ସାମ୍‌ସଙ୍ଗ ଗ୍ୟାଲାକ୍ସି ଏ୭୧ର ବଜାର ପ୍ରବେଶ


ଭୁବନେଶ୍ୱର: ଭାରତର ସର୍ବବୃହତ୍ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ଓ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାମ୍‌ସଙ୍ଗ ଏହାର ଏ-ସିରିଜ୍‌ରେ ନୂତନ ଗ୍ୟାଲାକ୍ସି ଏ୭୧ ସ୍ମାର୍ଟଫୋନ୍‌ର ଶୁଭାରମ୍ଭ କରିଛି । ଏହି ନୂତନ ସ୍ମାର୍ଟଫୋନ୍ ସାମ୍‌ସଙ୍ଗର ଅତ୍ୟାଧୁନିକ ପ୍ରଯୁକ୍ତି ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏଥିରେ ଶକ୍ତିଶାଳୀ ପ୍ରୋସେସର ଓ ଦୀର୍ଘସ୍ଥାୟୀ ବ୍ୟାଟେରି ଭଳି ସୁବିଧା ରହିଛି ।
୪ଟି ଟପ୍‌-ଅଫ୍‌-ଦ-ରେଞ୍ଜ୍ କ୍ୟାମେରା ସହ ଗ୍ୟାଲାକ୍ସି ଏ୭୧କୁ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତଗୁଡିକୁ କ୍ୟାପ୍‌ଚର କରିବା ପାଇଁ ନିର୍ମାଣ କରାଯାଇଛି । ଏହାର ମୁଖ୍ୟ କ୍ୟାମେରା ଆକର୍ଷଣୀୟ ଲୋ ଲାଇଟ୍ ଫଟୋଗ୍ରାଫି ପାଇଁ ଏଫ୍‌୧.୮ ଆପେର୍‌ଚର ସହ ୬୪ ମେଗାପିକ୍ସେଲର ଲେନ୍ସର ସହ ଉତ୍କୃଷ୍ଟମାନର ଫଟୋ ଉତ୍ତୋଳନ କରିଥାଏ । ମିଳିତ ଭାବେ ଏହାର ୧୨୩ ଡିଗ୍ରୀ ଫିଲ୍ଡ ଭ୍ୟୁ ବିଶିଷ୍ଟ ୧୨ଏମ୍‌ପି ଅଲ୍‌ଟ୍ରା ୱାଇଡ୍ କ୍ୟାମେରା ସହ ଏହି ସ୍ମାର୍ଟଫୋନ୍ ଆପଣ୍‌କୁ ଜଣେ ମନୁଷ୍ୟର ଆଖି ଦେଖିବାକୁ ସକ୍ଷମ ହେଉଥିବା ସର୍ବାଧିକ ଚିତ୍ର ଦେଖାଇଥାଏ । ଏହାର ୫ ଏମ୍‌ପି ମାକ୍ରୋ କ୍ୟାମେରା ଓ ୫ଏମ୍‌ପି ଡେପ୍‌ଥ କ୍ୟାମେରା ସହ ଗ୍ୟାଲାକ୍ସି ଏ୭୧ର କ୍ୱାଡ୍‌-କ୍ୟାମ୍ ଅତ୍ୟାଧୁନିକ ଫଟୋଗ୍ରାଫି ଅଭିଜ୍ଞତା ପ୍ରଦାନ କରିଥାଏ । ଗ୍ୟାଲାକ୍ସି ଏ୭୧ରେ କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ ୭୩୦ ଅକ୍ଟା-କୋର୍ ପ୍ରୋସେସର ଓ ୮ ଜିବି ରାମ୍ ରହିଛି ଯାହା ଅତି ସହଜରେ ଜଟିଳ କାର୍ଯ୍ୟଗୁଡିକୁ ନିୟନ୍ତ୍ରଣ କରିପାରିଥାଏ । ଗ୍ୟାଲାକ୍ସି ଏ୭୧ ପ୍ରିଜମ୍ କ୍ରସ୍ ସିଲ୍‌ଭର୍‌, ବ୍ଲୁ ଓ ବ୍ଲାକ୍ କଲର୍‌ରେ ଆସନ୍ତା ଫେବୃଆରୀ ୨୪ ତାରିଖରୁ ଦେଶବ୍ୟାପୀ ସମସ୍ତ ରିଟେଲ ଷ୍ଟୋର୍‌, ସାମ୍‌ସଙ୍ଗ ଅପେରା ହାଉସ୍‌, ସାମ୍‌ସଙ୍ଗ ଇ-ସପ୍ ଓ ପ୍ରମୁଖ ଅନ୍‌ଲାଇନ୍ ପୋର୍ଟାଲଗୁଡିକରେ ବିକ୍ରି ପାଇଁ ଉପଲବ୍ଧ ହେବ । ଗ୍ୟାଲାକ୍ସି ଏ୭୧ର ୮/୧୨୮ ଜିବି ଭାରିଆଂଟ୍‌ର ମୂଲ୍ୟ ୨୯,୯୯୯ ଟଙ୍କା ରହିଛି ।
ଏହି ଅବସରରେ ସାମ୍‌ସଙ୍ଗ ଇଣ୍ଡିଆର ମୋବାଇଲ ବିଜ୍‌ନେସ୍‌, ନିର୍ଦ୍ଦେଶକ ଶ୍ରୀ ଆଦିତ୍ୟ ବାବର୍ କହିଛନ୍ତି ଯେ, “ଗ୍ୟାଲାକ୍ସି ଏ୫୧ର ଅଦ୍ଭୁତପୂର୍ବ ସଫଳତା ପରେ ଆମେ ନୂଆ ଗ୍ୟାଲାକ୍ସି ଏ୭୧ ସ୍ମାର୍ଟଫୋନ୍‌ର ଘୋଷଣା କରି ଖୁବ୍ ଖୁସି ଅନୁଭବ କରୁଛୁ । ଏହା ହେଉଛି ଏକ ଡିଭାଇସ୍ ଯାହା ଆମ ଉପଭୋକ୍ତାମାନଙ୍କୁ ସେମାନଙ୍କ ସ୍ମାର୍ଟଫୋନ୍‌ରେ ଅଧିକ କିଛି କରିବା ପାଇଁ ଅନୁମତି ଦେବ । ଏକ ଆକର୍ଷଣୀୟ ଇନ୍‌ଫିନିଟି-ଓ ଡିସ୍‌ପ୍ଲେ, ଅତ୍ୟାଧୁନିକ କ୍ୟାମେରା ଓ ସର୍ବୋତମ ପ୍ରଦର୍ଶନ ସହ ଗ୍ୟାଲାକ୍ସି ଏ୭୧ ହେଉଛି ବାସ୍ତବରେ ସମସ୍ତଙ୍କ ପାଇଁ ଅତ୍ୟାଧୁନିକ ଉଦ୍ଭାବନ ଆଣିବା ନେଇ ଆମର ନିରନ୍ତର ପ୍ରୟାସ ପ୍ରତି ଏକ ନିଦର୍ଶନ ଭଳି । ଏହାର ସ୍ଲିକ୍ ଡିଜାଇନ୍ ଓ ସ୍ୱତନ୍ତ୍ର ମେକ୍ ଫର୍ ଇଣ୍ଡିଆ ‘ଆଲାଇଭ୍ ଫିଚର୍ସ’ ସହ ଗ୍ୟାଲାକ୍ସି ଏ୭୧, ମିଲେନିଆଲମାନେ ନିଜ ସ୍ମାର୍ଟଫୋନ୍‌ର ଯେଉଁଭଳି ଭାବେ ଉପଯୋଗ ଓ ପ୍ରଦର୍ଶନ କରୁଛନ୍ତି ତାହାକୁ ପରିଭାଷିତ କରିବ ।


Share It

Comments are closed.