ଫାଇନାଲରେ ୱାଟସନଙ୍କ ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଲେ ହରଭଜନ


ଚେନ୍ନାଇ ସୁପରକିଙ୍ଗସର ଅନୁଭବି ଅଫ ସ୍ପିନର ହରଭଜନ ସିଂହ ପ୍ରଥମ ଥର ପାଇଁ ଫାଇନାଲରେ ‘ସେନ ୱାଟସନ’ଙ୍କ ପ୍ରଦର୍ଶନକୁ ନେଇ ମୁହଁ ଖୋଲିଛନ୍ତି । ହରଭଜନ କହିଛନ୍ତି ଯେ, “ଗତ ରବିବାର ଦିନ ମୁମ୍ବାଇ ବିରୋଧରେ ଖେଳାଯାଇଥିବା ଆଇପିଏଲ ଫାଇନାଲ ମ୍ୟାଚରେ ୱାଟସନଙ୍କ ବାମ ପାଶ୍ୱର୍ ଗୋଡରୁ ଗଭୀର ଭାବରେ ଆଘାତ ଲାଗିଥିଲା । ଯାହା ଫଳରେ ସେହି ସ୍ଥାନରୁ ଖୁବ ଜୋରସେ ରକ୍ତ ବାହାରିବା ସତ୍ତେ୍ୱ ମଧ୍ୟ ସେ ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।” ହରଭଜନଙ୍କ କହିବା ମୁତାବକ, “ମ୍ୟାଚ ଶେଷରେ ୱାଟସନଙ୍କ ଏହି ଗଭୀର ଆଘାତ ଯୋଗୁଁ ତାଙ୍କ ବାମ ଗୋଡରେ ୬ଟି ଷ୍ଟିଚ ପଡିଥିଲା । ”

ପ୍ରକାଶ ଥାଉକି, ୱାଟସନ ଫାଇନାଲ ମ୍ୟାଚରେ ରନ ନେଉଥିବା ସମୟରେ ରନ ଆଉଟ ହେଇ ଯିବା ଭୟରେ ଏକ ଡାଇଭ ମାରିଥିଲେ, ଯାହାଫଳରେ ତାଙ୍କ ବାମ ଗୋଡରେ ଗଭୀର ଆଘାତ ଲାଗିଥିଲା ।
ୱାଟସନଙ୍କର ନିଜ ଦଳ ପ୍ରତୀ ଏହି ପ୍ରିତୀକୁ ଦେଖି ହରଭଜନ ନିଜ ଇନଷ୍ଟାଗ୍ରାମରେ ଏହି ଷ୍ଟୋରିକୁ ସେୟାର କରି ଲେଖିଛନ୍ତି ଯେ, “କ’ଣ ଆପଣଙ୍କୁ ତାଙ୍କ ଆଣ୍ଠୁ ପାଖରେ ରକ୍ତ ଦେଖାଯାଉଛି । ମ୍ୟାଚ ପରେ ତାଙ୍କ ଗୋଡରେ ୬ଟି ଷ୍ଟିଚ ପଡିଥିଲା । ଡାଇଭ ମାରିବା ସମୟରେ ସେ ଆହାତ ହୋଇଯାଇଥିଲେ ମଧ୍ୟ ସେ ଏହି ସଂପର୍କରେ କାହାକୁ କହିବା ପରିବର୍ତ୍ତେ ନିଜ ଦଳ ପାଇଁ ଖେଳିବାକୁ ଲାଗିଲେ । ”
ପ୍ରକାଶ ଥାଉକି, ୱାଟସନଙ୍କ ଏହି ପ୍ରଦର୍ଶନ ଯୋଗୁଁ ଫାଇନାଲ ମ୍ୟାଚରେ ଚେନ୍ନାଇ ଜିତିବା ପରିସ୍ଥିତକୁ ଚାଲି ଆସିଥିଲା । ସେ ଏହି ମ୍ୟାଚରେ ୫୯ଟି ବଲରେ ୮୦ ରନର ଏକ ସୁନ୍ଦର ପାଳି ଖେଳିଥିଲେ ।


Share It

Comments are closed.