ବାପା ହେଲେ ରୋହିତ ଶର୍ମା


ଗତ କାଲି ରୋହିତ ଶର୍ମା ଏବଂ ତାଙ୍କର ସ୍ତ୍ରୀ ରିତିକା ଜଣେ ନୂଆ ସଦସ୍ୟାଙ୍କୁ ତାଙ୍କ ପରିବାରକୁ ସ୍ୱାଗତ କରିଛନ୍ତି । ସେହି ନୂଆ ସଦସ୍ୟା ଜଣକ ହେଉଛନ୍ତି ତାଙ୍କ ନବଜାତ କନ୍ୟା । ଏହା ଆମେ ଆପଣଙ୍କୁ କହୁ ନାହୁଁ ବରଂ ରିତିକାଙ୍କର ଭଉଣୀ ତଥା ଅଭିନେତା ଓ ନିର୍ଦ୍ଦେଶକ ସୋହେଲ ଖାନଙ୍କ ସ୍ତ୍ରୀ “ସିମା ଖାନ” ଏହି ସୂଚନା ଦେଇଛନ୍ତି ।
ସିମା ନଜ ଇନଷ୍ଟାଗ୍ରାମରେ ତାଙ୍କର ଏବଂ ରିତିକାଙ୍କ ଏକ ଫଟୋକୁ ସେୟାର କରି କହିଛନ୍ତି ଯେ, “ବେବି ଗାର୍ଲ, ମାସିସ ଏଗେନ’ । ଏହି ଫଟୋକୁ ସିମା ନିଜ ଇନଷ୍ଟା ଷ୍ଟାଟସରେ ସେୟାର କରିବା ସହ ରିତିକାଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି ।

ଅନେକ ଦିନ ହେବ ରିତିକା ଗର୍ଭବତୀ ଥିବାର ଖବର ଉଭୟ ସମସ୍ତଙ୍କ ସାମନାରେ ଲୁଚାଇଥିବାବେଳେ କିନ୍ତୁ କିଛି ଦିନ ତଳେ ରୋହିତ ନିଜେ ଏକ ସାକ୍ଷତକାର ମାଧ୍ୟମରେ ଏହାର ପରୋକ୍ଷ ସୂଚନା ଦେଇଥିଲେ ।
ପ୍ରକାଶ ଥାଉକି ରୋହିତ, ଅଷ୍ଟ୍ରେଲିଆର ପୂର୍ବତ୍ତନ ଅଧିନାୟକ କ୍ଲାର୍କଙ୍କ କରିଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, ‘ ମୁଁ କେବେ ବାପା ହେବେ ସେହି ସମୟକୁ ଖୁବ ଉତ୍ସୁକତାର ସହ ଅପେକ୍ଷା କରିଛି କାରଣ ଏହା ମୁହୁର୍ତ୍ତ ଆମ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେବ ।’
ରୋହିତ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି ।


Share It

Comments are closed.