ଆରପାରିରେ ଲୋକପ୍ରିୟ ଅଭିନେତ୍ରୀ ସୁଜାତା କୁମାର


ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୁଜାତା କୁମାରଙ୍କର ଦେହାନ୍ତ ହୋଇଯାଇଛି । ସୁଜାତା ଦୀର୍ଘ ଦିନ ହେବ ମେଟାଷ୍ଟାଟିକ କ୍ୟାନସରେ ପୀଡିତ ଥିଲେ । ସୁଜାତା ଡାଇରେକ୍ଟର ଶେଖର କପୁରଙ୍କର ପୂର୍ବତ୍ତନ ସ୍ତ୍ରୀ ସୁଚିତ୍ରା କୃଷ୍ଣମୂର୍ତ୍ତିଙ୍କର ଭଉଣୀ ଥିଲେ । ସୁଚିତ୍ରା ନିଜେ ସିଜାତାଙ୍କ ଦେହାନ୍ତର ଖବର ସୋସିଆଲ ମିଡିଆ ଜରୀଆରେ ସୂଚନା ଦେଇଛନ୍ତି ।

ସୁଜାତା କୁମାର ଆଉ ଆମ ଗହଣରେ ନାହାନ୍ତି । ଗତ ଶନିବାର ରାତ୍ରୀ ୧୧.୨୬ରେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ଭଉଣୀ ସୁଚିତ୍ରା ସୂଚନା ଦେଇଥିଲେ । ଆଜି ତାଙ୍କର ଅନ୍ତିମ ସଂସ୍କାର ଭିଲି ପାର୍ଲସ୍ଥିତ ପୱନ ହଂସ ଶ୍ମସାନରେ କରାଯିବ ।
ସୁଜାତା ‘ଇଙ୍ଗଲିସ-ୱିଙ୍ଗଲିସ’ ଫିଲ୍ମରେ ଶ୍ରୀଦେବୀଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ସେ କ୍ୟାନସର ଚତୁର୍ଥ ସ୍ତରରେ ଥିଲେ । ତାଙ୍କର ଅଧିକାଂଶ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା । ତାଙ୍କର କ୍ୟାନସର ସମ୍ପୂର୍ଣ୍ଣ ଭଲ ହୋଇଯାଇଛି ବୋଲି ‘ଇଙ୍ଗଲିସ-ୱିଙ୍ଗଲିସ’ ଫିଲ୍ମ ରିଲିଜ ହେବା ପୂର୍ବରୁ ସୁଜାତା ସୂଚନା ଦେଇଥିଲେ ।
କିଛି ସମୟ ପରେ ତାଙ୍କୁ ପୁଣି କ୍ୟାନସର ଗ୍ରାସ କରିଥିଲା । ସୁଜାତା ଫିଲ୍ମ ସମେତ ଅନେକ ଟିଭି ସିରିଏଲ ମାନଙ୍କରେ ମଧ୍ୟ କାମ କରିଛନ୍ତି । ସୁଜତା ଷ୍ଟାର ୱାନରେ ପ୍ରଦର୍ଶିତ ହେଉଥିବା ‘ହୋଟେଲ କିଙ୍ଗଷ୍ଟୋନ’ ସୋ, ଜି କ୍ୟାଫେର ସିରିଏଲ ‘ବମ୍ବେ ଟକିଙ୍ଗ’ ଏବଂ ଅନିଲ କପୁରଙ୍କ ସୋ ‘୨୪’ରେ ମଧ୍ୟ କାମ କରିସାରିଛନ୍ତି ।


Share It

Comments are closed.