ହାର୍ଦିକ, ରାହୁଲ ଏବଂ କରଣଙ୍କ ନାମରେ ରୁଜୁ ହେଲା ମାମଲା


ଗତ ବର୍ଷ ଡିସେମ୍ବରରେ ଟକ ସୋ ‘କଫି ୱିଇଥ କରଣ’ରେ ମହିଳାଙ୍କ ପ୍ରତି ବିବାଦୀୟ ବୟାନ ଦେଇଥିବା ଅଲରାଉଣ୍ଡର ହାର୍ଦିକ ପାଣ୍ଡିଆ ଏବଂ କେ.ଏଲ ରାହୁଲଙ୍କ ସମସ୍ୟା ଥମିବାର ନାଁ ନେଉ ନାହିଁ । ମିଳିଥିବା ସୂଚନା ଏହି ବିବାଦୀୟ ଟିପ୍ପଣୀ ପାଇଁ ହାର୍ଦିକ ଏବଂ ରାହୁଲଙ୍କ ସମେତ କରଣ ଜୋହରଙ୍କ ନାଁରେ ରାଜସ୍ଥାନର ଜୋଧପୁରରେ ଏକ ମାମଲା ରୁଜୁ ହୋଇଛି ।
ପ୍ରକାଶ ଥାଉକି, ଏହି ସୋ’ରେ ହାର୍ଦିକ ଏବଂ ରାହୁଲ ମହିଳାଙ୍କୁ ନେଇ ଅନେକ ଗୁଡିଏ ଅସଭ୍ୟ ବୟାନ ଦେଇଥିଲେ । ଯେଉଁଥିପାଇଁ ତାଙ୍କୁ ଦଳରୁ କିଛି ସମୟ ପାଇଁ ନିଲମ୍ବନ କରାଯାଇଥିଲା ।
ହାର୍ଦ୍ଦିକ ସୋ’ରେ ଦେଇଥିବା ବିବାଦୀୟ ବୟାନ ପାଇଁ ନିଜ ଟ୍ୱିଟରେ ଏଥିପାଇଁ ଦୁଃଖ ପ୍ରକାଶ କରିବା ସହ ନିଜ ଭୁଲକୁ ସ୍ୱୀକାର ମଧ୍ୟ କରିଥିଲେ ।
କେବଳ ଏତିକି ନୁହଁ ତାଙ୍କର ଏହି ଭୁଲ ପାଇଁ ତାଙ୍କ ବିରୋଧରେ କରାଯାଇଥିବା କାର୍ଯ୍ୟନୁଷ୍ଠାନକୁ ନେଇ ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ଧୋନି ସମର୍ଥନ ମଧ୍ୟ ଜଣାଇଥିଲେ ।
ପ୍ରକାଶ ଥାଉକି ଏହି ସୋ’ରେ ଭାରତୀୟ କ୍ରିକେଟ ଦଳର ଦୁଇ ଯୁବ ଖେଳାଳୀଙ୍କୁ ‘କରଣ ଜୋହର’ ନିମନ୍ତ୍ରଣ କରିଥିଲେ । କରଣ ଏହି ସୋ’ ମାଧ୍ୟମରେ ଉଭୟଙ୍କୁ ନିଜ ଜୀବନରେ ଘଟିଥିବା କିଛି ବ୍ୟକ୍ତିଗତ କଥା ପଚାରିଥିଲେ । ଏହି ମଧ୍ୟରେ ପାଣ୍ଡିଆ ନିଜ ବ୍ୟକ୍ତିଗତ ଜୀବନ ସଂପର୍କରେ କିଛି କଥା ସମସ୍ତଙ୍କ ସାମନାରେ କହିଥିଲେ । ସେ ମହିଳା, ଡେଟିଙ୍ଗ ଏବଂ ସଂପର୍କକୁ ନେଇ ଏଭଳି କିଛି କଥା କହିଥିଲେ, ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପାଣ୍ଡିଆ କହିଥିଲେ, “ମୋ ପରିବାର ଲୋକ ବହୁତ ଖୋଲା ମିଞ୍ଜାସର ଅଟନ୍ତି ଏବଂ ମୁଁ ଯେତେବେଳେ ପ୍ରଥମ ଥର ପାଇଁ କୌଣସି ଝିଅ ସହ ଶାରୀରିକ ସମ୍ବନ୍ଧ ରଖିଥିଲି ସେତେବେଳେ ମୁଁ ଘରକୁ ଆସି ପରିବାର ଲୋକଙ୍କୁ କହିଥିଲି, ମୁଁ ଆଜି କରିକି ଆସିଛି । ”
କେବଳ ଏତିକି ନୁହେଁ ସେ ନିଜ ଅତୀତକୁ ବଖାଣିବାକୁ ଯାଇ କହିଥିଲେ ଯେ, “ବାପା ଏବଂ ମୁଁ ଗୋଟିଏ ପୋଗ୍ରାମକୁ ଯାଇଥିଲୁ, ସେଠାରେ ବାପା ମୋତେ ପଚାରିଲେ ‘ତୁ କାହାକୁ ଚାହିଁଛି’, ସେତେବେଳେ ମୁଁ ପୋଗ୍ରାମରେ ଉପସ୍ଥିତ ଥିବା ସମସ୍ତ ମହିଳାଙ୍କ ଆଡକୁ ଆଙ୍ଗୁଠି ଦେଖାଇ ବାପାଙ୍କୁ କହିଥିଲେ ‘ମୁଁ ସମସ୍ତଙ୍କୁ ଚାହିଁଛୁ’ ।”
ପାଣ୍ଡିଆଙ୍କର ଏହି ବିବାଦୀୟ ବୟାନ ପାଇଁ ତାଙ୍କୁ ଅନେକ ଜାଗାରେ ଲଜ୍ଜିତ ହେବାକୁ ମଧ୍ୟ ପଡିଥିଲା । ପୂର୍ବରୁ ଏଇ ବିବାଦୀୟ ବାୟନ ପାଇଁ ଦୁହେଁ ଖେଳାଳୀ ଫସି ରହିଥିବାବେଳେ ବର୍ତ୍ତମାନ ଏମାନଙ୍କ ସହ ବିଶିଷ୍ଟ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ନାମ ମଧ୍ୟ ଯୋଡି ହୋଇଯାଇଛି ।


Share It

Comments are closed.