ହନିମୁନ ସମୟରେ ପୁନମଙ୍କ ସ୍ୱାମୀଙ୍କୁ ଗିରଫ କଲା ପୋଲିସ


ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେ ମଙ୍ଗଳବାର ଦିନ ଗୋଆ କାନାକୋନା ଥାନାରେ ନିଜ ସ୍ୱାମୀ ସେମ ଅହମଦଙ୍କ ବିରୋଧରେ ମାରପିଟ ମାମଲା ରୁଜ୍ଜୁ କରିଛନ୍ତି । ମାମଲା ରୁଜ୍ଜୁ ପରେ ସେମଙ୍କୁ ଗୋଆ ରେ ଗିରଫ କରାଯାଇଛି । ପୁନମ ନିଜ ସ୍ୱାମୀ ବିରୋଧରେ ମାରପିଟ ଓ ଧମକାଉଥିବା ନେଇ ଅଭିଯୋଗ କରିଥିଲେ । ଜଣେ ଅଧିକାରୀ କହିଛନ୍ତି ଘଟଣା ଦକ୍ଷିଣ ଗୋଆର କାନାକୋନା ଗାଁରେ ଘଟିଛି । ପୁନମ ସେଠାକୁ ଏକ ଫିଲ୍ମର ସୁଟିଂ ପାଇଁ ଯାଇଥିଲେ । କାନାକୋନା ଥାନା ନିରୀକ୍ଷକ ତୁକାରମ ଚୌହାନ କହିଛନ୍ତି ଯେ, ସୋମବାର ବିଳମ୍ବିତ ରାତିରେ ପୁନମ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ମୁମ୍ବାଇରେ ତାଙ୍କ ସହ ମାରପିଟ କରିଥିଲେ ଓ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ଧମକ ଦେଇଥିଲେ । ପୁନମ ଥାନାରେ ଅଭିଯୋଗ କରିବା ପରେ ତାଙ୍କ ସ୍ୱାମୀକୁ ଗିରଫ କରାଯାଇଛି । ପୁନମ ପାଣ୍ଡେ ସେପ୍ଟେମ୍ବର ୧୦ ତାରିଖରେ ନିଜ ପ୍ରେମିକ ସେମଙ୍କୁ ବିବାହ କରିଥିଲେ । ବିବାହ ସମ୍ପର୍କରେ ସେ କାହାକୁ ଜଣାଇ ନଥିଲେ । ବିବାହ ପରେ ଉଭୟ ନିଜ ନିଜ ସୋସିଆଲ ଆକାଉଣ୍ଟରେ ବିବାହର କିଛି ଫଟୋ ସେୟାର କରିଥିଲେ । ଫଟୋ ସେୟାର କରି ପୁନମ ଲେଖିଥିଲେ, ‘୭ଜନ୍ମ ଯାଏଁ ତୁମ ସହିତ ରହି ଖୁସି ହେବି’ ପୁନମ ନିଜର ଏହି ସିକ୍ରେଟ ବାହାଘରକୁ ନେଇ ଅନେକ ଖୁଲାସା କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଥିଲେ ଯେ କରୋନା ମହାମାରୀ ଯୋଗୁଁ ପ୍ରତିଦିନ ତାଙ୍କୁ ଦୁଖଦ ଖବର ପଢିବାକୁ ମିଳୁଥିଲା । ସେଥିପାଇଁ କିଛି ଖୁସି ସାଉଣ୍ଟିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ । ୨୦୧୧ ମସିହାରେ ପୁନମ ପାଣ୍ଡେଙ୍କୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ସେତେବେଳେ ସେ କହିଥିଲେ ଯଦି ଭାରତୀୟ ଟିମ ଯଦି ବିଶ୍ୱକପ ବିଜୟୀ ହୁଏ ତାହେଲେ ସେ ଉଲଗ୍ନ ହେବେ । ପୁନମ ୨୦୧୩ ରେ ବଲିଉଡରେ ଫିଲ୍ମ ନଶାରେ ଡେବ୍ୟୁ କରିଥିଲେ । ଏହାପରେ ସେ ହିନ୍ଦୀ ସହ କନ୍ନଡ଼ ଓ ତାମିଲ ଫିଲ୍ମ ମଧ୍ୟ କରିଛନ୍ତି ।


Share It

Comments are closed.