ସିଏଏ-ଏନଆରସି ବିରୋଧୀ ପ୍ରଦର୍ଶନରେ ସାମିଲ ହୋଇ ସରକାରଙ୍କୁ ଚେତାବନୀ ଦେଲେ ପୂଜା


ବଲିଉଡ ଅଭିନେତ୍ରୀ ପୁଜା ଭଟ୍ଟଙ୍କ ଏକ ବୟାନ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ବୟାନ ସିଏଏ-ଏନଆରସିକୁ ନେଇ ଅଟେ । ପୂଜା ସିଏଏ-ଏନଆରସି ବିରୋଧରେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଏହା ମୋ ଘରକୁ ବିଭାଜିତ କରୁଛି । ସେ ସମସ୍ତ ନେତାଙ୍କୁ ଦିଲ୍ଲୀ ସାହିନ ବାଗ ମହିଳାଙ୍କ ଦାବୀକୁ ଶୁଣିବା ପାଇଁ ଆପିଲ କରିଛନ୍ତି ।
ସୂଚନାଯୋଗ୍ୟ, ମୁମ୍ବାଇସ୍ଥିତ କୋଲାବ ଠାରେ ସିଏଏ-ଏନଆରସି ବିରୋଧରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପରଚମ ଫାଉଣ୍ଡେସନ ଏବଂ ଦ ପିପଲ ଅଫ ମହାରାଷ୍ଟ୍ର ଦ୍ୱାରା ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂଜା ଭଟ୍ଟ ସାମିଲ ହେବା ସହ ସିଏଏ-ଏନଆରସି ଉପରେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଥିଲେ ।

ଏଏନଆଇ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ପୂଜା ସିଏଏ-ଏନଆରସିକୁ ବିରୋଧ କରି କହିଛନ୍ତି ଯେ, “ମୁଁ ଦେଶର ନେତାମାନଙ୍କୁ ଆପିଲ କରୁଛି କି ସେମାନେ ଦେଶରେ ଉଠୁଥିବା ସ୍ୱରକୁ ଶୁଣନ୍ତୁ । ସାହିନ ବାଗର ମହିଳାଙ୍କ କଥା ଶୁଣନ୍ତୁ…. ଯେତେଦିନ ପର୍ଯ୍ୟନ୍ତ ଶୁଣିବେ ନାହିଁ ସେମାନେ ସେତେଦିନ ନାହିଁ ଅଟକିବେ ନାହିଁ । ମୁଁ ଜନସାଧାରଣଙ୍କୁ ଆପିଲକୁ କରିଛି କି, ସେମାନେ ଆହୁରୀ ଅଧିକ ସ୍ୱର ଉଠାନ୍ତୁ । ମୁଁ ସିଏଏ-ଏନଆରସିକୁ ବିରୋଧ କରୁଛି କାରଣ ଏହା ମୋ ଘରକୁ ବିଭାଜିତ କରୁଛି ।”


Share It

Comments are closed.