ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନୁପୂର ଶର୍ମା


ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ନୁପୂର ଶର୍ମା । ପୈଗାମ୍ବର ମହମ୍ମଦଙ୍କ ବିରୋଧରେ କଥିତ ଟିପ୍ପଣୀକୁ ନେଇ ବିଜେପିରୁ ନିଲମ୍ବିତ ହୋଇ ସାରିଥିଲେ ନୂପୁର।  ସେ କୋର୍ଟଙ୍କ ନିକଟରେ ଆବେଦନ ଦ୍ୱାରା ଦାବି କରିଛନ୍ତି ଯେ , ତାଙ୍କ ବିରୋଧରେ ଅଲଗା ଅଲଗା ରାଜ୍ୟରେ ଯେତେସବୁ ମାମଲା ରୁଜୁ ହୋଇଛି, ସବୁ ଦିଲ୍ଲୀ ଟ୍ରାନ୍ସଫର କରାଯାଉ। ଏହାର କାରଣ ହେଉଛି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଉଛି।

ଉଲ୍ଲେଖନୀୟ ଯେ, ନୂପୁରଙ୍କ ବିରୋଧରେ ଦିଲ୍ଲୀ, କୋଲାକାତା, ବିହାରରୁ ନେଇ ପୁନେ ସହିତ ଅନେକ ମାମଲା ରୁଜୁ କରାଯାଇଛି। ବିବାଦୀୟ ମନ୍ତବ୍ୟ ପରେ ତାଙ୍କୁ ଦେଶର ବହୁ ସ୍ଥାନରେ ବିରୋଧ କରାଯିବା ସହ ଜୀବନରେ ମାରିଦେବାର ଧମକ ଦିଆଯାଇଥିଲା।  ସବୁ ମାମଲାକୁ ଦିଲ୍ଲୀ ଟ୍ରାନ୍ସଫର କରିବାର ଦାବି କରାଯାଉଛି। ନୂପୁର ଶର୍ମା ଦାବି କରିଛନ୍ତି ଯେ, ତାଙ୍କୁ ଲଗାତାର ଜୀବନରେ ମାରିବାକୁ ଧମକ ଦିଆଯାଉଛି। ଅଲଗ ଅଲଗା ରାଜ୍ୟରେ ପଚରା ଉଚରା କରାଯିବା ଦ୍ବାରା ତାଙ୍କ ଜୀବନକୁ ବିପଦ ରହିଛି। ଶୁଣାଣି ପାଇଁ କେସ୍‌ ଦିଲ୍ଲୀ ଟ୍ରାନ୍ସଫର କରିବାକୁ ନୂପୁର ଦାବି କରିଛନ୍ତି। କିଛି ଦିନ ତଳେ ସେ ଦିଲ୍ଲୀ ପୋଲିସକୁ ସୁରକ୍ଷା ମାଗିଥିଲେ।

ଉଲ୍ଲେଖନୀୟ ଯେ, ବାରଣାସୀ ଜ୍ଞାନବ୍ୟାପୀ ମସଜିଦ୍‌ରେ ମିଳିଥିବା କଥିତ ଶିବଲିଙ୍ଗକୁ ନେଇ ଏକ ଟିଭି ଡିବେଟ୍‌ ବେଳେ ନୂପୁର ଶର୍ମା ପୈଗାମ୍ବର ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି କାରଣରୁ ତାଙ୍କୁ କଡା ସମାଲୋଚନା କରାଯାଇଥିଲା। ଏହାପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ନିଲମ୍ବିତ କରିଦିଆଯାଇଥିଲା। କେବଳ ସେତିକି ନୁହେଁ ଟିପ୍ପଣୀକୁ ନେଇ ପାର୍ଟିର ଦିଲ୍ଲୀ ୟୁନିଟ୍‌ ମିଡିଆ ପ୍ରମୁଖ ନବୀନ କୁମାର ଜିନ୍ଦଲଙ୍କୁ ମଧ୍ୟ ନିଷ୍କାଷିତ କରି ଦିଆଯାଇଥିଲା।


Share It

Comments are closed.