ଜିଓ-ୱାନପ୍ଲସ ୭ ସିରିଜ୍ ସହଯୋଗୀତା ଦ୍ୱାରା ଗ୍ରାହକ ପାଇବେ ୯୩୦୦ ଟଙ୍କାର ଲାଭ


ଏହି ସ୍ୱତନ୍ତ୍ର ଅଫରରେ ୨୯୯ ଟଙ୍କାର ପ୍ରଥମ ପ୍ରିପେଡ୍ ରିଚାର୍ଜ କରିବା ଦ୍ୱାରା ତକ୍ରାଳ ୫୪୦୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଯେଉଁମାନେ ଏହି ଅଫର ହାସଲ କରିବେ ସେମାନଙ୍କୁ ମାଇଁ ଜିଓ ଆପ୍ରେ ୧୫୦ ଟଙ୍କା ଲେଖାଁଏର ୩୬ଟି ଭାଉଚର ଆକାରରେ ଏହି କ୍ୟାସବ୍ୟାକ୍ ମିଳିବ । ଗ୍ରାହକମାନେ ପରବର୍ତି ସମୟରେ ୨୯୯ ଟଙ୍କାର ରିଚାର୍ଜ କରିବା ବେଳେ ସେହି ଭାଉଚରକୁ ବ୍ୟବହାର କରିପାରିବେ ଯାହା ଫଳରେ ପ୍ଲାନର ପ୍ରଭାବୀ ମୂଲ୍ୟ କେବଳ ୧୪୯ ଟଙ୍କା ରହିବ । ଏହି ପ୍ଲାନରେ ସେମାନେ ପାଇପାରିବେ ଦୈନିକ ୩ଜିବିର ୪ଜି ଡାଟା ୨୮ ଦିନ ପାଇଁ ଏବଂ ତା’ ସହିତ ଅତୁଳନୀୟ ଭଏସ୍ କଲ୍, ଏସ୍ଏମ୍ଏସ୍ ଏବଂ ଜିଓର ସ୍ୱତନ୍ତ୍ର ଆପ୍ ଯଥା ଜିଓଟିଭି, ଜିଓସିନେମା, ଜିଓନିଉଜ୍ ଏବଂ ଆହୁରି ଅନେକ କିଛିକୁ ହାସଲ କରିପାରିବେ । ଏହି ଅଫରରେ ୩୯୦୦ ଟଙ୍କାର ଅତିରିକ୍ତ ସହଯୋଗୀ ଲାଭ ମିଳିବ । ତାହା ହେଉଛି:
-ଜୁମ୍ କାର୍: ୨୦୦୦ ଟଙ୍କା ପର୍ଯ୍ୟନ୍ତ କିମ୍ବା ୨୦% ରିହାତି ଯାହା ସର୍ବନିମ୍ନ
-ଇଜି ମାଇଁ ଟ୍ରିପ୍: ବିମାନ ଟିକଟ ଓ ହୋଟେଲ୍ ବୁକିଙ୍ଗ ଉପରେ ୧୫୫୦ ଟଙ୍କାର ରିହାତି ଏବଂ ବସ୍ ଟିକଟ ବୁକିଙ୍ଗ୍ ଉପରେ ୧୫% ରିହାତି
-ଚୁମ୍ବକ: ସର୍ବନିମ୍ନ ୧୬୯୯ ଟଙ୍କାର କ୍ରୟ ଉପରେ ୩୫୦ ଟଙ୍କାର ରିହାତି
ଜିଓ-ୱାନପ୍ଲସ ୭ ସିରିଜ ବିୟଣ୍ଡ୍ ସ୍ପିଡ୍ ଅଫର ଏବଂ ୱାନପ୍ଲସ ୭ ସିରିଜ୍ ଉପକରଣର ଉପଲବ୍ଧତା
୨୦୧୯ ମେ’ ୧୯ ପରଠାରୁ ୱାନପ୍ଲସ ୭ ଓ ୱାନପ୍ଲସ ୭ ପ୍ରୋ କିଣିବାକୁ ଥିବା ଜିଓର ସମସ୍ତ ନୂଆ ଓ ପୁରୁଣା ଗ୍ରାହକଙ୍କ ନିମନ୍ତେ ଜିଓ ବିୟଣ୍ଡ୍ ସ୍ପିଡ୍ ଅଫର ଉପଲବ୍ଧ ହେବ । ଗ୍ରାହକମାନେ www.jio.com, ରିଲାଏନ୍ସ ଡିଜିଟାଲ୍ ଷ୍ଟୋର୍, ମାଇଁ ଜିଓ ଷ୍ଟୋର୍, ଜିଓ ରିଟେଲର ଏବଂ ମାଇଁ ଜିଓ ଆପ୍ରେ ୨୯୯ ଟଙ୍କାର ପ୍ରଥମ ପ୍ରିପେଡ୍ ରିଚାର୍ଜ କରି ଏହି ଅଫର ହାସଲ କରିପାରିବେ । କ୍ୟାସ ଭାଉଚର୍ଗୁଡ଼ିକୁ ପରବର୍ତି ସମୟରେ ମାଇଁ ଜିଓ ଆପ୍ ଜରିଆରେ ୨୯୯ ଟଙ୍କିଆ ରିଚାର୍ଜ କରିବା ବେଳେ ରିଡିମ୍ ବା ଉପଯୋଗ କରିହେବ ।
ନେଟୱର୍କ ସୁବିଧା
ଜିଓ ହେଉଛି ବିଶ୍ୱର ସର୍ବବୃହତ ମୋବାଇଲ୍ ଡାଟା ନେଟୱର୍କ ତଥା ଭାରତ ଏବଂ ଭାରତୀୟଙ୍କ ପାଇଁ ଏକ ବଡ଼ ପରିବର୍ତନ ପ୍ରଦାନକାରୀ । ଜିଓ ହେଉଛି ବିଶ୍ୱର ସର୍ବବୃହତ ମୋବାଇଲ୍ ଡାଟା ନେଟୱର୍କ ଏବଂ ଏହା ନିରନ୍ତର ଭାବେ ଦେଶର ଦ୍ରୁତତମ ନେଟୱର୍କ ଭାବେ ର‌୍ୟାଙ୍କ ହାସଲ କରୁଛି । ଜିଓର ଅତ୍ୟାଧୁନିକ ପ୍ରଯୁକ୍ତି, ହାଇ ସ୍ପିଡ୍ ଡାଟା, ମାଗଣା ଏଚଡି ଭଏସ ଏବଂ ପ୍ରିମିୟମ କନ୍ଟେଂଟ୍ ସହିତ ୱାନପ୍ଲସ ୭ ଓ ୱାନପ୍ଲସ ୭ ପ୍ରୋର ଗ୍ରାହକମାନେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ଡାଟା ଅନୁଭୂତି ଉପଭୋଗ କରିପାରିବେ ଏବଂ ଉପକରଣରେ ରହିଥିବା ବାସ୍ତବ ସମ୍ଭାବନାକୁ ଉପଭୋଗ କରିପାରିବେ । ସର୍ବଭାରତୀୟ ୪ଜି-ଡାଟା ଓ ଭଏସ୍ ସେବା (ଭୋଲଟି) ଥିବା ଏକମାତ୍ର ନେଟୱର୍କ ହେଉଛି ଜିଓ ଯାହା ଅତୁଳନୀୟ ଅନୁଭୂତି ପ୍ରଦାନ କରୁଛି ।


Share It

Comments are closed.