ନିର୍ବନ୍ଧ କଲେ ପିସି ଏବଂ ନିକ୍, ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ


ବଲିଉଡ ତଥା ହଲିଉଡର ବହୁ ଚର୍ଚ୍ଚିତ ଯୋଡି ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସଙ୍କର ରୋକା ସେରିମନି ଚାଲିଛି । ଏହି ସେରିମୋନିିରେ ସେମାନଙ୍କର ନିର୍ବନ୍ଧ ମଧ୍ୟ ହେବ । ଆଜି ସକାଳୁ ପ୍ରିୟଙ୍କାଙ୍କ ଜୁହୁ ସ୍ଥିତ ବାସଭବନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସକାଳୁ ତାଙ୍କ ଘର ଭିତରକୁ ଏକ ବ୍ରାହ୍ମଣ ଦୁଇଟି ଭାରି ବ୍ୟାଙ୍ଗ ନେଇ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଉତ୍ସବରେ ଯୋଗ ଦେବା ପାଇଁ ପ୍ରିୟଙ୍କାଙ୍କ କଜିନ୍ ପରିଣିତି ଚୋପ୍ରା ମଧ୍ୟ ଜବରିଆ ଯୋଡିର ସୁଟିଙ୍ଗରୁ ଲକ୍ଷେ୍ନøରୁ ଆସିଛନ୍ତି । ସେହପରି ପ୍ରିୟଙ୍କାଙ୍କ ଅତି ଘନିଷ୍ଠ ବନ୍ଧୁ ତଥା ସ୍କ୍ରିନ ଲେଖକ ମୁସ୍ତାକ ସେଖଙ୍କୁ ଏବଂ ପିସିଙ୍କ ବେଷ୍ଟ ଫ୍ରେଣ୍ଡ ତଥା ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ପ୍ରିୟଙ୍କା ଏବଂ ନିକ ଉଭୟଙ୍କୁ ନିଜ ନିର୍ବନ୍ଧ ଅବସରରେ ଭାରତୀୟ ପାରମ୍ପରିକ ବସ୍ତ୍ରରେ ଦେଖିବାକୁ ମିଳିଥିଲା । ପ୍ରିୟଙ୍କା ହଳଦୀ ରଙ୍ଗର ସୁଟ ପିନ୍ଧିଥିବା ବେଳେ ନିକ ତାଙ୍କୁ ସାଥ ଦେବା ପାଇଁ ଏକ ଧଳା ରଙ୍ଗର କୁର୍ତ୍ତା ଏବଂ ପାଇଜାମା ପିନ୍ଧିଥିଲେ । ତାଙ୍କର ରୋକା ସମୟର କିଛି ଫଟୋ ଇନଷ୍ଟାଗ୍ରାମରେ ଭାଇରାଲ ମଧ୍ୟ ହୋଇସାରିଲାଣି । ଏହି ରୋକା ସେରିମୋନି ପରେ ଏହି ପ୍ରେମୀ ଯୁଗଳ ମୁମ୍ବାଇରେ ଏକ ପଞ୍ଚ ତାରକା ହୋଟେଲରେ ଏକ ଗ୍ରାଣ୍ଡ ପାର୍ଟି ଦେବାର ଆୟୋଜନ ମଧ୍ୟ ରହିଛି । ନିକ ମଧ୍ୟ ତାଙ୍କର କିଛି ଅତିଥିଙ୍କ ପାଇଁ ପାଖାପାଖି ୨୦୦ ହୋଟେଲ ରୁମ ବୁକ କରିଛନ୍ତି ।

ଗତ କାଲି ନିକ ଏବଂ ତାଙ୍କ ଅଭିଭାବକ ପଲ କେଭିନ ଜୋନାସ ଏବଂ ଡେନିସ ଜୋନାସଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । ସେମାନେ ପ୍ରିୟଙ୍କାଙ୍କ ପରିବାର ତଥା ତାଙ୍କ ମା ମଧୁ ଚୋପ୍ରା ଏବଂ ୟଶ ଚୋପ୍ରାଙ୍କ ସହିତ ମିଶି ରାତ୍ରି ଭୋଜନ ମଧ୍ୟ କରିଥିଲେ । ଆଜିର ନିର୍ବନ୍ଧ ଉତ୍ସବ ପରେ ନିକ ସମ୍ଭବତଃ ରବିବାର ଦିନ ଆମେରିକା ଫେରିଯିବେ ଏବଂ ପ୍ରିୟଙ୍କା ତାଙ୍କର ଆଗାମୀ ଫିଲ୍ମ ଦ ସ୍କାଏ ଇଜ ପିଙ୍କର ସୁଟିଙ୍ଗ ପାଇଁ ଭାରତରେ ରହିବେ । ଏହି ପ୍ରେମୀ ଯୁଗଳ ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବରରେ ବିବାହ କରିବେ ବୋଲି ଖବର ମିଳୁଛି ।


Share It

Comments are closed.