ଭାରତର ୱାରେନ ବଫେଟ ରାକେଶ ଝୁନଝୁନୱାଲାଙ୍କ ୬୨ ବର୍ଷରେ ଦେହାନ୍ତ


ଷ୍ଟକ ମାର୍କେଟର ବିଗବୁଲ ରାକେଶ ଝୁନଝୁନୱାଲାଙ୍କ ୬୨ ବର୍ଷରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସପିଟାଲରେ ଦେହାନ୍ତ ହୋଇଛି । ତାଙ୍କୁ ପୂର୍ବରୁ ୨ରୁ ୩ ସପ୍ତାହ ପୂର୍ବରୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ପୁଣି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ବ୍ରିଚ କ୍ୟାଣ୍ଡିରେ ଭର୍ତି କରାଯାଇଥିଲା ଏବଂ ଆଜି ସକାଳ ୬.୪୫ରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।
ରାକେଶ ଝୁନଝୁନୱାଲାଙ୍କୁ ଭାରତର ୱାରେନ ବଫେଟ ବୋଲି ମଧ୍ୟ କୁହାଯାଏ । ସେ ଷ୍ଟକ ମାର୍କେଟ ସହିତ ବିମାନ ସେବାରେ ମଧ୍ୟ ନିବେଶ କରିଛନ୍ତି । ଆଜି ତାଙ୍କର ନିଟ ମୂଲ୍ୟ ୪୦ହଜାର କୋଟି ଅଟେ । ସେ ମାତ୍ର ୫ହଜାର ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ନିଜର ପରିଶ୍ରମ ବଳରେ ସେ ତାହାକୁ ହଜାର ହଜାର କୋଟିରେ ପରିଣତ କରିଛନ୍ତି । ଗତ ଅଗଷ୍ଟ ୭ରେ ସେ ତାଙ୍କର ଏୟାର ଲାଇନ ଆକାଶର ଶୁଭାରମ୍ଭ କରିଥିଲେ ।

 


Share It

Comments are closed.