ସବୁବେଳେ ଅଶ୍ଳୀଳ ଭିଡିଓ ଦେଖିବା ପାଇଁ ଗଣେଷ ବାଧ୍ୟ କରୁଥିବାର ଅଭିଯୋଗ ଆଣିଲେ ମହିଳା


ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର ଗଣେଷ ଆଚାର୍ଯ୍ୟ ବର୍ତ୍ତମାନ କିଛି ଦିନ ହେବ ନକାରତ୍ମକ ଖବରକୁ ନେଇ ଚର୍ଚ୍ଚାରେ ରହିଥିବାବେଳେ ତାଙ୍କ ବିରୋଧରେ ଜଣେ ୩୩ ବର୍ଷିୟା ମହିଳା କୋରିଓଗ୍ରାଫର ବର୍ତ୍ତମାନ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ମହିଳା କୋରିଓଗ୍ରାଫର ଗଣେଷଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଯେ, “ଗଣେଷ ସବୁ କାମରେ ମୋ ଠାରୁ କମିସନ ପାଇଁ ଦାବୀ କରୁଥିବାବେଳେ ଅନ୍ୟପଟେ ସବୁବେଳେ ଅଶ୍ଲୀଳ ଭିଡିଓ ଦେଖିବା ପାଇଁ ମୋତେ ବାଧ୍ୟ କରାନ୍ତି । ”

ନ୍ୟୁଜ ଏଜେନ୍ସି ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୩୩ ବର୍ଷିୟା ଏହି ମହିଳା କୋରିଓଗ୍ରାଫର ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ କୋରିଓଗ୍ରାଫର୍ସ ଆସୋସିଏସନର ମହାସଚିବ ଗଣେଷ ଆଚାର୍ଯ୍ୟଙ୍କ ବିରୋଧରେ ରାଜ୍ୟ ମହିଳା କମିଶନ ଏବଂ ଅମ୍ବୋଲୀ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ମହିଳା ଜଣକ ଫିଲ୍ମ ଆୟୋଗରେ କାମରୁ ବଞ୍ôଚତ ରହିବା ଏବଂ ପ୍ରତ୍ୟେକ କାମରୁ କମିଶନ ଓ ଅଶ୍ଲୀଳ ଭିଡିଓ ଦେଖିବା ପାଇଁ ବାଧ୍ୟ କରାଯାଇଥିବାର ଅଭିଯୋଗ ଆଣିଛନ୍ତି ।
ପ୍ରକାଶ ଥାଉକି, ଗଣେଷ ଆଚାର୍ଯ୍ୟ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ କୋରିଓଗ୍ରାଫର୍ସ ଆସୋସିଏସନର ମହାସଚିବ ଅଟନ୍ତି । ମହିଳାଙ୍କ ପୂର୍ବରୁ ଭେଟରାନ ଡାନ୍ସ ଡାଇରେକ୍ଟର ଏବଂ କୋରିଓଗ୍ରାଫର ସରୋଜ ଖାନ, ଗଣେଷ ନିଜ ପଦବୀର ଦୂରୂପଯୋଗ କରୁଥିବା ଅଭିଯୋଗ ଆଣି ସାରିଛନ୍ତି ।


Share It

Comments are closed.