_text][vc_column_text]ମୋଦି ବର୍ତ୍ତମାନ ନର୍ଭସ ହୋଇ ଭାଷଣ ଦେଉଛନ୍ତି [/vc_column_text][vc_column_text]ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ସମସ୍ତ ସଭାରେ ନର୍ଭସ ହୋଇ ଭାଷଣ ଦେଉଛନ୍ତି । ମୁଁ ସତ୍ୟରେ ଅଛି ସେଥିପାଇଁ ଭାଷଣ ଦେବା ସମୟରେ ଡରୁ ନାହିଁ । ମୋଦି ନିର୍ବାଚନ ପୂର୍ବରୁ ନିଜ ଅଭିଭାଷଣରେ କହିଥିଲେ ଯେ, ପ୍ରତି ବର୍ଷ ୨ କୋଟି ଯୁବକଙ୍କୁ କର୍ମନିଯୁକ୍ତି ଦିଆଯିବ କିନ୍ତୁ ଏବେ ତାଙ୍କ ମନ୍ତ୍ରୀ ସଂସଦ କହୁଛନ୍ତି ଯେ ଦେଶରେ ବର୍ତ୍ତମାନ ସବୁଠାରୁ ଅଧିକ ବେରୋଜଗୀର ଅଛନ୍ତି । ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଓବାମା କହିଥିଲେ ଭବିଷ୍ୟତରେ ଚୀନ ଏବଂ ଭାରତ ସବୁଠାରୁ ପୃଥିବୀରେ ସବୁଠାରୁ ଦ୍ରୁତଗତି ବଢୁଥିବା ରାଷ୍ଟ୍ର ହେବ କିନ୍ତୁ ବର୍ତ୍ତମାନ ଚୀନ ଦ୍ରୁତଗତିରେ ଆଗକୁ ବଢୁଛି, କିନ୍ତୁ ଭାରତ ଏତେ ପଛରେ ରହିଯାଇଛି ଯେ ଏହାର ଯୁବ ପୀଢି ଚୀନ ନିର୍ମିତ ଫୋନ ବ୍ୟବହାର କରୁଛନ୍ତି ।[/vc_column_text][/vc_column][/vc_row]
Comments are closed.