ଭାଇରାଲ ହେଲା ପ୍ରଣବଙ୍କ ଫେକ ଫଟୋ


ନାଗପୁରରେ ଭାଷଣ ଦେବାର କିଛି ଘଣ୍ଟା ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ସଙ୍ଘର ନେତା ମାନଙ୍କ ଭଳି ସାଲୁଟ କରିବାର ଏକ ଫେକ ଫଟୋ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଏହି ଫେକ ଫଟୋ ପାଇଁ ପ୍ରଣବଙ୍କ ଝିଅ “ସର୍ମିଷ୍ଠା ମୁଖାର୍ଜି” ବିଜେପି ଏବଂ ଆରଏସଏସକୁ ଦାୟୀ କରିଛନ୍ତି । ଏହି ଫଟୋ ଭାଇରାଲ ସଂବନ୍ଧରେ ସେ କହିଛନ୍ତି ଯେ, ମୋତେ ଯେଉଁ ଘଟଣା ଘଟିବାର ଆଶଙ୍କା ଥିଲା ଏବଂ ଯେଉଁଥିପାଇଁ ବାପାଙ୍କୁ ମୁ ଚେତାଇଥିଲି, ତାହା ଏବେ ହୋଇଛି । ଭାଷଣ ଦେବାର ଅଳ୍ପ ସମୟ ମଧ୍ୟରେ ଏହି ଫଟୋ ଭାଇରାଲ ହୋଇଯାଇଛି, ଯାହା ପାଇଁ ମୁଁ ବହୁତ ଦୁଃଖିତ । ଯେବେକି ପ୍ରକୃତରେ ସେ ଆରଏସଏସ ଶୈଳାରେ ସାଲୁଟ ମାରିନଥିଲେ କିମ୍ବା ଅନ୍ୟ ମାନଙ୍କ ପରି କଳା ଟୋପି ପରିଧାନ କରିନଥିଲେ ।
ମିଳିଥିବା ସୂଚନା ମୁତାବକ ନାଗପୁରସ୍ଥିତ ରାଷ୍ଟ୍ରିୟ ସ୍ୱୟଂ ସଙ୍ଘ ମୁଖ୍ୟାଳୟରେ ସମ୍ବୋନ୍ଧନ କରିବାର ଗୋଟେ ଦିନ ପୂର୍ବରୁ ତାଙ୍କ ଝିଅ ତଥା କଂଗ୍ରେସ ନେତ୍ରୀ ସର୍ମିଷ୍ଠା ମୁଖାର୍ଜି ଏହି କାର୍ଯ୍ୟକ୍ରମରେ ଯୋଗ ନଦେବା ପାଇଁ ବାରଣ ମଧ୍ୟ କରିଥିଲେ । ସେ କହିଥିଲେ ଯେ ‘ବାପା ମନେରଖିବା ଉଚିତ ଯେ ତାଙ୍କ ଭାଷଣକୁ ଲୋକେ କ୍ରମେ ଭୁଲି ଯିବେ ହେଲେ ଏହାର ଦୃଶ୍ୟପଟ ଦୀର୍ଘସ୍ଥାୟୀ ରହିବ ’ । ସେ କହିଥିଲେ ଯେ ସଙ୍ଘର ନିୟମନ୍ତ୍ରକୁ ସ୍ୱୀକାର କରିକି ସେ ବିଜେପି ଏବଂ ସଙ୍ଘର ମିଛ କାହଣୀ ଗଢିବାକୁ ସୁ୍ଯୋଗ ଦେଇଦେଇଛନ୍ତି ।
ସେ ଟ୍ୱିଟ କରି ମଧ୍ୟ କହିଥିଲେ ପୂର୍ବତନ ରାଷ୍ଟ୍ରପତି ବହୁତ ଶୀଘ୍ର ଜାଣିଯିବେ ବିଜେପିର କୁଟନୀତି କିପରି କାମ କରୁଛି ବୋଲି । ସେ କହିଛନ୍ତି ସଙ୍ଘ କେବେ ଆପଣ ଦେଉଥିବା ଉଦବୋଧନକୁ ଗ୍ରହଣ କରିବ ନାହିଁ । ସର୍ମିଷ୍ଠା ମୁଖାର୍ଜି ବିଜେପି ଯୋଗ ଦେଉଥିବାର ଅପପ୍ରଚାର ପରେ ସେ ଏହି ମନ୍ତବ୍ୟକୁ ଟ୍ୱିଟ କରି କହିଛନ୍ତି । ସେହି ବିଜେପି ଯୋଗ ଦେବାର ଅପପ୍ରଚାରକୁ ଖଣ୍ଡନ କରିବା ସହ କହିଛନ୍ତି “ ମୁଁ ରାଜନୀତି ଛାଡି ଦେବି ପଛେ, ବିଜେପିରେ କେବି ବି ଯୋଗ ଦେବେ ନାହିଁ ” ।


Share It

Comments are closed.