ନିୟନ୍ତ୍ରଣ ରେଖା ବାହାରେ ପେଟ୍ରୋଲ ଏବଂ ଡିଜେଲ ଦର


ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବଢିଥିବାର ନଜର ସାମନାକୁ ଆସିଛି । ପେଟ୍ରୋଲ ଲିଟର ପିଛା ୧୧ ପଇସା ବଢିଥିବାବେଳେ ଡିଜେଲ ଲିଟର ପିଛା ୫ ପଇସା ବଢିଛି । ନୂତନ ମୂଲ୍ୟ ଧାର୍ଯ୍ୟ ହେବା ପରେ ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୯୨.୭୨ ଟଙ୍କା ରହିଥିବାବେଳେ ଡିଜେଲ ୭୪.୦୨ ଟଙ୍କା ରହିଛି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଗତ କିଛି ଦିନ ହେବ ଲଗାତାର ଭାବେ ବଢୁଥିବାବେଳେ ଏବେ ପୁଣିଥିରେ ଏହାର ମୂଲ୍ୟରେ ପୁନଃ ବୃଦ୍ଧି ଦେଖାଦେଇଛି ।
ପେଟ୍ରୋଲ ବୃଦ୍ଧିକୁ ନେଇ ସାଧାରଣ ଜନତା ଘରୁ କୁଆଡେ ବାହାରିବା ପାଇଁ ହନ୍ତ ସନ୍ତ ହେଉଥିବା ବେଳେ ଏହାକୁ ନେଇ ଦେଶରେ ରାଜନିତୀ ମଧ୍ୟ ସରଗରମ ରହିଛି । ତେଲ ବୃଦ୍ଧିକୁ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ସର୍ବଦା ସମାଲୋଚନା କରି ଆସୁଥିବାବେଳେ ତେଲ କମ୍ପାନୀ ମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହେଉ ନାହିଁ ।
ଆମେ ଯଦି ମୁମ୍ବାଇ କଥା କହିବା, ତେବେ ଏଠାରେ ପେଟ୍ରୋଲର ମୂଲ୍ୟ ୯୦ ଟଙ୍କାରୁ ଉର୍ଦ୍ଦକୁ ପାର କରି ସାରିଛି । ସେଠାରେ ପେଟ୍ରୋଲର ମୂଲ୍ୟ ୯୦.୦୮ ଟଙ୍କାରେ ଆସିକି ପହଞ୍ôଚଥିବାବେଳେ ଡିଜେଲ ମୂଲ୍ୟ ୭୮.୫୮ ଟଙ୍କାରେ ଆସିକି ପହଞ୍ଚିଛି ।
ସବୁଠାରୁ ମୁଖ୍ୟ କଥା ହେଲା କି, ଗତ କିଛି ଦିନ ହେବ ଯେଉଁଭଳି ଭାବରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ବୃଦ୍ଧି ଘଟୁଛି ତାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଉପୁଜିବାରେ ଲାଗିଛି । ସେପଟେ ଲାଗତାର ପେଟ୍ରୋଲ ଏବଂ ଡିଜେଲର ଦାମରେ ବୃଦ୍ଧି ଯୋଗୁଁ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ମଧ୍ୟ ରୁଜୁ କରାଯାଉଛି । ରୁଜୁ ହୋଇଥିବା ଉକ୍ତ ମାମଲାରେ କେନ୍ଦ୍ର ସରକାରଙ୍କୁ ସେହି ରେର୍କଡ ଦାଖଲ କରିବା ପାଇଁ ଦାବୀ କରାଯାଇଛି, ଯେଉଁ ଆଧାରରେ ତେଲ କମ୍ପାନୀ ଦ୍ୱାରା ଇନ୍ଧନର ମୂଲ୍ୟ ଦୈନିକ ନିର୍ଦ୍ଧାରିତ ହୋଇଥାଏ ।


Share It

Comments are closed.