ମୁମ୍ବାଇ ପାଇଁ ଏକ ନୂଆ ଇତିହାସ ରଚିଲେ ରୋହିତ


ଗତ କାଲି ଆଇପିଏଲର ୧୨ତମ ସଂସ୍କରଣରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ରହିଥିଲା । ଏହି ମ୍ୟାଚରେ ମୁମ୍ବାଇ ପ୍ରଥମ ଟସ ଜିତି ବ୍ୟାଟିଙ୍ଗ କରିବା ପାଇଁ ପଡିଆକୁ ଓହ୍ଲାଇଥିବାବେଳେ ସଫଳ ଓପନର ଯୋଡି ହିସାବରେ ରୋହିତ ଏବଂ କ୍ୱିଣ୍ଟନ ଡିକକ୍ ବ୍ୟାଟିଙ୍ଗ କରିବା ପାଇଁ ଆସିଥିଲେ । ଉଭୟଙ୍କ ସହଭାଗିତାରେ ଦଳ ୪.୪ ଓଭରରେ ୪୫ ରନ ସଂଗ୍ରହ କରିଥିବାବେଳେ ଏହା ପରେ ଦଳକୁ ପ୍ରଥମ ଝଟକା ସ୍ୱରୂପ ଡିକକ୍ ଙ୍କ ୱିକେଟର ପତନ ଘଟିଥିଲା । ଡିକକ୍ ୧୭ ଟି ବଲରେ ୨୯ ରନ କରି ଆଉଟ ହୋଇଯାଇଥିବାବେଳେ ଏହାର ଠିକ ପର ଓଭରରେ ରୋହିତ, ଦୀପକ ଚେହେରଙ୍କ ବଲରେ ଶୀକାର ହୋଇଥିଲେ । ରୋହିତ ଏହି ଫାଇନାଲ ମ୍ୟଚରେ ୧୪ଟି ବଲ ଖେଳି ୧୫ ରନ ସଂଗ୍ରହ କରିଥିଲେ । ପୁଣିଥରେ ଏହି ଚଳିତ ଆଇପିଏଲର ନିର୍ଣ୍ଣାୟକ ମ୍ୟାଚରେ ରୋହିତ ଫ୍ଲପ ରହିବା ସତ୍ତେ୍ୱ ମଧ୍ୟ ଏକ ବିରାଟ ଉପଲବ୍ଧ ହାସଲ ମଧ୍ୟ କରିଛନ୍ତି ।
ରୋହିତ ଟି-୨୦ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୪ ହଜାର ରନ ସଂଗ୍ରହ କରିଥିବା ପ୍ରଥମ ଖେଳାଳୀ ହୋଇଯାଇଛନ୍ତି । ସେ ଏଇ ଫାଇନାଲ ମ୍ୟାଚ ଅବସରରେ ହିଁ ଏହି ୧୫ ରନ ପାଳି ଖେଳି ଉକ୍ତ ରେକର୍ଡ ହାସଲ କରିଛନ୍ତି ।
ରୋହିତ ଟି-୨୦ କ୍ରିକେଟରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୪ ହଜାର ରନ ସଂଗ୍ରହ କରିଥିବାର ପ୍ରଥମ ଖେଳାଳୀ ହୋଇଯାଇଛନ୍ତି । ପ୍ରକାଶ ଥାଉକି ରୋହିତ ପୂର୍ବରୁ ଡେକାନ ଚାର୍ଜସ ପକ୍ଷର ଖେଳୁଥିବାବେଳେ ୨୦୧୧ରୁ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡି ହୋଇଥିଲେ । ସେ ମୁମ୍ବାଇ ପାଇଁ ୧୫୧ଟି ମ୍ୟାଚ ଖେଳିଥିବାବେଳଳେ ୪୦୦୧ ସଂଗ୍ର୍ରହ କରିଛନ୍ତି ।


Share It

Comments are closed.