ଖୁବ ଶୀଘ୍ର ବିୟର ଗ୍ରୀଲଙ୍କ ଶୋ ମ୍ୟାନ ଇନ ଟୁ ଦି ୱାଇଲ୍ଡରେ ନଜର ଆସିବେ ବଲିଉଡ ଖୀଲାଡ଼ି ଅକ୍ଷୟ କୁମାର, ଦେଖନ୍ତୁ ଏହାର ଦମଦାର ଟିଜର


ଡିସକଭରିର ସବୁଠାରୁ ବଡ ସୋ ‘ଇନ ଟୁ ଦି ୱାଇଲ୍ଡ ଓ୍ବିଥ ବିୟର ଗ୍ରିଲ୍ସର ଏକ ନୂଆ ଏପିସୋଡର ଏକ ଟିଜର ଭିଡିଓ ରିଲିଜ୍ ହୋଇଛି | ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସାଉଥ ସୁପରଷ୍ଟାର ରଜନୀକାନ୍ତ ବିଅର ଗ୍ରିଲ୍ସଙ୍କ ସହ ବିପଦର ସାମ୍ନା କରିଥିବାବେଳେ ଏଥର ବଲିଉଡ ଅଭିନେତା ଅକ୍ଷୟ କୁମାର ସେହି ବିପଦର ସାମ୍ନା କରିବେ। ଅକ୍ଷୟ ଏହାର ଟିଜର ଭିଡିଓ ସେୟାର କରିଛନ୍ତି।

ଇନ ଟୁ ଦ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସ ବିଷୟରେ ଦେଶ ତଥା ବିଶ୍ବରେ ବହୁତ ଉତ୍ସାହ ରହିଛି, ବର୍ତ୍ତମାନ ଶୋ’ରେ ଅକ୍ଷୟ କୁମାରଙ୍କ ପ୍ରବେଶ ଏଥିରେ ଆହୁରି ତଡ଼କା ଲଗେଇଦେଇଛି | ଶେଷ ଥର ପାଇଁ ରଜନୀକାନ୍ତ କର୍ଣ୍ଣାଟକର ଜଙ୍ଗଲରେ ବିୟର ଗ୍ରିଲଙ୍କ ସହିତ ଡର ସମ୍ମୁଖୀନ ହୋଇଥିଲେ। ଏଥର ଅକ୍ଷୟ କୁମାର ସୋ’ର ନେତୃତ୍ୱ ନେବେ। ଭିଡିଓରେ ଅକ୍ଷୟ ନଦୀ ପାର ହୋଇ ଗଛର ଡାଳ ଲତାରୁ ଝୁଲୁଲିଥିବାର ଦେଖିବାକୁ ମିଳିବ। ସେ ଏହି ଭିଡିଓ ସେୟାର କରି ଲେଖିଛନ୍ତି – ‘ତୁମେ ଭାବୁଛ ମୁଁ ପାଗଳ … କିନ୍ତୁ ପାଗଳ ହିଁ ଜଙ୍ଗଲକୁ ଯାଏ’।


ଇନ ଟୁ ଦି ୱାଇଲ୍ଡରେ ଅକ୍ଷୟ କୁମାର ତୃତୀୟ ଭାରତୀୟ ହେବେ ଯିଏକି ଏହି ଆନ୍ତର୍ଜାତୀୟ ଶୋ’ରେ ଦେଖାଯିବେ | ବଲିଉଡରେ ଖତ୍ରୋଁକେ ଖିଲାଡ଼ି ଭାବରେ ଜଣାଶୁଣା ଅକ୍ଷୟଙ୍କୁ ବର୍ତ୍ତମାନ ବାସ୍ତବରେ ବିପଦ ସହ ଲଢ଼ବାର ଦେଖିବାକୁ ପାଇବେ। ଶୋ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ବହୁତ କୌତୁହଳ ରହିଛି । ଆଡଭେଞ୍ଚରର୍ ବିୟର ଗ୍ରିଲ୍ସଙ୍କ ଦ୍ବାରା ଆୟୋଜିତ ଶୋ’ର ବହୁ ପ୍ରତୀକ୍ଷିତ ଏପିସୋଡ୍ ସେପ୍ଟେମ୍ବର ୧୧ ରେ ଡିସକଭରି ପ୍ଲସ୍ ଆପରେ ଏବଂ ସେପ୍ଟେମ୍ବର ୧୪ ରେ ଡିସକଭରି ଚ୍ୟାନେଲରେ ପ୍ରିମିୟର୍ ହେବ |କିନ୍ତୁ ଏପର୍ଯ୍ୟନ୍ତ ଶୋର ରିଲିଜ ତାରିଖ ବିଷୟରେ ଘୋଷଣା କରାଯାଇନାହିଁ କିନ୍ତୁ ବହୁତ ଜଲଦି ଏହା ହୋଇଯିବ ବୋଲି ଆଶା କରାଯାଉଛି ।

ଏହା ସହିତ ବିୟର ଗ୍ରୀଲ୍ସ ମଧ୍ୟ ଏହାର ଏହି ଟିଜର ଭିଡିଓ ଟ୍ବିଟରରେ ସେୟାର କରିଛନ୍ତି । ଶୋ’ର ହୋଷ୍ଟ ଟ୍ୱିଟ୍ କରି କହିଛନ୍ତି ଯେ ସେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତାଙ୍କୁ ଏକ ମହାନ “ଦୁଃସାହସିକ ସାହସିକ ବନ୍ଧୁ” ଭାବେ ପାଇଛନ୍ତି।


Share It

Comments are closed.