ବିଶିଷ୍ଟ ସିନେମା ନିର୍ମାତା ନୀଳମାଧବ ପଣ୍ଡାଙ୍କ ପୁଅ ଆତ୍ମନ ପଣ୍ଡାଙ୍କ ପ୍ରଥମ ମ୍ୟୁଜିକ୍ ଭିିଡିଓ “ଫ୍ରିୱିକଥ୍ରୀଡି’


ଭୁବନେଶ୍ୱର: ୱିକେଡ୍ ନାମରେ ଲୋକପ୍ରିୟ ଭାରତର ପ୍ରଥମ ଡ୍ରିମ୍‌-ପପ୍ ତାରକା ଆତ୍ମନ ପଣ୍ଡାଙ୍କ ପ୍ରଥମ ଟ୍ରାକ ତଥା ମୁଜିକ୍ ଭିଡିଓ “ଫ୍ରିୱିକଥ୍ରୀଡି’ ଉନ୍ମୋଚିତ ହୋଇଛି । ଏଥିପାଇଁ ଆତ୍ମନ ନିଜେ ଲେଖକ, ନିର୍ମାତା ଦାୟିତ୍ୱ ତୁଲାଇଥିବା ବେଳେ ସେ ନିଜେ ତାହାକୁ ପ୍ରସ୍ତୁତ କରିଛନ୍ତି । ୧୮ ବର୍ଷୀୟ ଆତ୍ମନ ହେଉଛନ୍ତି ଏକଧାରାରେ ଜଣେ ଗାୟକ, ଗୀତିକାର, ମ୍ୟୁଜିକ ପ୍ରଡ୍ୟୁସର । ଏବେ ସେ ନୂଆଦିଲ୍ଲୀରେ ରହୁଛନ୍ତି । ସେ ହେଉଛନ୍ତି ବିଶିଷ୍ଟ ସିନେମା ନିର୍ମାତା ନୀଳମାଧବ ପଣ୍ଡାଙ୍କ ପୁଅ । ଇଲେକ୍ଟ୍ରୋନିକ୍‌, ବାସ୍‌-ପ୍ରେରିତ ସ୍ୱର ଆଦିରେ ଡ୍ରିମ୍‌-ପପ୍ କ୍ଷେତ୍ରରେ ସଙ୍ଗୀତ ଅନୁସନ୍ଧାନ କରିବାକୁ ସେ ଭଲ ପାଆନ୍ତି ।
ଫ୍ରିୱିକଥ୍ରୀଡି ଟ୍ରାକ୍ ଷ୍ଟ୍ରିମିଂ ହେବା ପରଠାରୁ ବେଶ ଚର୍ଚ୍ଚାରେ ରହିଥିବା ବେଳେ ଲକ୍ଷ ଲକ୍ଷ ଥର ଏହାକୁ ଲୋକମାନେ ଦେଖିସାରିଛନ୍ତି ଓ ଖୁବ୍ କମ୍ ସମୟ ମଧ୍ୟରେ ତାହା ରେକର୍ଡ ଭିଉ ହାସଲ କରିଛି । ନିଓ ସିସେଡେଲିଆ ଟୋନ ଷ୍ଟାଇଲ୍‌ରେ “ସିକ୍ସସ୍‌ଥ ଡାଇମେନ୍‌ସନ୍‌’ ମ୍ୟୁଜିକ୍ ଭିିଡିଓକୁ ପ୍ରସ୍ତୁତ କରାଯାଇଛି ।
କଳାକାର ଭାବେ ନିଜ ଯାତ୍ରା ସମ୍ପର୍କରେ ଆତ୍ମନ ପଣ୍ଡା କହିଛନ୍ତି ଯେ, “ସିକ୍‌ସଥ୍ ଡାଇମେନ୍‌ସନ୍ କୌଣସି ଫୋଟକା ନୁର୍ହେଁ ଏହା ହେଉଛି ଅସୀମିତ ଜୀବନ ଓ ଭଲ ପାଇବା ବଗିଚାର ଏକ ଦୁନିଆ ଯାହା ମୁଁ ଚାହୁଁଛି । ସେହି ଦୁନିଆକୁ ଅତି ସ୍ପଷ୍ଟ ଭାବେ ଏହି ଭିଡିଓରେ ମୁଁ ଉପସ୍ଥାପନ କରିବାକୁ ଉଦ୍ୟମ କରିଛି ଯାହାକୁ ଲୋକମାନେ ମୋ ସ୍ୱରରୁ ଜାଣିପାରିବେ ଓ ସେହି ବଗିଚାରେ ନିଜର ପରିକଳ୍ପନା ବୁଣିପାରିବେ ।’’
ଜୀବନରେ କୌଣସି ଅସ୍ଥିରତା, ସୀମା କିମ୍ବା ବ୍ରେକ୍ ନଥିବା ଚିନ୍ତାଧାରାରୁ ୱିକେଡ୍‌ର ମ୍ୟୁଜିକ୍ ବିଶେଷ ଭାବେ ଅନୁପ୍ରାଣିତ । ଭିଜୁଆଲ ଆର୍ଟ କ୍ଷେତ୍ରରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି । ସଙ୍ଗୀତରୁ ଆରମ୍ଭ କରି ଅନ୍ୟାନ୍ୟ ଭିିଡିଓ ପର୍ଯ୍ୟନ୍ତ ତାଙ୍କର ସବୁ କଳାକୃତିରେ ସେ ନିଜର ପରିକଳ୍ପନାକୁ ପରିପ୍ରକାଶ କରିବାକୁ ଚାହୁଛନ୍ତି । ଆତ୍ମନଙ୍କ ପ୍ରେରଣାର ଉତ୍ସ ହେଉଛନ୍ତି କାଇନି ୱେଷ୍ଟ, ଟ୍ରାଭିସ୍ ସ୍କଟ୍ ଓ ଡ୍ରେକ୍‌, ଡାନିଏଲ୍ ସିଜର ଓ ଡ୍ରିମ୍ ପପ୍ ବ୍ୟାଣ୍ଡ୍ ବିଚ୍ ହାଉସ୍ ଭଳି ବିଶ୍ୱସ୍ତରୀୟ କଳାକାର ।


Share It

Comments are closed.