ଓପୋ ଏ୯ ସ୍ମାର୍ଟଫୋନର ଶୁଭାରମ୍ଭ


ଭାରତରେ ନିଜ ଉତ୍ପାଦର ଶୃଙ୍ଖଳକୁ ଆଗକୁ ବଢାଇବା ପାଇଁ ପ୍ରମୁଖ ସ୍ମାର୍ଟଫୋନ ନିର୍ମାଣ କମ୍ପାନୀ, ଓପୋ ପକ୍ଷରୁ ଏହାର ନୂତନ ସ୍ମାର୍ଟଫୋନ ଏ୯ର ଶୁଭାରମ୍ଭ କରାଯାଇଛି । ଓପୋ ଏ୯, ଉପଭୋକ୍ତାଙ୍କୁ ଅଧିକ ଶକ୍ତି ଏବଂ ଷ୍ଟାଇଲ ପ୍ରଦାନ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରି ନିଜ ଉତ୍ପାଦ ଉପରେ ଆକର୍ଷଣୀୟ ସୁବିଧା ପ୍ରଦାନ କରୁଛି, ଯାହାକି ମାତ୍ର ୧୫,୪୯୦ ଟଙ୍କାରେ ଉପଲବ୍ଧ । ଓପୋ ଏ୯ ହେଉଛି ପ୍ରଥମ ସ୍ମାର୍ଟଫୋନ ଯିଏକି ଏଫ୧୧ ଠାରୁ ନୂତନ ଶୈଳୀର ଭାଷା ଏବଂ ରେନୋ ଶୃଙ୍ଖଳର ବୈଶିଷ୍ଟ୍ୟ ୬.୫୩’’ ଏଫଏଚଡି+ୱାଟରଡ୍ରପ ସ୍କ୍ରିନର ସମାହାରରେ ନିର୍ମିତ ହୋଇଛି । ଏହି ସ୍ମାର୍ଟଫୋନଟିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାର୍ଜିଂ କ୍ଷମତା ପ୍ରଦାନ କରୁଥିବା ୪୦୨୦ଏମଏଏଚ ବ୍ୟାଟେରୀ ମଧ୍ୟ ରହିଛି । ଉପଭୋକ୍ତାଙ୍କୁ ସହଜ ଏବଂ ସୁବିଧାଜନକ ଅନୁଭୂତି ପ୍ରଦାନ କରିବା ପାଇଁ ସ୍ମାର୍ଟଫୋନଟିରେ ୪ଜିବି ରାମ ଏବଂ ୧୨୮ ରମ ରହିଥିବାବେଳେ କୋର୍ନିଙ୍ଗ ଗୋରିଲା ଗ୍ଲାସ ୫ ଏବଂ କଲର ଓଏସ ୬ ମଧ୍ୟ ରହିଛି ।

ଏହି ସ୍ମାର୍ଟଫୋନର ଶୁଭାରମ୍ଭ ଅବସରରେ ଓପୋ ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ‘ଚାର୍ଲସ ୟୋଙ୍ଗ’ କହିଛନ୍ତି ଯେ, “ଓପୋ ନିଜର ଉପଭୋକ୍ତାଙ୍କୁ ଦୃଷ୍ଟିରେ ରଖି ତାହାର ପ୍ରତିଶ୍ରୃତିକୁ ପାଳନ କରିବା ସ୍ୱରୁପ ନିଜର ନୂତନ ଜ୍ଞାନ କୌଶଳକୁ ସର୍ବଦା ବିକାଶ କରୁଛି । ଏକ ବ୍ରାଣ୍ଡ ରୂପେ, ଓପୋ ଜ୍ଞାନ କୌଶଳରେ ଅଗ୍ରଣୀ ରହିଥିବାବେଳେ କିନ୍ତୁ ଆମେ ବୁଝି ପାରୁଛୁ ଯେ, ଭାରତୀୟଙ୍କ ପାଇଁ ମୂଲ୍ୟ ହେଉଛି ସର୍ବଶ୍ରେଷ୍ଠ । ସେଥିପାଇଁ ଓପୋ ଏ୯ ସହ ଉପଭୋକ୍ତାଙ୍କୁ ବ୍ୟୟସାପେକ୍ଷ ମୂଲ୍ୟରେ ଅସାଧାରଣ ଅନୁଭୂତି ପ୍ରଦାନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ । ଓପୋ ଏ୯ ହେଉଛି ଏ ସିରିଜର ଉନ୍ନତ ସଂଯୋଗ, ଜ୍ଞାନ କୌଶଳ ଭିତ୍ତିକ ଉନ୍ନତ ସ୍ମାର୍ଟଫୋନ ପ୍ରଦର୍ଶନ କରିବାରେ ଏହା ପ୍ରଦର୍ଶିତ କରୁଛି ଯାହାକି ଏକ ପ୍ରତିଯୋଗୀତ ମୂଲ୍ୟରେ ଉପଲବ୍ଧ ହେଉଛି । ଆମେ ଏହି ମୂଲ୍ୟରେ ଓପୋ ଏ୯କୁ ଶୁଭାରମ୍ଭ କରିବା ସହ ଏହି ବିକାଶର ଧାରାକୁ ବଜାଇ ରଖିବା ପାଇଁ ଆଶା କରୁଛୁ । ’


Share It

Comments are closed.