ନିଜ ଠାରୁ ୧୨ ବର୍ଷ ସାନ ଟିକଟକ୍ ଷ୍ଟାରଙ୍କୁ ଡେଟ୍ କରୁଛନ୍ତି ଗୌହର ଖାନ୍‌


ବିଗ୍ ବସର ବିଜେତା ଗୌହର ଖାନଙ୍କ ଲଭ ଲାଇଫକୁ ନେଇ ନୂଆ ଅପଡେଟ୍ ସାମନାକୁ ଆସିଛି। ଗୌହର ଖାନଙ୍କ ଜୀବନରେ ନୂଆ ବ୍ୟକ୍ତିଙ୍କ ଏଣ୍ଟ୍ରି ହୋଇଛି। ସେ ମ୍ୟୁଜିକ୍ କମ୍ପୋଜର ଇସ୍ମାଏଲ ଦରବାରଙ୍କ ପୁଅ ଜୈଦଙ୍କୁ ଡେଟ୍ କରୁଛନ୍ତି। ଗୌହାର ଖାନ୍ ଜୈଦଙ୍କୁ ସିକ୍ରେଟଲି ଡେଟ୍ କରୁଛନ୍ତି। ଦୁହେଁ ଏକାଠି ସମୟ ବିତାଉଛନ୍ତି। ଜୈଦ ଗୌହାରଙ୍କଠୁ ୧୨ବର୍ଷ ସାନ। ଏବେ ସୁଦ୍ଧା ଉଭୟଙ୍କ ତରଫରୁ ଏହି ସମ୍ପର୍କକୁ ଅଫିସିଆଲ୍ କରାଯାଇ ନାହିଁ। ସୋସିଆଲ୍ ମିଡିଆରେ ଜୈଦ ଏବଂ ଗୌହାରଙ୍କ ଫଟୋ ଏବଂ ଭିଡିଓ ଭାଇରାଲ୍ ହୋଇଛି। ଜୈଦଙ୍କ ସହ ଗୌହାରଙ୍କ ଡାନ୍ସ ଭିଡିଓ ମଧ୍ୟ ସାମନାକୁ ଆସିଥିଲା। ଦୁହେଁ ଭଲ ବଣ୍ଡ ସେୟାର କରନ୍ତି। ଜୈଦ ଜଣେ ଅଭିନେତା,ଡାନ୍ସର,ଇନଫ୍ଲ୍ୟୁଏନ୍ସର,କଣ୍ଟେଣ୍ଟ କ୍ରିଏଟର। ଜୈଦଙ୍କ ସୋସିଆଲ ମିଡିଆରେ ଅନେକ ଫ୍ୟାନ୍ ଫଲୋଇଂ ଅଛନ୍ତି। ସେ ଜଣେ ପ୍ରଫେସନାଲ୍ ଡାନ୍ସର ମଧ୍ୟ। ସେ ମ୍ୟୁଜିକ୍ ଭିଡିଓ ଛମିୟାରେ ଶକ୍ତି ମୋହନ ଏବଂ ୱେଷ୍ଟଇଣ୍ଡିଜ କ୍ରିକେଟର ଡ୍ୱେନ ବ୍ରାଭୋ ସହ ନଜର ଆସିଥିଲେ। ଏହି ଗୀତ ଏକ ୱେଡିଂ ନମ୍ବର ଥିଲା। କିଛି ଦିନ ତଳେ ଜୈଦ ଗୌହାରଙ୍କ ସହ ସେଲଫି ଫଟୋ ସେୟାର କରିଥିଲେ। ଏହାର କ୍ୟାପସନରେ ଜୈଦ ଲେଖିଥିଲେ- Her soul is pure magic ।


ଜୈଦଙ୍କ ପୂର୍ବରୁ ଗୌହାର ଖାନଙ୍କ ନାଁ ଟିଭି ଅଭିନେତା କୁଶାଲ ଟଣ୍ଡନଙ୍କ ସହ ଯୋଡ଼ାଯାଇଥିଲା। ଉଭୟଙ୍କ ମଧ୍ୟରେ ବିଗ୍ ବସ୍ ୭ରୁ ପ୍ରେମ ଆରମ୍ଭ ହୋଇଥିଲା। ୨ଜଣ ଏକାଠି ଏକ ମ୍ୟୁଜିକ୍ ଭିଡିଓରେ ମଧ୍ୟ କାମ କରିଥିଲେ। କିନ୍ତୁ କିଛି ଦିନ ପରେ ତାଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା।


Share It

Comments are closed.