ଦ୍ରାବିଡଙ୍କ ପୁଅ ହେଲେ ଅଣ୍ଡର-୧୪ କର୍ଣ୍ଣାଟକ ଦଳର ଅଧିନାୟକ


ଭାରତୀୟ କ୍ରିକେଟ୍ ଦଳର (Indian Cricket Team Coach) ରାହୁଲ ଦ୍ରାବିଡଙ୍କ ପୁଅ (Rahul Dravid Son) ଅନ୍ବୟ ଦ୍ରାବିଡ (Anvay Dravid) ଙ୍କୁ କର୍ଣ୍ଣାଟକର ଅଣ୍ଡର-14 ଦଳ (Karnataka Under-14 Cricket Team) ର ଅଧିନାୟକ କରାଯାଇଛି । ଅନ୍ବୟ ଦ୍ରାବିଡ କର୍ଣ୍ଣାଟକ ପାଇଁ ଜୁନିଅର କ୍ରିକେଟ୍ ଖେଳନ୍ତି ଓ ବ୍ୟାଟ୍ ସହିତ ତାଙ୍କ ପ୍ରଦର୍ଶନ ପାଇଁ ଅନେକ ସମୟରେ ଚର୍ଚ୍ଚା ରୁହଥାନ୍ତି । ତାଙ୍କର କ୍ରମାଗତ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି । କୌତୁହଳର ବିଷୟ, ଅନ୍ବୟ ଦ୍ରାବିଡ (Anvay Dravid) ମଧ୍ୟ ଜଣେ ୱିକେଟ୍ କିପର । ରାହୁଲ ଦ୍ରାବିଡ (Rahul Dravid) ମଧ୍ୟ ଏକ ସମୟରେ ଟିମ୍ ଇଣ୍ଡିଆର ଫୁଲ୍ ଟାଇମ୍ ୱିକେଟ୍ କିପର ଥିଲେ । ରାହୁଲ ଦ୍ରାବିଡ ସେତେବେଳେ ଏହି ଦାୟିତ୍ୱ ସମ୍ଭାଳିଥିଲେ ଯେତେବେଳେ ଭାରତ ଜଣେ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ ପାଇଁ ସଂଘର୍ଷ କରୁଥିଲା । ତେବେ ମହେନ୍ଦ୍ର ସିଂ ଧୋନି (MS Dhoni) ଙ୍କ ଆଗମନ ପରେ ରାହୁଲ ଦ୍ରାବିଡଙ୍କୁ ଜଣେ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳୁଥିବା ଦେଖିବାକୁ ମିଳିଥିଲା । ଅନ୍ବୟ ଦ୍ରାବିଡ (Anvay Dravid) ଙ୍କ କ୍ରିକେଟ୍ କ୍ୟାରିୟର ଏବେ ନୂଆ । ସେ ତାଙ୍କ ପିତାଙ୍କ ରେକର୍ଡକୁ ଅନୁକରଣ କରିବାକୁ ଚେଷ୍ଟା କରିବେ । ଅନ୍ବୟ ଦ୍ରାବିଡ (Anvay Dravid) ଙ୍କ ବଡ଼ ଭାଇ ସମିତ ମଧ୍ୟ ଜଣେ କ୍ରିକେଟର । ସମିତ ଅଣ୍ଡର-୧୪ ସ୍ତରରେ ୨୦୧୯-୨୦ ସିଜନରେ ଦୁଇଟି ଦ୍ୱିଶତକ ଲଗାଇ ଚର୍ଚ୍ଚାରେ ଆସିଥିଲେ । ସମିତ୍ ଦ୍ରାବିଡ ଅଣ୍ଡର-୧୪ ସ୍ତରରେ ନିଜ ପାଇଁ ଏକ ନାମ କରିସାରିଛନ୍ତି ଓ ଅନ୍ବୟ ଦ୍ରାବିଡ (Anvay Dravid) ଙ୍କୁ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରେ ନିଜ କାମ ପୂରା କରିବାର ଅଛି । ସେପଟେ ରାହୁଲ ଦ୍ରାବିଡଙ୍କ ଦ୍ୱାରା ପ୍ରଶିକ୍ଷିତ ଟିମ୍ ଇଣ୍ଡିଆ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ପାଇଁ ପ୍ରସ୍ତୁତ ହେଉଛି । ଘରୋଇ ଦଳ ସିରିଜର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦରେ ୧୨ ରନରେ ଜିତିଥିଲା ।​ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ୩୫୦ ରନର ଲକ୍ଷ୍ୟ ଦେଇଥିଲା । ଭାରତୀୟ ଦଳ ତରଫରୁ ଶୁଭମାନ ଗିଲ୍ ଦମଦାର୍ ଖେଳ ପ୍ରଦର୍ଶନ କରି ନିଜ କ୍ୟାରିୟର ପ୍ରଥମ ଡବଲ ସେଞ୍ଚୁରୀ ହାସଲ କରିଥିଲେ । ସେ ୨୦୮ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡର ମାଇକେଲ ବ୍ରେସୱେଲ ଏକ ଚମତ୍କାର ଶତକୀୟ ଇନିଂସ ଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡ ୩୩୭ ସ୍କୋର ଯାଏ ପହଞ୍ଚିପାରିଥିଲା ।

ଭ୍ରମଣକାରୀ ଦଳର ସ୍କୋର ଏକ ସମୟରେ ୧୩୧/୬ ଥିଲା । ଲାଗୁଥିଲା ଯେ ମ୍ୟାଚ୍ ଶୀଘ୍ର ଶେଷ ହେବ, କିନ୍ତୁ ବ୍ରେସୱେଲ ଓ ମିଚେଲ ସାଣ୍ଟନର୍ (୫୭) ମ୍ୟାଚକୁ ଶେଷ ଓଭରରେ ନେଇଯାଇଥିଲେ । ଏହି ସିରିଜର ଦ୍ୱିତୀୟ ଦିନିକିୁଆ ଜାନୁଆରୀ ୨୧ରେ ରାୟପୁରରେ ଖେଳାଯିବ । ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତେ, ତେବେ ସେହି ସିରିଜ୍ ନିଜ ନାମରେ କରିନେବ । ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଜାନୁଆରୀ ୨୪ରେ ଇନ୍ଦୌରରେ ଖେଳାଯିବ ।


Share It

Comments are closed.