କ୍ରିକେଟରୁ ଅବସରର ଘୋଷଣା କଲେ ପ୍ରଜ୍ଞାନ ଓଝା


ଭାରତୀୟ ଦଳର ବାମ ହାତୀ ସ୍ପିନର ପ୍ରଜ୍ଞାନ ଓଝା ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେବାର ଘୋଷଣା କରିଛନ୍ତି । ଭୁବନେଶ୍ୱର ନୀବାସୀ ପ୍ରଜ୍ଞାନ ନିଜ ଟ୍ୱିଟରେ କ୍ରିକେଟରୁ ଅବସର ନେବାର ଘୋଷଣା ସଂପର୍କରେ ସୂଚନା ଦେଇଥିବାବେଳେ ଏହା ସହ ସେ ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ଏବଂ ନିଜର ସାଥୀ ଖେଳାଳୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।


ସେ ନିଜ ଅବସର ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ଜୀବନର ଆଗାମୀ ପର୍ଯ୍ୟାୟକୁ ଅଗ୍ରସର ହେବା ପାଇଁ ସମୟ ଆସିଯାଇଛି । ଭଲପାଇବା ଏବଂ ସମର୍ଥନ ଦେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସର୍ବଦା ମନେ ରଖିବି ଏବଂ ମୋତେ ସର୍ବଦା ଏଥିରୁ ପ୍ରେରଣା ଦେଲେ ।
ପ୍ରକାଶ ଥାଉକି, ପ୍ରଜ୍ଞାନ ୨୦୦୮ରେ ଭାରତୀୟ ଦଳରେ ପାଦ ଥାପିଥିବାବେଳେ ଏହା ପରେ ୨୦୧୩ରେ କ୍ରିକେଟର ତିନୋଟି ଫର୍ମାଟରେ ସେ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।


Share It

Comments are closed.