ଅଷ୍ଟ୍ରେଲିଆରେ ଇତିହାସ ରଚିଲା ଭାରତ


ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଭାରତ ଏକ ନୂଆ ଇତିହାସ ରଚିଛି । କାରଣ ମେଲବର୍ଣ୍ଣ ଟେଷ୍ଟରେ ଭାରତ ଏକ ପ୍ରକାର ବିଜୟ ସୁନିଶ୍ଚିତ । କାରଣ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନରେ ଏକ ନାଟକୀୟ ପରିବର୍ତ୍ତନ ଘଟିଛି । ଭାରତ ପ୍ରଥମ ପାଳି ଖେଳି ୪୪୩ ରନ ସଂଗ୍ରହ କରିଥିବାବେଳେ ଏହି ଲକ୍ଷ୍ୟକୁ ପିଛାକରି ଅଷ୍ଟ୍ରେଲିଆ ମାତ୍ର ୧୫୧ରନ ସଂଗ୍ରହ କରିପାରିଥିଲା ।
ସେହିଭଳି ଭାରତ ଦ୍ୱିତୀୟ ଇନଂସରେ ୧୦୬ ରନ ସଂଗ୍ରହ କରି ଅଷ୍ଟ୍ରେଲିଆ ଆଗରେ ୩୯୯ରନ ଟାର୍ଗେଟ ଦେଇଥିଲା । ଏହି ଲକ୍ଷ୍ୟକୁ ପିଛା କରିବା ଦିଗରେ ଘରୋଇ ଦଳକୁ ୧ ଦିନ ନ ପୂରୁଣ ଅଷ୍ଟ୍ରେଲିଆରେ ବ୍ୟାଟିଙ୍ଗରେ ବିପର୍ଯ୍ୟ ଘଟିଥିଲା ।
ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଦ୍ୱାରା କଙ୍ଗାରୁ ଦଳର ବ୍ୟାଟିଙ୍ଗରେ ବିପର୍ଯ୍ୟ ଘଟିଥିଲା । ଅଷ୍ଟ୍ରେଲିଆ ଦଳର ଅଧିନାୟକ ୨୬ ରନ କରି ଆଉଟ ହୋଇଯାଇଥିବାବେଳେ ଏହି କ୍ରମରେ ସମସ୍ତ ବ୍ୟାଟ୍ସମ୍ୟାନ ଧିରେ ଧିରେ ଆଉଟ ହେବାରେ ଲାଗିଥିଲେ ।


Share It

Comments are closed.