ସୁସ୍ମିତାଙ୍କ ସହ ନିଜ ରୋମାଣ୍ଟିକ ମୂହୂର୍ତ୍ତର ଫଟୋ ସେୟାର କଲେ ବୟଫ୍ରେଣ୍ଡ ରୋହମନ


ନିଜ ଝିଅ ରୀନି ଏବଂ ଅଲିଶାଙ୍କ ସହ ଛୁଟି କାଟିବା ପାଇ ହଲିଡେ ଟ୍ରିପରେ ଯାଇଥିବା ଅଭିନେତ୍ରୀ ସୁସ୍ମିତା ସେନ ତାଙ୍କ ପ୍ରେମିକଙ୍କ ସହ ରୋହମନ ଶ’ଙ୍କ ସହ ସେଠାରେ ରୋମାନ୍ସ କରୁଥିବାର ବର୍ତ୍ତମାନ ଦେଖିବାକୁ ମିଳିଛି । ସେଥିପାଇଁ ସୁସ୍ମିତା ଗତ ରବିବାର ନିଜ ରୋମାଣ୍ଟିକ ମୂହୂର୍ତ୍ତର କିଛି ଛବି ନିଜ ସୋସିଆଲ ମିଡିଆରେ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ. “ମୋ ସହ ଚାଲା, ସତ୍ୟର ଅନେଶ୍ୱଣ କରିବା, ଯାହା ହବ, ତାହା ହବ, ରୋହମନ ଶ’, ଅନେକ ଭଲ ପାଇବା ”


କେବଳ ଏତିକି ନୁହେଁ ରୋହମନ ନିଜ ଇନଷ୍ଟାଗ୍ରାମରେ ସୁସ୍ମିତାଙ୍କୁ କିସ କରିବାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫଟୋକୁ ସେୟାର କରି ରୋହମନ ନିଜ କ୍ୟାସନରେ ଲେଖିଛନ୍ତି ଯେ, “ମୁଁ ତାଙ୍କ ଡିମ୍ପଲଙ୍କୁ ପ୍ରେମ କରେ ।”


ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ବିୟୁଟି କୁଇନ ସୋସିଆଲ ମିଡିଆରେ ନିଜ ପରିବାରର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ତାଙ୍କ ଦୁଇ ଝିଅ ଏବଂ ବୟଫ୍ରେଣ୍ଡ ରୋହମନ ଶ’ଙ୍କୁ ଦେଖିବାକୁ ମିଳିଥିଲା ।


Share It

Comments are closed.