୪୬ ବର୍ଷ ବୟସରେ ଯାଆଁଳା ଶିଶୁଙ୍କ ମାଆ ହେଲେ ଡିମ୍ପଲ ଗର୍ଲ ପ୍ରିତି ଜିଣ୍ଟା , ସୋସିଆଲ ମିଡିଆରେ ସେୟାର କଲେ ଖୁସି ଖବର |


ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଘରେ ଖୁସିର ଲହରୀ ଆସିଛି। ୪୬ ବର୍ଷ ବୟସରେ ପ୍ରୀତି ଯାଆଁଳା ଶିଶୁଙ୍କ ମାତା ହୋଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। ଏହା ସହିତ ସେ ତାଙ୍କର ଦୁଇ ସନ୍ତାନର ନାମ ମଧ୍ୟ ଘୋଷଣା କରିଛନ୍ତି | ପ୍ରୀତି ତାଙ୍କ ପିଲାମାନଙ୍କର ନାମ ଜୟ ଜିଣ୍ଟା ଗୁଡେନୋଫ୍ ଏବଂ ଜିଆ ଜିଣ୍ଟା ଗୁଡେନୋଫ୍ ରଖିଛନ୍ତି | ପ୍ରୀତି ସରୋଗେସି ମାଧ୍ୟମରେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି |

ପ୍ରୀତି ପୋଷ୍ଟରେ ଲେଖିଛନ୍ତି- ମୁଁ ଆଜି ଆପଣଙ୍କ ସମସ୍ତଙ୍କ ସହ ଆମର ଭଲ ଖବର ବାଣ୍ଟିବାକୁ ଚାହୁଁଛି | ମୁଁ ଏବଂ ଜାନ୍ ବହୁତ ଖୁସି | ଆମର ହୃଦୟ ଏତେ କୃତଜ୍ଞ ଏବଂ ପ୍ରେମରେ ପରିପୂର୍ଣ୍ଣ ହୋଇଯାଇଛି କାରଣ ଆମର ଦୁଇଟି ଯାଆଁଳା ସନ୍ତାନ Jai Zinta Goodenough ଏବଂ Gia Zinta Goodenough ଜନ୍ମ ନେଇଛନ୍ତି |


ପ୍ରୀତି ଆହୁରି ଲେଖିଛନ୍ତି, ଆମର ଅବିଶ୍ୱସନୀୟ ଯାତ୍ରାର ଏକ ଅଂଶ ହୋଇଥିବାରୁ ସମସ୍ତ ଡାକ୍ତର, ନର୍ସ ଏବଂ ଆମର ସରୋଗେଟମାନଙ୍କୁ ଅନେକ ଅନେକ ଧନ୍ୟବାଦ | ସମସ୍ତଙ୍କୁ ବହୁତ ଭଲପାଇବା | ପ୍ରକାଶଥାଉ ଯେ ପ୍ରିତି ତାଙ୍କ ଆମେରିକୀୟ ପ୍ରେମିକ ଜିନ୍ ଗୁଡେନୋଫ୍ଙ୍କୁ ୨୦୧୬ ମସିହାରେ ବିବାହ କରିଥିଲେ | ସୋସିଆଲ ମିଡିଆରେ ପ୍ରଶଂସକମାନେ ଉଭୟଙ୍କୁ ଅଭିନନ୍ଦନ ଜଣାଇବା ସହିତ ପିଲାମାନଙ୍କର ପ୍ରଥମ ଝଲକକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି |

ବଲିଉଡର ସଫଳ ଅଭିନେତ୍ରୀମାନଙ୍କ ତାଲିକାରେ ପ୍ରୀତିଙ୍କୁ ଗଣନା କରାଯାଏ| ସେ ବଲିଉଡକୁ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି | ତେବେ ପ୍ରୀତି କିଛି ସମୟ ପାଇଁ ଫିଲ୍ମରୁ ଦୂରେଇ ରହିଥିଲେ। କିନ୍ତୁ ଆଇପିଏଲ ସିଜନରେ ସେ ଭାରତରେ ରୁହନ୍ତି।

ମଡେଲିଂ ଏବଂ ବିଜ୍ଞାପନ ସୁଟିଂ ପରେ ପ୍ରୀତି ମଣି ରତ୍ନାମଙ୍କ ‘ଦିଲ୍ ସେ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ତାଙ୍କ କ୍ୟାରିଅର୍ ଆଗକୁ ବଢ଼ିଚାଲିଲା | ପ୍ରୀତି ବର୍ତ୍ତମାନ ଆମେରିକାରେ ରୁହନ୍ତି, ତାଙ୍କ ସ୍ୱାମୀ ଜିନ୍ ପେସାରେ ଲସ୍ ଏଞ୍ଜଲସରେ ଜଣେ ଆର୍ଥିକ ବିଶ୍ଳେଷକ ଅଟନ୍ତି |


Share It

Comments are closed.