ପ୍ରଥମ ଦେଖାରେ ଝିଅଙ୍କୁ ଏହି ୫ଟି କଥା ଜମାରୁବି ପଚାରନ୍ତୁ ନାହିଁ


ପ୍ରଥମେ ପ୍ରଥମେ ଜଣେ ଝିଅକୁ ଦେଖା କରିବାକୁ ହେଲେ ଆପଣ କେତେ ବା ପ୍ରସ୍ତୁତି କରିନଥିବେ । କ’ଣ ପିନ୍ଧିବେ ଓ ତାଙ୍କ ପାଇଁ କ’ଣ ନେଇକି ଯିବେ ଏବଂ ତାଙ୍କୁ କେଉଁଠୁ ପିକ କରିବେ ଇତ୍ୟାଦି ଇତ୍ୟାଦି ଏହିଭଳି ଅନେକ କଥା ଆପଣ ଭାବିଥାନ୍ତି । କିନ୍ତୁ ଏହି ସବୁ ଭିତରେ ଆପଣ ଭୁଲିଯାଇଥାନ୍ତି ଯେ, ପ୍ରଥମ ସାକ୍ଷାତରେ ଝିଅଙ୍କୁ କେଉଁ ପ୍ରଶ୍ନ ପଚାରିବା ଉଚିତ ନୁହେଁ ।
ଆଜ୍ଞା ହଁ, ଏହି କେତୋଟି କଥା ଯଦି ଆପଣ ପ୍ରଥମ ସାକ୍ଷାତରେ ଝିଅଙ୍କୁ ପଚାରିଥାନ୍ତି, ତେବେ ତାହା ଆପଣଙ୍କର ଝିଅଙ୍କ ସହ ଶେଷ ସାକ୍ଷତ ହୋଇପାରେ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି କଥା ଯାହାକୁ ଆପଣ ପ୍ରଥମ ସାକ୍ଷାତରେ କୌଣସି ଝିଅକୁ ପଚାରିବା ଉଚିତ ନୁହେଁ

ଦରମା – ଯଦି ସେ ରୋଜଗାର କରୁଛନ୍ତି, ତେବେ ପ୍ରଥମ ସାକ୍ଷାତରେ ଏହି ପ୍ରଶ୍ନ ତାଙ୍କୁ ଯମାରୁବି ପଚାରୁନ୍ତି ନାହି । ଏହା ଦ୍ୱାରା ଆପଣଙ୍କ ପ୍ରଥମ ଧାରଣା ଖରାପ ହୋଇପାରେ ।

ସିରିଏସ ରିଲେସନସିପ – ପ୍ରଥମ ଡେଟ ସବୁବେଳେ ବନ୍ଧୁତ୍ୱପୂର୍ଣ୍ଣ ରଖନ୍ତୁ । ଆପଣ ତାଙ୍କ ସହ ଜଣେ ଭଳ ସାଙ୍ଗ ଭଳି ବ୍ୟବହାର କରନ୍ତୁ ଏବଂ ତାଙ୍କୁ ଏହି କଥାର ଉତ୍ତର ଦେବା ପାଇଁ ଜମାରୁବି ବିବଷ କରାନ୍ତୁ ନାହିଁ ଯେ, ସେ ଆପଣଙ୍କ ସହ ରିଲେସନସିପରେ ଆସିବା ପାଇଁ କେତେ ବ୍ୟାକୁଳ ଅଛନ୍ତି ।
ବିବାହ – ପ୍ରଥମ ସାକ୍ଷାତରେ ବିବାହ କଥା ଜମାରୁବି ପଚାରନ୍ତୁ ନାହିଁ । ବିବାହ କେବେ କରିବେ ଏବଂ କେଉଁଭଳି ବ୍ୟକ୍ତି ତୁମର ପସନ୍ଦ ଏହିଭଳି ପ୍ରଶ୍ନ ତୁମେ ଜମାରୁବି ପଚାରନ୍ତୁ ନାହିଁ । ଆପଣ ତାଙ୍କୁ ଏହି ଭରସା ଦିଅନ୍ତୁ ଯେ, ସେ ଯେପରି ଭାବିବେ ତାଙ୍କୁ ଏହି କଥା ଭାବିବା ପାଇଁ ସମୟ ଦେଉଛନ୍ତି ।
ତାଙ୍କର ଏକ୍ସ – ପ୍ରଥମ ଡେଟରେ ତାଙ୍କର ଏକ୍ସ ବିଷୟରେ କୌଣସି କଥା ପଚାରନ୍ତୁ ନାହିଁ । ତାଙ୍କୁ ସ୍ପେଶାଲ ଫିଲ କରାନ୍ତୁ । ପ୍ରଥମ ଡେଟରେ ତାଙ୍କର ଏକ୍ସ ବିଷୟରେ ପଚାରିବା ଦ୍ୱାରା ସାମନାରେ ଥିବ ଝିଅ ଟିକେ ଅସୁରକ୍ଷିତ ଅନୁଭବ କରିଥାନ୍ତି ।
ଧର୍ମ – ପ୍ରଥମ ଦେଖାରେ ଧର୍ମ –ଜାତି ବିଷୟରେ ପଚାରନ୍ତୁ ନାହିଁ । ଧର୍ମ ସହିତ ଖାପ ଖାଉଥିବା କୌଣସି କଥା ବି ତାଙ୍କୁ ପଚାରନ୍ତୁ ନାହିଁ । ଏହା ପଚାରିବା ଦ୍ୱାରା ଆପଣ ପାର୍ଟନର ଭାବିପାରନ୍ତି ଯେ, ଆପଣ ଜଣେ କଟ୍ଟର ସ୍ୱଭାବର ଅଟନ୍ତି ।


Share It

Comments are closed.