ଏଫ୍‌ଏସ୍‌ଏଚ୍ ଜଙ୍କସନ୍ ପକ୍ଷରୁ ଯାଜପୁର ରୋଡ୍‌ରେ ପ୍ରଥମ ଷ୍ଟୋର୍ ଉଦ୍‌ଘାଟିତ

ସିନେ ତାରକା ତଥା ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ଦ୍ୱାରା ଉଦ୍‌ଘାଟିତ


ଭୁବନେଶ୍ୱର /ଯାଜପୁର: ରାଜ୍ୟର ଶିଳ୍ପ ପେଣ୍ଠସ୍ଥଳ ଭାବେ ଜଣାଶୁଣା ଯାଜପୁର ରୋଡ୍‌କୁ ଫ୍ୟାସନର ଏକ ନୂଆ ଠିକଣା ମିଳିଛି । ଅଗ୍ରଣୀ ଫ୍ୟାସନ ପ୍ରତିଷ୍ଠାନ ଏଫ୍‌ଏସ୍‌ଏଚ୍ ଜଙ୍କସନ୍ ପକ୍ଷରୁ ୨୦୨୨ ଅଗଷ୍ଟ ୧୪ ତାରିଖ ଦିନ ଯାଜପୁର ରୋଡ୍‌ର ଉତ୍କଳ ସେଂଟର ପଏଂଟ୍‌, ଗ୍ରାଉଣ୍ଡ୍ ଫ୍ଲୋର୍‌ରେ ପ୍ରଥମ ଷ୍ଟୋରକୁ ଉଦଘାଟନ କରାଯାଇଛି । ପ୍ରସିଦ୍ଧ ସିନେ କଳାକାର ତଥା ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଏହି ନୂଆ ଷ୍ଟୋରକୁ ଉଦଘାଟନ କରିଥିବା ବେଳେ ଏହି ଅବସରରେ ଏଫ୍‌ଏସ୍‌ଏଚ୍ ଜଙ୍କସନ୍‌ର ତତ୍ୱାବଧାୟକ ସ୍ନେହାଂଶୁ କୁମାର ତ୍ରିପାଠୀ, ସନ୍ଧ୍ୟାରାଣୀ ତ୍ରିପାଠୀ ଓ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ଥିଲେ । ଏହି ଷ୍ଟୋର ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ଜରିଆରେ ଗ୍ରାହକମାନଙ୍କ ଫ୍ୟାସନ ଆବଶ୍ୟକତାକୁ ପୂରଣ କରିବା ଲାଗି ପ୍ରସ୍ତୁତ ରହିଛି ।

ଏଫ୍‌ଏସ୍‌ଏଚ୍ ଜଙ୍କସନ ହେଉଛି ଏକ ପୁରୁଷଙ୍କ ପରିଧାନ ଷ୍ଟୋର ଯେଉଁଠାରେ ତିନିଟି ଶକ୍ତିଶାଳୀ ବ୍ରାଣ୍ଡ୍ ରହିଛି   ତାହା ହେଉଛି ଆମେରିକାନ୍‌ବୁଲ୍‌, ଏଥ୍‌ନିକ୍ସ ଓ କଫିବଡ୍ । ଋତୁ ଭିତିକ ସମ୍ଭାରର ଏକ ଷ୍ଟୋର ଭାବେ ଏହା ନିଜର ପୃଷ୍ଠପୋଷକମାନଙ୍କୁ ଫ୍ୟାସନେବଲ ପୋଷାକ ଦେଖିବା ଓ ପରଖିବା ଲାଗି ଆମନ୍ତ୍ରଣ କରୁଛି । ବିବାହ ଓ ତା’ର ପରବର୍ତୀ ଫ୍ୟାସନ ଆବଶ୍ୟକତା ପୂରଣ କରିବା ଲାଗି ଏହି ଷ୍ଟୋରରେ ସବୁ କିିଛି ରହିଛି । ଉତ୍ସବ ସମୟରେ ଦରକାର ହେଉଥିବା ଏଥ୍‌ନିକ୍ ଓୟାରର ଆବଶ୍ୟକତାକୁ ଷ୍ଟୋରରେ ଥିବା ବ୍ରାଣ୍ଡ୍ ଏଥନିକ୍ସ ପୂରଣ କରିବ ।

