୪୬ ବର୍ଷରେ ଯମଜ ସନ୍ତାର ମା’ ହେଲେ ପ୍ରୀତି ଜିଣ୍ଟା

Share It

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ଆଇପିଏଲର ପଞ୍ଜାବ ଟିମ୍‌ର ମାଲିକାଣୀ ପ୍ରୀତି ଜିଣ୍ଟାଙ୍କ ପାଇଁ ଆଜି ଏକ ବିଶେଷ ଦିନ। ୪୬ ବର୍ଷରେ ମା’ ହୋଇଛନ୍ତି ବଲିଉଡର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା। ଅଭିନେତ୍ରୀଙ୍କ ଘରକୁ ଦୁଇଜଣ ନୂଆ ଅତିଥି ଆସିଛନ୍ତି । ସେ ଦୁଇ ଯମଜ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖୁସି ଖବରକୁ ପ୍ରୀତି ନିଜେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ସୂଚନା ଦେଇ ଜଣାଇଛନ୍ତି। ପ୍ରୀତିଙ୍କ ସରୋଗେସୀ ଜରିଆରେ ଦୁଇଟି ସନ୍ତାନ ହୋଇଛି। ସେ ଉଭୟଙ୍କ ନାମ ଜୟ ଜିଣ୍ଟା ଗୁଡଇନଫ୍‌ ଏବଂ ଜିୟା ଜିଣ୍ଟା ଗୁଡଇନଫ୍‌ ରଖିଛନ୍ତି। ୨୦୧୬ରେ ଆମେରିକୀୟ ବୟଫ୍ରେଣ୍ଡ ଜିନ୍‌ ଗୁଡଇନଫଙ୍କୁ ବିବାହ କରିଥିଲେ।

 

View this post on Instagram

 

A post shared by Preity G Zinta (@realpz)

ପ୍ରୀତି କହିଛନ୍ତି, ମୁଁ ଆଜି ଆପଣ ସମସ୍ତଙ୍କ ସହ ମୋର ଏକ ଖୁସି ଖବର ସେୟାର କରିବାକୁ ଚାହୁଁଛି। ଜିନ୍‌ ଆଉ ମୁଁ ବହୁତ ଖୁସି ଅଛୁ। ଆମେ ଆମେ ପରିବାରରେ ନିଜର ଯମଜ ସନ୍ତାନ ଜୟ ଜିଣ୍ଟା ଗୁଡଇନଫ୍‌ ଏବଂ ଜିୟା ଜିଣ୍ଟା ଗୁଡଇନଫ୍‌ଙ୍କୁ ସ୍ବାଗତ କରୁଛୁ। ଆମେ ଜୀବନର ଏହି ଉପହାରକୁ ନେଇ ବହୁତ ଉତ୍ସାହିତ ଅଛୁ। ଏହି ଅବିଶ୍ୱସନୀୟ ଯାତ୍ରାରେ ଆମ ସହ ଥିବା ଡାକ୍ତରମାନେ, ନର୍ସ ଏବଂ ଆମ ସରୋଗେଟ୍‌ଙ୍କୁ ହୃଦୟରୁ ଧନ୍ୟବାଦ।


Share It

Comments are closed.