ଦେଶବାସୀଙ୍କ ଉଦେ୍ଦଶ୍ୟରେ ଆଜି ଅଭିଭାଷଣ ଦେବେ ରାଷ୍ଟ୍ରପତି ଦୈପଦୀ ମୁର୍ମୁ


ଦେଶରେ ସ୍ୱାଧିନତା ଦିବସକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦି କା ଅମୃତ ମହୋତ୍ସବ ଏବଂ ହର ଘର ତ୍ରିରଙ୍ଗା ପାଳିତ ହେଉଛି । ଏହି ଅବସରରେ ରାଷ୍ଟ୍ରପତି ଆଜି ସନ୍ଧ୍ୟା ୭ଟାରେ ଦେଶ ବାସୀଙ୍କ ଉଦେ୍ଦଶ୍ୟରେ ଅଭିଭାଷଣ ପ୍ରଦାନ କରିବେ । ଏହା ଅଲ ଇଣ୍ଡିଆ ରେଡିଓରେ ସମସ୍ତ ଜାତୀୟ ନେଟୱର୍କ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ପ୍ରସାରିତ ହେବ । ଏହି ସମ୍ବୋଧନ ମ୍ୟାଡାମ ପ୍ରେସିଡେଣ୍ଟଙ୍କର ପ୍ରଥମ ସମ୍ବୋଧନ । ଆସନ୍ତା କାଲି ତଥା ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲକିଲ୍ଲୀରୁ ସାରା ଦେଶକୁ ସମ୍ବୋଧିତ କରିବେ ।


Share It

Comments are closed.