ଓରିଏଂଟ୍ ଇଲେକ୍ଟ୍ରିକ୍ ପକ୍ଷରୁ ନୂତନ ଶକ୍ତି ସଂଚୟକାରୀ ଫ୍ୟାନ୍‌ର ଶୁଭାରମ୍ଭ


ଭୂବନେଶ୍ୱର: ୨.୪ ବିଲିୟନ ଡଲାର ବିଶିଷ୍ଟ ସିକେ ବିର୍ଲା ଗ୍ରୁପ୍‌ର ଅଂଶବିଶେଷ, ଓରିଏଂଟ୍ ଇଲେକ୍‌ଟ୍ରିକ୍ ଲିମିଟେଡ୍ ପକ୍ଷରୁ ଇସିଏମ୍ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ଏହାର ନୂତନ ଆଇ-ସିରିଜ୍ ରେଞ୍ଜ୍‌ର ଫ୍ୟାନ୍‌ର ବଜାର ପ୍ରବେଶ କରାଯାଇଛି ଯାହାକି ଅନ୍ୟ ସାଧାରଣ ଫ୍ୟାନ୍ ତୁଳନାରେ ୫୦% ଶକ୍ତି ସଂଚୟ କରିଥିବାବେଳେ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦରରେ ମୂଲ୍ୟଯୁକ୍ତ ହ୍ରାସର ପ୍ରତିଶ୍ରୁତି ଦେଇଥାଏ । ଏହି ନୂତନ ରେଞ୍ଜ୍‌ରେ ସାମିଲ ଥିବା ଆଇ-ଫ୍ଲୋରାଲ, ହେକ୍ଟର ୫୦୦ ଏବଂ ଆଇଓଟି-ସକ୍ଷମ ଓ ଭଏସ୍‌-କଂଟ୍ରୋଲ୍ ଥିବା ଆଇ-ଫ୍ଲୋଟ୍ ଫ୍ୟାନ୍ ଯେକୌଣସି ସାଜସଜ୍ଜାକୁୁ ସୁହାଉଥିବା ବିଭିନ୍ନ ରଙ୍ଗ ଓ ଡିଜାଇନ୍‌ରେ ଉପଲବ୍ଧ ହେଉଛି । ଓରିଏଂଟ୍ ଆଇ-ସିରିଜ୍ ଫ୍ୟାନ୍‌ଗୁଡିକର ପ୍ରାରମ୍ଭିକ ମୂଲ୍ୟ ୨୮୫୦ ଟଙ୍କା ରହିଛି ।
ଓରିଏଂଟ୍ ଆଇ-ସିରିଜ୍ ଫ୍ୟାନ୍‌ଗୁଡିକ ବିଇଇ ୫-ଷ୍ଟାର ରେଟେଡ୍ ହୋଇଥିବା ବେଳେ ସାଧାରଣ ଫ୍ୟାନ୍ ତୁଳନାରେ ଏଥିରେ ୫୦% ଉନ୍ନତ ସେବା ମୂଲ୍ୟ ରହିଛି । ଏହି ଫ୍ୟାନ୍‌ଗୁଡିକ ୨୩୦ ସିଏମ୍‌ଏମ୍‌ର ପବନ ପ୍ରଦାନ କରିବା ସହ କମ୍ ଭୋଲ୍‌ଟେଜ୍‌ରେ ମଧ୍ୟ ଶବ୍ଦହୀନ ଭାବେ ଓ ଦକ୍ଷତାର ସହ ପରିଚାଳନା କରିଥାନ୍ତି । ଏହି ନୂତନ ରେଞ୍ଜ୍‌ରେ ସାମିଲ ଥିବା ୩ଟି ଭାରିଆଂଟ୍ ଆଇ-ଫ୍ଲୋଟ୍‌, ଆଇ-ଫ୍ଲୋରାଲ ଓ ହେକ୍ଟର ୫୦୦ରେ ଆକର୍ଷଣୀୟ ଡିଜାଇନ୍‌, ଶକ୍ତିଶାଳୀ ଶବ୍ଦହୀନ ମୋଟର, ୧୦୦% କଳଙ୍କିରୋଧକ ବ୍ଲେଡ ଓ ହାଇଗ୍ଲସ୍ ପ୍ରିମିୟମ ଫିନିସ୍ ଭଳି ଫିଚର ରହିଛି । ଏହି ଆଇ-ଫ୍ଲୋଟ୍ ଫ୍ୟାନ୍ ହେଉଛି ଆଇଓଟି-ସକ୍ଷମ ଓ ଏହାକୁ ଅତି ସହଜରେ ଓରିଏଣ୍ଟ ସ୍ମାର୍ଟ ମୋବାଇଲ ଆପ୍‌ରେ କିମ୍ବା ଆଲେକ୍ସା ମାଧ୍ୟମରେ ଭଏସ୍ କମାଣ୍ଡ ଓ ଗୁଗଲ୍ ଆସିଷ୍ଟାଂଟ୍ ମାଧ୍ୟମରେ ପରିଚାଳନା କରିହେବ ।
ରାକେଶ ଖନ୍ନା, ଏମଡି ଏବଂ ସିଇଓ, ଓରିଏଂଟ୍ ଇଲେକ୍ଟ୍ରୋନିକ ଲିମିଟେଡ କହିଛନ୍ତି ଯେ, “ ଆମେ କ୍ରମାଗତ ଭାବେ ଏଭଳି ଉତ୍ପାଦର ବିକାଶ ଉପରେ ଧ୍ୟାନକେନ୍ଦ୍ରିତ କରିଛୁ ଯେଉଁଗୁଡ଼ିକ ଅଭିନବ ଏବଂ ଅବିରତ ହୋଇଥିବ । ଏହି ଫ୍ୟାନ୍‌ଗୁଡିକ ସ୍ମାର୍ଟ, ଶକ୍ତି ସଂଚୟକାରୀ, ଆଇଓଟି-ସକ୍ଷମ ଓ ପରିବେଶ ଅନୁକୂଳ ଅଟେ । ଏକ ସୁଲଭ ଦରରେ ବିଶ୍ୱଶ୍ରେଷ୍ଠ ଟେକ୍ନୋଲୋଜି ନେଇ ଆଣିବା ଦିଗରେ ଆଇ-ସିରିଜ ରେଞ୍ଜ ହେଉଛି ଅନ୍ୟ ଏକ ପଦକ୍ଷେପ ।” ଓରିଏଂଟ୍ ଇଲେକ୍‌ଟ୍ରିକ୍ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ରୀ ଅତୁଲ ଜୈନ କହିଛନ୍ତି ଯେ, “ବିଇଇ ଶକ୍ତି ଦକ୍ଷତା ନିୟମାବଳୀଗୁଡ଼ିକ ଆସନ୍ତା ଜୁଲାଇ ୨୦୨୦ରୁ ବାଧ୍ୟତାମୂଳକ ହେଉଥିବାରୁ ଓରିଏଂଟ୍ ପାଇଁ ଏହି ରେଞ୍ଜର ଫ୍ୟାନ୍ ଶୁଭାରମ୍ଭ କରିବାର ଏହା ଉପଯୁକ୍ତ ସମୟ । ଏହି ଫ୍ୟାନ୍‌ଗୁଡିକ ୫୦% କମ୍ ଶକ୍ତି ବ୍ୟବହାର କରୁଥିବାରୁ କାର୍ବନ ଫୁଟ୍‌ପ୍ରିଂଟ୍ ମଧ୍ୟ ହ୍ରାସ ପାଇଥାଏ ।


Share It

Comments are closed.