ଏହି ଅବସରରେ ଏଫ୍‌ଏସ୍‌ଏଚ୍ ଜଙ୍କସନ୍‌ର ତତ୍ୱାବଧାୟକ ସ୍ନେହାଂଶୁ କୁମାର ତ୍ରିପାଠୀ କହିଛନ୍ତି ଯେ, “ଯାଜପୁର ରୋଡ୍‌ରେ ଆମର ପ୍ରଥମ ଷ୍ଟୋର ଖୋଲାଯାଇଥିବା ବିଷୟରେ ଘୋଷଣା କରି ଆମେ ଅତ୍ୟନ୍ତ ଉଲ୍ଲସିତ ଓ ରୋମାଂଚିତ । ୫୦୦ ବର୍ଗଫୁଟ ଅଂଚଳରେ ସହରର ଏକ ପ୍ରମୁଖ ସ୍ଥାନରେ ସ୍ଥାପନ କରାଯାଇଥିବା ଏହି ଷ୍ଟୋର ଏହି ଅଂଚଳର ଗ୍ରାହକମାନଙ୍କ ଉଦୀୟମାନ ଆବଶ୍ୟକତାକୁ ପୂରଣ କରିବ । ଆମ ପୋଷାକକୁ ସ୍ପର୍ଶ କରି ତାହାକୁ ପରଖିବା ଓ ସୂଚନା ଆଧାରରେ ନିଷ୍ପତି ନେବା ଲାଗି ଆମେ ଗ୍ରାହକମାନଙ୍କୁ ଆମ ଷ୍ଟୋରକୁ ଆମନ୍ତ୍ରଣ କରୁଛୁ । ଆମର ସଦ୍ୟତମ ସମ୍ଭାରରେ ରହିଥିବା ଶକ୍ତି ଲୋକମାନଙ୍କ ଫ୍ୟାସନ ପସନ୍ଦକୁ ବେଶ ଆକୃଷ୍ଟ କରିବ ଏବଂ ସେମାନଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତରେ ଅନନ୍ୟ ଅନୁଭୂତି ପ୍ରଦାନ କରିବାରେ ସହାୟକ ହେବ ।’’

ରାଜ୍ୟର ଅନ୍ୟ ସହରକୁ ନିଜର ଉପସ୍ଥିତି ସମ୍ପ୍ରସାରଣ କରିବା ଲାଗି ଏଫ୍‌ଏସ୍‌ଏଚ୍ ଜଙ୍କସନ୍‌ର ବଡ଼ ଯୋଜନା ରହିଛି ।ଆମେ କିଛି ସ୍ଥାନ ପରିଦର୍ଶନ କରିଥିବା ବେଳେ ଆମର ଆଗାମୀ ଷ୍ଟୋରଗୁଡ଼ିକୁ ଖୋଲିବା ଲାଗି କେତେକ ସମ୍ପତି ମଧ୍ୟ ଦେଖିଛୁ । ଖୁବ୍ କମ୍ ସମୟ ଭିତରେ ଆମେ ରାଜ୍ୟର କୋଣ ଅନୁକୋଣରେ ଆମର ଉପସ୍ଥିତି ବଢ଼ାଇବୁ କାରଣ ଏକ ସ୍ୱତନ୍ତ୍ର ଉପାୟରେ ଲୋକମାନଙ୍କ ଫ୍ୟାସନ ଆବଶ୍ୟକତା ପୂରଣ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ । ସଦ୍ୟତମ ଫ୍ୟାସନ ଲୋକମାନଙ୍କୁ ଭିଡ଼ ଠାରୁ ଅଲଗା କରିଥାଏ ଏବଂ ବ୍ୟକ୍ତିକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ଏଫ୍‌ଏସ୍‌ଏଚ୍ ଫ୍ୟାସନ୍‌ରେ ଆମେ ସେହି ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରୁଛୁ ।


Share It

Comments are closed.