ପ୍ରୟଙ୍କାଙ୍କ ବିବାହ ପ୍ରସ୍ତୁତି, ପ୍ରି-ୱେଡିଙ୍ଗ ଡିନର ପାର୍ଟିରେ ପିନ୍ଧିଲେ ଏହି ଦାମୀ ପୋଷାକ


ବର୍ତ୍ତମାନ ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଖୁବ ଜୋରସେ ଚର୍ଚ୍ଚା ଚାଲିଛି । ପ୍ରିୟଙ୍କା ଅଳ୍ପ କେଇଟା ଦିନ ଭିତରେ ନିଜ ଆମେରୀକିୟ ବୟ ଫ୍ରେଣ୍ଡ ନିକ ଜୋନସଙ୍କୁ ବିବାହ କରିବାକୁ ଯାଉଛନ୍ତି । ଉଭୟଙ୍କର ବିବାହ ୨ ଡିସେମ୍ବରରେ ଯୋଧପୁରସ୍ଥିତ ଅହମଦ ଭବନରେ ହେବ ବୋଲି ଧାର୍ଯ୍ୟ କରାଯାଇଥିବାବେଳେ ପ୍ରିୟଙ୍କାଙ୍କ ଶଶୂର ଘର ଲୋକ ବର୍ତ୍ତମାନ ଭାରତରେ ଆସିବା ଆରମ୍ଭ କରିଦେଲେଣି । ସେପଟେ ଦୁଇ ଦିନ ପୂର୍ବରୁ ନିକଙ୍କ ଭାଇ ଏବଂ ଭାଉଜ ଭାରତରେ ଆସି ପହଞ୍ଚିସାରିଲେଣି ।

ଗତ କାଲି ରାତିରେ ପ୍ରିୟଙ୍କା ନିଜ ସାଙ୍ଗ ମାନଙ୍କ ଏକ ଡିନର ପାର୍ଟିରେ ସାମିଲ ହୋଇଥିଲେ, ଯେଉଁଥିରେ ତାଙ୍କୁ ଏକ କାଜୁଆଲ ବେଶପୋଷାକରେ ଦେଖିବାକୁ ମିଳିଥିଲା । ଏହି ପାର୍ଟିରେ ପ୍ରିୟଙ୍କା ସ୍କର୍ଟ-ଟପ ସହିତ ହାଇ ହିଲ ମଧ୍ୟ ପିନ୍ଧିଥିଲେ । ଏହି ପୋଷାକ ଦେଖିବାକୁ ହୁଏତ କାଜୁଆଲ ଲାଗିପାରେ କିନ୍ତୁ ଆପଣାମାନେ ଏହାର ଦାମ ଜାଣିଲେ ଆପଣଙ୍କ ହୋସ ଉଡିଯିବ ।

ଏହି ପୋଷାକର ଅନଲାଇନ ମୂଲ୍ୟ ୪୮ ହଜାର ଟଙ୍କା ରହିଥିବାବେଳେ ପୋଷାକ ସହ ମ୍ୟାଚିଙ୍ଗ କରୁଥିବା ଏହି ହାଇ ହିଲ ଜୋତାର ମୂଲ୍ୟ ୫୭ ହଜାର ଟଙ୍କା ଅଟେ । ଯାହାରକି ଏହି ଦୁଇଟିର ଆନୁମାନିକ ମୂଲ୍ୟ ୧ ଲକ୍ଷରୁ ଉର୍ଦ୍ଧ ଅଟେ ।
ପ୍ରକାଶ ଥାଉକି ପ୍ରିୟଙ୍କା ବିବାହର ରିତିନୀତି ୨୯ ନଭେମ୍ବରରୁ ଆରମ୍ଭ ହୋଇ ୩ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଦୀର୍ଘ ୫ ଦିନ ଯାଏଁ ପ୍ରିୟଙ୍କାଙ୍କର ବିବାହ ଉତ୍ସବ ଯୋଧପୁରର ଅମେଦ ପ୍ୟାଲେସରେ କରାଯିବ ।
ମିଳିଥିବା ସୂଚନା ମୁତାବକ ପ୍ରିୟଙ୍କାଙ୍କ ସଙ୍ଗୀତ ଉତ୍ସବରେ ତାଙ୍କ ମା’ ମଧୁ ଚୋପ୍ରା ନିଜେ ପ୍ରଦର୍ଶନ କରିବେ ।


Share It

Comments are closed.