ଆମେରିକା ଏବଂ ଜର୍ମାନୀ ମିଳିତ ଭାବେ କରୋନା ଭ୍ୟାକସିନର ଆରମ୍ଭ କଲେ ପରୀକ୍ଷଣ


ଆମେରିକାର ଔଷଧ କମ୍ପାନୀ Pfizer ଏବଂ ଜର୍ମାନୀର ବାୟୋଏଣ୍ଟେକ୍ ମିଳିତ ଭାବେ କରୋନା ଭ୍ୟାକସିନ ପରୀକ୍ଷଣ ଆରମ୍ଭ କରିଛନ୍ତି । କମ୍ପାନୀ କହିଛି ଯେ କୋଭିଡ-୧୯ ଭ୍ୟାକସିନ ସମୀକ୍ଷା ପାଇଁ ଅକ୍ଟୋବର ମାସରେ ନିୟାମକ ସଂସ୍ଥାକୁ ଉପସ୍ଥାପିତ କରାଯିବ । ବର୍ତ୍ତମାନ ୨୦ ପ୍ରତିଶତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଭ୍ୟାକସିନ ନିମ୍ନରୁ ମଧ୍ୟମ ସ୍ଥରର ଜ୍ୱରରେ ପ୍ରଭାବିତ ହୋଇଥିବା ପ୍ରମାଣିତ ହୋଇଛି ବୋଲି କମ୍ପାନୀ କହିଛି । କମ୍ପାନୀ ଆମେରିକା ଓ ଜର୍ମାନୀରେ କରାଯାଇଥିବା ପ୍ରଥମ ପର୍ଯ୍ୟାୟ ପରୀକ୍ଷଣର ସମୀକ୍ଷା କରୁଛି । କମ୍ପାନୀ ପ୍ରାରମ୍ଭିକ ପର୍ଯ୍ୟାୟର ଅଧ୍ୟୟନ ଡାଟା ଜାରି କରି କହିଛି ଯେ ଅକ୍ଟୋବର ମାସ ଆରମ୍ଭରେ ନିୟାମକ ସମୀକ୍ଷା ପାଇଁ ଭ୍ୟାକସିନକୁ ପେଶ କରାଯିବ ।

ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୧୮ ବର୍ଷରୁ ୮୫ ବର୍ଷ ବୟସର ୩୦ ହଜାର ଲୋକ ଅଂଶଗ୍ରହଣ କରିଥିଲେ । ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ଟିକା BNT 162 B2 କୁ ଶୀଘ୍ର ବିକଶିତ କରିବାକୁ ମଞ୍ଜୁରୀ ଦିଆଯାଇଥିଲା । ଭ୍ୟାକସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଏଫଡିଏର ସମସ୍ତ ପ୍ରୋଟୋକଲ ପାଳନ କରାଯାଇଛି ।

ଫାଇଜର ଅନୁସାରେ, ୨୦୨୦ ଶେଷ ପୂର୍ବରୁ ଭ୍ୟାକସିନ ପାଇଁ ଅନୁମତି ଓ ବର୍ଷ ଶେଷ ସୁଦ୍ଧା ଭ୍ୟାକସିନ ପ୍ରାପ୍ତ କରାଯିବ । ଫାଇଜର ଓ ବାୟୋଏଣ୍ଟେକ୍ ଗତ ମାସରେ ୧୦ କୋଟି ଡୋଜ ଦେବା ପାଇଁ ଆମେରିକା ସରକାରଙ୍କ ସହିତ ପାଖାପାଖି ୨ କୋଟି ଡଲାରର ଚୁକ୍ତି କରିଛି । କିଛି ବିଶ୍ଳେଷକ ଅନୁମାନ କରିଛନ୍ତି ଯେ ଆମେରିକାକୁ ନଭେମ୍ବର ମାସ ସୁଦ୍ଧା ଭ୍ୟାକସିନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବ । ଫର୍ମ କମ୍ପାନୀ ମୋଡର୍ନାଙ୍କ ଟିକା ପରୀକ୍ଷଣର ଶେଷ ପର୍ଯ୍ୟାୟ ଆଡକୁ ଗତି କରିଛି । କମ୍ପାନୀ ୩୦ ହଜାର ବୟସ୍କଙ୍କୁ ନେଇ ପରୀକ୍ଷଣ ଆରମ୍ଭ କରିଛି । ଯେଉଁମାନଙ୍କର ଶ୍ୱାସ ସମ୍ବନ୍ଧୀୟ କୌଣସି ସମସ୍ୟା ନାହିଁ ସେମାନଙ୍କୁ ପରୀକ୍ଷଣରେ ସାମିଲ କରାଯାଇଛି ।ଆମେରିକା ସରକାର ଏହି ଭ୍ୟାକସିନ ପ୍ରୋଜେକ୍ଟ ପାଇଁ ପାଖାପାଖି ଏକ କୋଟି ଡଲାର ସହଯୋଗ କରିଛନ୍ତି ।


Share It

Comments are closed.