ଭାରତ-ଚୀନ ସୀମା ବିବାଦକୁ ନେଇ କିଛି ଏପରି ପ୍ରତିକ୍ରିୟା ରଖିଲେ ଜିନପିଙ୍ଗ


ଲଦାଖ ସୀମାରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି କ୍ରମରେ ଏବେ ସୀମା ବିବାଦକୁ ନେଇ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଦେଶ ଭିତରେ ମତଭେଦ ତଥା ମତାନ୍ତର ହେବା ସାଧାରଣ କଥା। ଏହା କିଛି ନୂଆ କଥା ନୁହେଁ। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମତଭେଦକୁ କଥାବାର୍ତା ଓ ପରାମର୍ଶ ମାଧ୍ୟମରେ ସମାଧାନ କରିବା।

ମିଳିତ ଜାତିସଂଘର ସାଧାରଣ ସଭାରେ ଜିନପିଙ୍ଗ ଏଭଳି କିଛି କହିଛନ୍ତି। ଏହା ବାଦ୍ ସେ କହିଛନ୍ତି ଯେ ଭାଇରସ ପରାଜିତ ହୋଇଯିବ। ଭାଇରସ ନାଁରେ କୌଣସି ଦେଶକୁ କଳଙ୍କିତ କରିବାର ପ୍ରୟାସକୁ ଅସ୍ୱୀକାର କରିବା ଦରକାର।

ଭାରତ-ଚୀନ ସୀମା ବିବାଦ ଉପରେ ଜିନିପିଙ୍ଗ କହିଛନ୍ତି ଦୁଇ ଦେଶର ମତଭେଦ ଅତି ସାଧାରଣ ହେଲେ ହେଁ ପରାମର୍ଶ ତଥା ଆଲୋଚନା ମାଧ୍ୟମରେ ଏହାକୁ ଦୂର କରିବା ପାଇଁ ପ୍ରଚେଷ୍ଟା ଜାରି ରଖାଯାଉ। ସେ ଆହୁରି କହିଛନ୍ତି ଚୀନ ଦୁନିଆର ସବୁଠୁ ବଡ଼ ଓ ଶାନ୍ତିପ୍ରିୟ ଦେଶ। କେବେ ବି ନିଜର ବିସ୍ତାର କିମ୍ବା ପ୍ରଭାବ ଦ୍ୱାରା କୌଣସି ଦେଶ ସହ ଯୁଦ୍ଧ କରିବା ଯୋଜନା କରେ ନାହିଁ। କଥାବାର୍ତା ତଥା ଆଲୋଚନା ମାଧ୍ୟମରେ ମତଭେଦ ଦୂର କରିବାର ପ୍ରଚେଷ୍ଟା ଜାରି ରହିବ ବୋଲି ଜିନପିଙ୍ଗଙ୍କ ମତ।


Share It

Comments are closed.