କରୋନା ଦେଲା ଶିକ୍ଷା, ବର୍ତ୍ତମାନ ୯୦ ପ୍ରତିଶତ ଭାରତୀୟ ବଦଖର୍ଚ୍ଚ ଦିଗରେ ବେଶ ଯତ୍ନବାନ


କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ସହ ରୋଜଗାର ଓ ଆର୍ଥିକ ଅବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଅନିଶ୍ଚିତତା ଦେଖାଦେଇଛି। କରୋନା ଭାଇରସ୍ ଯୋଗୁଁ ଅର୍ଥାବସ୍ଥା ସଂପୂର୍ଣ୍ଣ ଦୋହଲି ଯାଇଛି। ତେବେ ଏ ମହାମାରୀ କେବଳ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉ ନାହିଁ, ବରଂ ଖର୍ଚ ଉପରେ ମଧ୍ୟ ପ୍ରଭାବ ପକାଇଛି। ଷ୍ଟାଣ୍ଡର୍ଡ ଚାଟାର୍ଡ ବ୍ୟାଙ୍କ ଅନୁସାରେ ମହାମାରୀ ଭୟରେ ପ୍ରତି ୧୦ଜଣରୁ ୯ ଜଣ ଭାରତୀୟ ଅର୍ଥାତ ୯୦ ପ୍ରତିଶତ ଲୋକ ଖର୍ଚ କରିବା ଦିଗରେ ସତର୍କତା ଅବଲମ୍ବନ କରୁଛନ୍ତି। ଅର୍ଥାତ୍ ଖର୍ଚ ପ୍ରତି ସତର୍କ ହୋଇଛନ୍ତି।

ଏହା ବାଦ୍ ୭୬ ପ୍ରତିଶତଙ୍କ ବିଶ୍ୱାସ ଯେ ମହାମାରୀ ସେମାନଙ୍କୁ ଖର୍ଚ କରିବା ପୂର୍ବରୁ ଚିନ୍ତା କରିବାକୁ ବାଧ୍ୟ କରୁଛି। ବିଶ୍ୱ ସ୍ତରରେ ୬୨ ପ୍ରତିଶତ ଲୋକ ଏହିଭଳି ଚିନ୍ତା କରୁଛନ୍ତି। ସେହିପରି ୭୮ ପ୍ରତିଶତ ଭାରତୀୟଙ୍କୁ ଅନଲାଇନରେ ଜିନିଷ କିଣାକିଣି ପସନ୍ଦ ।

ମହାମାରୀ ପୂର୍ବ ତୁଳନାରେ ଭାରତ ସମେତ ଦୁନିଆରେ ଲୋକମାନେ ଏବେ ଘରଭଡ଼ା, ସ୍ୱାସ୍ଥ୍ୟ, ଡିଜିଟାଲ ଉପକରଣ ଭଳି ଜିନିଷରେ ଖର୍ଚ କରୁଛନ୍ତି। ଏହି ସର୍ଭେ ୧୨ଟି ଦେଶକୁ ନେଇ କରାଯାଇଛି। ଅର୍ଥାତ୍ ଭାରତ, ଚୀନ, ବ୍ରିଟେନ, ହଂଗକଂଗ, ୟୁଏଇ, କେନିଆ, ଆମେରିକା, ମଲେଶିୟା, ସିଙ୍ଗାପୁର, ତାଇୱାନ, ପାକିସ୍ତାନ, ଇଣ୍ଡୋନେସିଆର ୧୨ ହଜାର ଲୋକଙ୍କ କଥାବର୍ତା ଆଧାରରେ କରାଯାଇଛି। ଏହା ସହ ୮୭ ପ୍ରତିଶତଙ୍କ ମତ ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଲୋକମାନେ କ୍ୟାସଲେସ୍ ଖର୍ଚ ଦିଗରେ ଆଗରେ ରହିବେ।


Share It

Comments are closed.