ଅଶ୍ଳିଳ ବ୍ୟବହାର କରି ସମାଲୋଚନାର ଶୀକାର ହେଲେ ପାକିସ୍ତାନୀ ନ୍ୟୁଜ ଆଙ୍କର
[vc_row][vc_column][vc_column_text]ବର୍ତ୍ତମାନର ଏହି ଇଂଣ୍ଟରନେଟ ଯୁଗରେ ସୋସିଆଲ ମିଡିଆରେ କୌଣସି ବି ଏକ ଜିନିଷକୁ ଭାଇରାଲ ହେବାରେ ବେଶୀ ସମୟ ଲାଗୁ ନାହିଁ । ଯାହାରକି ଏକ ଉଦାହରଣ ପାକିସ୍ତାନ ଏବଂ ଆଫଗାନିସ୍ଥାନ ମଧ୍ୟରେ ଚାଲିଥିବା କ୍ରିକେଟ ମ୍ୟାଚରେ ଦେଖିବାକୁ ମିଳିଥିଲା । ପାକିସ୍ତାନର “ସମା ଟିଭି” ନାମକ ଏକ ନ୍ୟୁଜ ଚ୍ୟାନେଲର ଜଣେ ଆଙ୍କରଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରକାଶ ଥାଉକି, ୟୁଏଇରେ ଚାଲିଥିବା ଏସିଆ କପରେ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଏବଂ ଆଫଗାନିସ୍ଥାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ପୂର୍ବରୁ ଏକ ଆଲୋଚନାଚକ୍ର ହେବାକୁ ଥିଲା କିନ୍ତୁ ଆଲୋଚନାଚକ୍ର ଆରମ୍ଭ ହେବା ପୂର୍ବରୁ ଉକ୍ତ ନ୍ୟୁଜ ଆଙ୍କର ଜଣକ ଯେଉଁଭଳି ଭାବରେ ମଜା ଓ ମସ୍ତି କରି ଅଶ୍ଳିଳ ବ୍ୟବହାର କଲେ ତାହା କ୍ୟାମେରାରେ କଏଦ ହୋଇଗଲା । ଆଲୋଚନା ଚକ୍ର ଆରମ୍ଭ ହେବା ପୂର୍ବରୁ ଉକ୍ତ ଆଙ୍କର ଜଣକ ବ୍ୟବହାର କରିଥିବା ଅଶ୍ଳିଳ ବ୍ୟବହାର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନୀ ଆଙ୍କରଙ୍କର ଏହି ବ୍ୟବହାରକୁ ନେଇ ସାମାଲୋଚନାକାରୀ ସମାଲୋଚନା କରିବା ସହ ନିନ୍ଦା ପ୍ରକାଶ ମଧ୍ୟ କରିଥିଲେ ।[/vc_column_text][vc_single_image image=”4902″ img_size=”full” alignment=”center”][vc_column_text]ଆଙ୍କର ଜଣକ ଉକ୍ତ ପିଲାଟିର ନକଲ କରୁଛନ୍ତି, ଯିଏକି ପାକିସ୍ତାନ ଏବଂ ଆଫଗାନିସ୍ଥାନ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଅଶ୍ଳିଳ ଇଙ୍ଗିତ କରୁଛି[/vc_column_text][vc_single_image image=”4903″ img_size=”full” alignment=”center”][/vc_column][/vc_row]
Comments are closed.