ଲାଲ କିଲ୍ଲାର ପ୍ରାଚୀରରୁ ପିଲାମାନଙ୍କୁ ମନେ ପକାଇଛନ୍ତି ପିଏମ ନରେନ୍ଦ୍ର ମୋଦୀ କହଛନ୍ତି-ଆଜି ଦେଶର ଉଜ୍ବଳ ଭବିଷ୍ୟତ ମାନଙ୍କୁ ଅଟକାରଖିଛି କରୋନା


ଭାରତର ୭୪ ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ପ୍ରାଚୀରରୁ ସକାଳ ୭:୩୦ ରେ ତ୍ରିରଙ୍ଗା ଧ୍ବଜା ଉତୋଳନ କରିଛନ୍ତି । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଧ୍ବଜାରୋହଣ ପରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଆରମ୍ଭ କଲେ, ସେତେବେଳେ ସେ ପ୍ରଥମେ ଛୋଟ ପିଲାମାନଙ୍କୁ ମନେ ପକାଇଛନ୍ତି, ଯେଉଁମାନେ ପ୍ରତିବର୍ଷ ତାଙ୍କ ସାମ୍ନାରେ ବସି ରୁହନ୍ତି। ଜଣାଇଦେଉଛୁ ଯେ ଏହି ବର୍ଷ କରୋନା ଭାଇରସ୍ କାରଣରୁ ଏହି ପିଲାମାନେ ଉପସ୍ଥିତ ହୋଇପାରିନଥିଲେ ଏବଂ ସମଗ୍ର କାର୍ଯ୍ୟକ୍ରମରେ କେବଳ ସୀମିତ ଅତିଥିମାନଙ୍କୁ ଡକାଯାଇଥିଲା |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, “ଏହି ସ୍ୱାଧୀନତାର ଏହି ପବିତ୍ର ପର୍ବରେ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା | ଆଜି ଛୋଟ ପିଲାମାନେ ମୋ ସାମ୍ନାରେ ଦେଖାଯାଉନାହାଁନ୍ତି | କରୋନା ଭାରତର ଉଜ୍ଜ୍ୱଳ ଭବିଷ୍ୟତକୁ ଆଜି ଅଟକାଇ ରଖିଛି । ‘

ପିଲାମାନେ ପ୍ରତିବର୍ଷ ବହୁ ସଂଖ୍ୟାରେ ଯୋଗ ଦିଅନ୍ତି

ଲାଲ କିଲ୍ଲାରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ଆରମ୍ଭ କରିବା ମାତ୍ରେ ସେ ପ୍ରଥମେ ପିଲାମାନଙ୍କୁ ମନେ ପକାଇ କହିଥିଲେ – ଆଜି ପିଲାମାନେ ଆସି ପାରିବେ ନାହିଁ। ତାଙ୍କ ଶବ୍ଦରୁ ଏହା ସ୍ପଷ୍ଟ ହୋଇଥିଲା ଯେ ସେ ପିଲାମାନଙ୍କୁ କେତେ ମନେପକାଉଛନ୍ତି। ବାସ୍ତବରେ, ପ୍ରତିବର୍ଷ ବହୁ ସଂଖ୍ୟାରେ ପିଲା ଲାଲ କିଲ୍ଲାର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି | ବିଭିନ୍ନ ବିଦ୍ୟାଳୟର ପିଲାମାନେ ଦେଶର ଯୁବ ପିଢ଼ୀକୁ ତ୍ରିରଙ୍ଗାରେ ଦେଖାନ୍ତି ।

ବିଭିନ୍ନ ବିଦ୍ୟାଳୟର ପିଲାମାନେ ତ୍ରିରଙ୍ଗା ପୋଷାକ ପରିଧାନ କରି ଦେଶର ଯୁବ ପିଢୀର ଝଲକ ଦେଖାନ୍ତି | ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପିଲାମାନଙ୍କୁ ବିଶେଷ ଉତ୍ସାହରେ ଭେଟିଥାନ୍ତି | ଏହି ବର୍ଷ କରୋନା ଭାଇରସ ଯୋଗୁଁ ଉପୁଜିଥିବା ପରିସ୍ଥିତି କାରଣରୁ ସାଧାରଣ ଜନତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନାହାଁନ୍ତି।


Share It

Comments are closed.