ଅଣ୍ଡର-୧୯ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ଭାରତ


ଅଣ୍ଡର-୧୯ ବିଶ୍ୱକପରେ ଭାରତୀୟ ଦଳ, ଅଷ୍ଟ୍ରେଲିଆକୁ ୭୪ ରନରେ ପରାସ୍ତ କରି ଆଇସିସି ଅଣ୍ଡର-୧୯ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିନେଇଥିବାବେଳେ ଏହା ସହ ଭାରତ ହେଉଛି ପ୍ରଥମ ଦଳ ଯିଏକି ସେମି ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲ ଭାରତ ତା’ର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିପାରେ, ଯଦି କ୍ୱାଟର ଫାଇନାଲରେ ଆଫଗାନିସ୍ଥାନ, ପାକିସ୍ତାନକୁ ହରାଇ ଦିଏ ତେବେ ଭାରତ ଏବଂ ଆଫଗାନିସ୍ଥାନ ମଧ୍ୟ ହାଇଭୋଲଟେଜ ସେମି ଫାଇନାଲ ମ୍ୟାଚ ଖେଳାଯାଇପାରେ ।

ପାକିସ୍ତାନ କ୍ୱାଟର ଫାଇନାଲରେ ଆଫଗାନିସ୍ଥାନ ସହ ମ୍ୟାଚ ଖେଳିବ । ପାକିସ୍ତାନ ଦଳ ଟୁର୍ଣ୍ଣାମେଣ୍ଟର ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ ଖେଳିବ । ସେମିଫାଇନାଲରେ ପ୍ରଥମ ଏବଂ ଚତୁର୍ଥ ଦଳ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଯଦି ଏଥିରେ ପାକିସ୍ତାନ, ଆଫଗାନିସ୍ତାନକୁ ପରାସ୍ତ କରିଦିଏ ତେବେ ପାକିସ୍ତାନ ନିଜର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ସହ ଖେଳିବ ।
ପ୍ରକାଶ ଥାଉକି, ଅଷ୍ଟ୍ରେଲିଆକୁ ହରାଇ ଭାରତ ନବମ ଥର ସେମିଫାଇନାଲରେ ପ୍ରବେଶ କରିବାରେ ସକ୍ଷମ ହୋଇଥିବାବେଳେ ସେପଟେ ଅଷ୍ଟ୍ରେଲିଆ ୨୦୦୮ ପର ଠାରୁ ପ୍ରଥମ ଥର ପାଇଁ ସେମିଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି । ୪ ଫେବୃଆରୀ ଭାରତ ନିଜର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳିବ ।


Share It

Comments are closed.