ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି


ଆଜି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପରାଷ୍ଟ୍ରପତି। ଗୃହମନ୍ତ୍ରୀ ଅମିତ ଶାହ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଆସ୍ଥା ଓ ଭକ୍ତିର ସ୍ୱତନ୍ତ୍ର ସଙ୍ଗମ ଶ୍ରୀଜଗନ୍ନାଥ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା। ମହାପ୍ରଭୁ ଜଗନ୍ନାଥଙ୍କ ପାଖେ ସମସ୍ତଙ୍କ ସୁଖ, ଆରୋଗ୍ୟ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି।

ଜୟ ଜଗନ୍ନାଥ! ଏତଦ୍ ବ୍ୟତୀତ ଜେପି ନଡ୍ଡା ମଧ୍ୟ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ଧାର୍ମିକ, ସାଂସ୍କୃତିକ, ଏବଂ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ ପବିତ୍ର ଜଗନ୍ନାଥ ରଥଯାତ୍ରା ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ଵାସ୍ଥ୍ୟରେ ପରିପୂର୍ଣ୍ଣ ହେଉ। ରଥଯାତ୍ରା ସମ୍ପୂର୍ଣ୍ଣ ସୃଷ୍ଟି ପାଇଁ ଖୁସି ଆଣିଦେଉ।


Share It

Comments are closed.